ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ ଭାବେ ନୀଳଗିରିକୁ ଏହି ହାତୀ ପଲ ଆସୁଛନ୍ତି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ଏହି ହାତୀ ଦଳ ଆସି ଓଡିଶା ସୀମା ପାରି ହୋଇ କିଛି ଦିନ ମୟୂରଭଞ୍ଜରେ ରହିଥିବା ବେଳେ ବୁଧବାର ଭୋରସମୟରେ ୨୭ଟିକିଆ ହାତୀ ଦଳ ଦଳ ହୋଇ ନୀଳଗିରି ରେଞ୍ଜ ଅଧୀନ ଦୁର୍ଗାଦେବୀ, ପୁନ୍ଦାଳ, କାଠପାଳ, ପାଟଣା ଅଯୋଧ୍ୟା ପିଚୁ ରାସ୍ତା ପାର କରି ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଛନ୍ତି । ହାତି ଆସୁଥିବା ରାସ୍ଥାରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ଏହି ହାତୀ ପଲ ମଧ୍ୟରେ ୩ ଦନ୍ତା ହାତୀ ଥିବା ବେଳେ ଛୁଆ ୧୦ ମା’ ୧୪ ଥିବାର ସୁଚନା ମିଳିଛି। ଆଜି ସକାଳ ୧୦ ଘଟିକା ସୁଦ୍ଧା ହାତୀପଲ ଦୁଇରୁ ତିନି ଭାଗରେ ବିଭକ୍ତ ହୋଇଯାଇଥିବା ବେଳେ ହାତୀପଲ ତିନିକୋଶିଆକୁ ସଂରକ୍ଷିତ ଜଗଂଲ ମୁହାଁ ହେଉଥିବା ଜଣାପଡୁଛି । ହାତୀପଲ ଆସୁଥିବାର ଖବର ପାଇ ଗୋପାଳପୁର ଓ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ଚତୁଃପାର୍ଶ୍ୱରେ ଥିବା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିବା ସହ ଜଙ୍ଗଲ ଚାରି ପାଖରେ ଖୋଳା ଯାଇଥିବା ଟ୍ରେଞ୍ଜ, ସୌରବା ଗୁ ବିଧ୍ୱସ୍ତ ହୋଇଥିବା ବେଳେ ମରାମତି ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ବନବିଭାଗ ହାତୀର ଗତିବିଧି ନୀରିକ୍ଷଣ ପାଇଁ ଜଙ୍ଗଲ ଚତୁଃପାର୍ଶ୍ୱରେ ଜଗି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଓଭର, ୨୯ ରନ୍‌: ବିସ୍ଫୋରକ ବ୍ୟାଟିଂ କରି ହିଟ୍‌ମ୍ୟାନ୍‌ଙ୍କ ରେକର୍ଡ ଭାଙ୍ଗିଦେଲେ ଶିବମ

ବିଶାଖାପାଟଣା,୨୯।୧: ଯଦିଓ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ପରାସ୍ତ ହୋଇଥିଲା, କିନ୍ତୁ ଶିବମ ଦୁବେ ବିସ୍ଫୋରକ ଇନିଂସ ସମସ୍ତଙ୍କ ଦୃଷ୍ଟି…

ଭାରତର ଡବଲ୍‌ ବିଜୟ! EU ପରେ ଆମେରିକା ସହ…

ନୂଆଦିଲ୍ଲୀ,୨୯।୧: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି ଏବଂ ଖୁବ ଶୀଘ୍ର ଏକ ଚୁକ୍ତି ହୋଇପାରେ। ଭାରତ-ୟୁରୋପୀୟ ସଂଘ (EU)…

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ଆଖିବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା ଅଭିନେତା: ଖେଳିଗଲା ଶୋକର ଲହରୀ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କ ଗୁରୁବାର ଭୋରରୁ ପରଲୋକ…

୨୦୨୬ରେ ଅପ୍ରତ୍ୟାଶିତ ଧନ ପାଇବେ ୪ ରାଶି! ହେବେ କୋଟିପତି, ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ

ନୂଆ ବର୍ଷ ଆରମ୍ଭ ହେବା ପରେ ବୁଲଗେରିଆନ୍ ଭବିଷ୍ୟଜ୍ଞ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଭାଇରାଲ ହେଉଛି। ୨୦୨୫ ବର୍ଷ ପାଇଁ ସେ କରିଥିବା ଅନେକ ଭବିଷ୍ୟବାଣୀ ସତ୍ୟ…

ସାଇକେଲ୍‌କୁ ଧକ୍କା ଦେଇ ହଠାତ୍‌ ଜଳିଗଲା ବାଇକ୍‌: ଆଉ ତା’ପରେ…

ନୂଆପଡ଼ା, ୨୯ା୧ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଉଦ୍ୟାନବନ୍ଧ ନିକଟ ଖଇରଭାଡି ଛକ ଜାତୀୟ ରାଜପଥ ଉପରେ ବୁଧବାର ସାଇକେଲକୁ ଧକ୍କା ଦେଇ ଏକ ବାଇକ୍‌…

୨୦୨୭ରେ ୩ଲକ୍ଷ ଛୁଇଁବ ସୁନା, ବଡ଼ ଭବିଷ୍ୟବାଣୀ କରିଦେଲେ…

ନୂଆଦିଲ୍ଲୀ,୨୯।୧: ଯଦି ଆପଣ ଭାବୁଛନ୍ତି ଯେ ସୁନା ଏବଂ ରୂପା ମୂଲ୍ୟ ବର୍ତ୍ତମାନ ଆକାଶଛୁଆଁ ହେଉଛି, ତେବେ ଏକ କାନାଡିୟ ବ୍ୟାଙ୍କର ଏହି ନୂତନ ରିପୋର୍ଟ ଆପଣଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri