ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ ଭାବେ ନୀଳଗିରିକୁ ଏହି ହାତୀ ପଲ ଆସୁଛନ୍ତି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ଏହି ହାତୀ ଦଳ ଆସି ଓଡିଶା ସୀମା ପାରି ହୋଇ କିଛି ଦିନ ମୟୂରଭଞ୍ଜରେ ରହିଥିବା ବେଳେ ବୁଧବାର ଭୋରସମୟରେ ୨୭ଟିକିଆ ହାତୀ ଦଳ ଦଳ ହୋଇ ନୀଳଗିରି ରେଞ୍ଜ ଅଧୀନ ଦୁର୍ଗାଦେବୀ, ପୁନ୍ଦାଳ, କାଠପାଳ, ପାଟଣା ଅଯୋଧ୍ୟା ପିଚୁ ରାସ୍ତା ପାର କରି ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଛନ୍ତି । ହାତି ଆସୁଥିବା ରାସ୍ଥାରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ଏହି ହାତୀ ପଲ ମଧ୍ୟରେ ୩ ଦନ୍ତା ହାତୀ ଥିବା ବେଳେ ଛୁଆ ୧୦ ମା’ ୧୪ ଥିବାର ସୁଚନା ମିଳିଛି। ଆଜି ସକାଳ ୧୦ ଘଟିକା ସୁଦ୍ଧା ହାତୀପଲ ଦୁଇରୁ ତିନି ଭାଗରେ ବିଭକ୍ତ ହୋଇଯାଇଥିବା ବେଳେ ହାତୀପଲ ତିନିକୋଶିଆକୁ ସଂରକ୍ଷିତ ଜଗଂଲ ମୁହାଁ ହେଉଥିବା ଜଣାପଡୁଛି । ହାତୀପଲ ଆସୁଥିବାର ଖବର ପାଇ ଗୋପାଳପୁର ଓ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ଚତୁଃପାର୍ଶ୍ୱରେ ଥିବା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିବା ସହ ଜଙ୍ଗଲ ଚାରି ପାଖରେ ଖୋଳା ଯାଇଥିବା ଟ୍ରେଞ୍ଜ, ସୌରବା ଗୁ ବିଧ୍ୱସ୍ତ ହୋଇଥିବା ବେଳେ ମରାମତି ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ବନବିଭାଗ ହାତୀର ଗତିବିଧି ନୀରିକ୍ଷଣ ପାଇଁ ଜଙ୍ଗଲ ଚତୁଃପାର୍ଶ୍ୱରେ ଜଗି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ଡେଇଁବନି ତୁର୍କୀ, ହୋମୁର୍ଜ ଷ୍ଟ୍ରେଟରେ ଟ୍ରମ୍ପ…

ନୂଆଦିଲ୍ଲୀ,୧୫।୩: ଇରାନ ଉପରେ ଆକ୍ରମଣ କରିବା ପୂର୍ବରୁ, ଆମେରିକା ନାଟୋ କିମ୍ବା ତାର ନିକଟତମ ମିତ୍ର ବ୍ରିଟେନ ସହିତ ଯୋଗାଯୋଗ କରିନଥିଲା। ଭେନେଜୁଏଲାରେ ସମାନ ପରିସ୍ଥିତି ସୃଷ୍ଟି…

ପୋଲିସ ଡ୍ରେସ ପିନ୍ଧି କରୁଥିଲେ ଆତଙ୍କିତ, ନକଲି ପୋଲିସଙ୍କୁ ବାନ୍ଧିଲା ଅସଲି ପୋଲିସ

ଅତାବିରା,୧୫।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଅଞ୍ଚଳରେ ରବିବାର ନକଲି ପୋଲିସ ଭାବରେ ବୁଲୁ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ…

ବରଗଡ଼ରେ ମହଜୁତ ଅଛି ରନ୍ଧନ ଗ୍ୟାସ, କଳାବଜାର କଲେ ଦୃଢ କାର୍ଯ୍ୟାନୁଷ୍ଠାନ କହିଲେ ଜିଲାପାଳ

ବରଗଡ଼,୧୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଲିକୁଇଫାଇଡ୍ ପେଟ୍ରୋଲିୟମ ଗ୍ୟାସ (ଏଲପିଜି), ପେଟ୍ରୋଲ ଏବଂ ଡିଜେଲ୍ ଯୋଗାଣ ଓ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା ପାଇଁ ଶନିବାର ଜିଲାସ୍ତରୀୟ ନିରୀକ୍ଷଣ…

ଭୟଙ୍କର ଘୂର୍ଣ୍ଣିଝଡ଼: ଉଡିଲା ଛପର-ନଦୀକୁ ପଶିଲା ଅଟୋ, ୨ମୃତ

ବାରିପଦା/କରଞ୍ଜିଆ,୧୫ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ/କବିତା ମହାନ୍ତ): ରବିବାର ଅପରାହ୍ନ ସାଢେ ୪ଟାରେ ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଳକ କଙ୍କଡା ଗ୍ରାମରେ କାଳବୈଶାଖୀର ଭୟଙ୍କର ତାଣ୍ଡବ ଦେଖାଯାଇଛି । ଏଥିରେ…

ଓଡିଶାର ଏହି ଜିଲାରେ ଅଣ୍ଡା ଗୋଟେ ୫ ଟଙ୍କା, ଜାଣନ୍ତୁ କେମିତି କମିଲା ଦାମ୍

ନନ୍ଦପୁର,୧୫ା୩(ତୁଷାର କାନ୍ତ ମହାନ୍ତି) : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଅଞ୍ଚଳରେ ଗ୍ୟାସ ଦରକୁ ମହଙ୍ଗା କରିଛି । ଡିଜେଲ ପେଟ୍ରୋଲ ଭଳି ତୈଳ ଦର ଓ ଉପଲବ୍ଧିତାକୁ…

ଅମଳ ଖର୍ଚ୍ଚ ବି ଉଠାଇ ପାରୁନାହାନ୍ତି ଚାଷୀ, ଗଞ୍ଜାମରେ ଟମାଟୋ କିଲୋ ରହିଛି…

ଗଞ୍ଜାମ,୧୫ା୩(ବିଦ୍ୟାଧର ସାହୁ): ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ମାଟିରେ ମିଶୁଛି ଝାଳ ବୁହାଇ ଅମଳ କରିଥିବା ଟମାଟୋ। ବର୍ତ୍ତମାନ ବଜାରରେ ଟମାଟୋ ଦର ଏଭଳି ସ୍ତରକୁ ଖସି…

ଓଲା ଗାଡିରେ ଯାଉଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ତାପରେ….

ଛତ୍ରପୁର,୧୫ା୩(ଦିଲ୍ଲୀପ ସାମଲ): ଚଳନ୍ତା ଓଲା ଗାଡିରେ ଲାଗିଗଲା ନିଆଁ । ଅଗ୍ନିକାଣ୍ଡରେ ଗାଡିଟି ନଷ୍ଟ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ଚାଳକ । ଏପରି ଦୃଶ୍ୟ ଦେଖିବାକୁ…

ସେ ସ୍ବାମୀ ଚାହାଁନ୍ତି ନାହିଁ, ହେଲେ ତାଙ୍କ ଶୁକ୍ରାଣୁ ବ୍ୟବହାର କରି ଏକ ସନ୍ତାନ ଚାହାଁନ୍ତି – ଏହି ମାମଲା ଶୁଣି ବିସ୍ମିତ ହେଲେ ହାଇକୋର୍ଟ

ମୁମ୍ବାଇ,୧୫।୩: ମୁମ୍ବାଇର ଜଣେ ମହିଳାଙ୍କ ସହିତ ଜଡିତ ଏକ ଅନନ୍ୟ ଆଇନଗତ ବିବାଦ ଏବେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି। ୪୬ ବର୍ଷୀୟ ମହିଳା ତାଙ୍କ ସ୍ବାମୀଙ୍କଠାରୁ ଅଲଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri