୧୧ଶହ ପୁରସ୍କାର ପାଇଁ ୨୭ ହଜାର ଗାଏବ

ରାୟଗଡ଼ା,୮ା୧୦(ଆଶିଷ ରଞ୍ଜନ ପଣ୍ଡା)ଓଡ଼ିଶାରେ ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ ସାଇବର ସୁରକ୍ଷା ଅଭିଯାନ ଚାଲିଛି। ଗାଁ ଗାଁ ଜନସଚେତନତା ପାଇଁ ରଥ ବୁଲି ପ୍ରଚାର କରୁଛି। ତେବେ ସଚେତନତା ଅଭାବରୁ ଶନିବାର ରାୟଗଡ଼ାରେ ଏକ ସାଇବର ଠକେଇର ଶିକାର ହୋଇଛନ୍ତି ଜଣେ ବୁଲା ବିକାଳି ଯୁବକ। ଶନିବାର ସକାଳୁ ଜଣେ ଯୁବକଙ୍କୁ ଏକ ଫୋନ୍‌ କଲ୍‌ ଆସିଲା। ଉକ୍ତ କଲ୍‌ରେ ସେ ଫୋନ୍‌ପେ ଅଧିକ ବ୍ୟବହାର କରୁଥିବାରୁ ତାଙ୍କୁ ଫୋନ୍‌ପେ ପକ୍ଷରୁ ୧୧୦୦ ଟଙ୍କା ମିଳିଛି। ଏହି ଟଙ୍କାର ଲୋଭ ଦେଖାଇ ଦୁର୍ବୃତ୍ତ ଜଣକ ଫୋନ୍‌ପେ ମାଧ୍ୟମରେ ଯୁବକଙ୍କ ଆକାଉଣ୍ଟରୁ ୩ ଥର କରି ୯,୯୯୯ ଟଙ୍କା ମୋଟ ୨୯,୯୯୭ଟଙ୍କା ନେଇଥିବା ଜଣାପଡ଼ିଛି। ଶେଷରେ ନିରାଶ ହୋଇ ଯୁବକ ଜଣକ ରାୟଗଡ଼ା ଟାଉନ ଥାନାକୁ ଆସି ଏତଲା ଦେଇଥିଲେ। ଆଇଆଇସି କେକେବିକେ କହଁର ଯୁବକଙ୍କ ଫୋନ୍‌ରୁ ସାଇବର ଅପରାଧ ନିୟନ୍ତ୍ରଣ ସହାୟତା ପାଇଁ ଜାରି ହୋଇଥିବା ୧୯୩୦ ନମ୍ବରରେ ଅଭିଯୋଗ କରିବାକୁ କହିଥିଲେ। ଯୁବକ ଜଣକ ୧୯୩୦କୁ ଫୋନ୍‌ କରି ଅଭିଯୋଗ କରିଥିଲେ। ବର୍ତ୍ତମାନ ପୋଲିସ ସାଇବର ସେଲ୍‌ ଏହି ଅଭିଯୋଗକୁ ଭିତ୍ତିକରି ତଦନ୍ତ କରୁଥିବା ଆଇଆଇସି କହଁର କହିଛନ୍ତି।
ପ୍ରକାଶ ଯେ, ସୁଦୂର ସୋନପୁର ଜିଲାର ଅନ୍ଧାରୀମାଝି ଗ୍ରାମର ଜଣେ ଯୁବକ କୁନାଲ ପାତ୍ର ରାୟଗଡ଼ାରେ ରହି ଜିଲାର ବିଭିନ୍ନ ଗାଁ ବୁଲି ଆୟୁର୍ବେଦିକ ଔଷଧ ବିକ୍ରି କରିଥାନ୍ତି। କୁନାଲଙ୍କୁ ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ୯୦୩୮୮୯୧୯୫୮ରୁ ଫୋନ୍‌ ଆସିଥିଲା। କୁନାଲ ନିଜର ଟଙ୍କା କାରବାର ପାଇଁ ଫୋନ୍‌ପେ ଆପ୍‌ ବ୍ୟବହାର କରୁଥିବାରୁ ତାଙ୍କୁ ଫୋନ୍‌ପେ ପକ୍ଷରୁ ୧୧୦୦ ଟଙ୍କାର ପୁରସ୍କାର ମିଳିଛି। ତେବେ ଏହି ଟଙ୍କା ପାଇବାକୁ ତାଙ୍କୁ ନିଜ ଫୋନ୍‌ପେ ଆପ୍‌ରେ ଏକ ପ୍ରକ୍ରିୟା ମାଧ୍ୟମରେ ଯିବାକୁ ପଡ଼ିବ। ପ୍ରଥମେ କୁନାଲ ଭରସା କରି ନ ଥିଲେ ମଧ୍ୟ ଅଜଣା ବ୍ୟକ୍ତି ଜଣକ କଥାରେ ବିଶ୍ୱାସ କରି ପରବର୍ତ୍ତୀ ସମୟରେ ସେ କହିବା ଆକାରରେ କରିଥିଲେ ା ଉକ୍ତ ଦୁର୍ବୃତ୍ତ ଜଣକ କୁନାଲଙ୍କ ଆକାଉଣ୍ଟରୁ ଫୋନ୍‌ ପେ ମାଧ୍ୟମରେ ୯୯୯୯ ଟଙ୍କା ୩ ଥର କାଟି ନେଇ ଆମାଜନ୍‌ର ଗୋଟିଏ ଏବଂ ଫ୍ଲିପ୍‌କାର୍ଟର ୨ଟି କରି ମୋଟ ୩ଟି ଗିଫ୍ଟ ଭାଉଚର କ୍ରୟ କରିଛନ୍ତି। ଏହିଭଳି କରି କୁନାଲଙ୍କ ଆକାଉଣ୍ଟରୁ ୨୯,୯୯୭ଟଙ୍କା ଗାଏବକରି ଦେଇଛନ୍ତି।
ଏନେଇ ଆଇଆଇସି କହଁରଙ୍କୁ ପଚାରିବାରୁ ଏଭଳି ଟଙ୍କା କାରବାର ପାଇଁ କୌଣସି ମେସେଜ କିମ୍ବା ଫୋନ୍‌ କଲ୍‌ ଆସିଲେ କାହାକୁ ନିଜର କୌଣସି ଗୋପନୀୟ ତଥ୍ୟର ସୂଚନା ଦିଅନ୍ତୁ ନାହିଁ। ସାଇବର କ୍ରାଇମ୍‌ ସହାୟତା ନମ୍ବର ୧୯୩୦ରେ ଫୋନ୍‌ କରି ଅଭିଯୋଗ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। ବଙ୍ଗଳାଗୁଡ଼ା ନିକଟରେ ଚବେରୀ ନଦୀ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri