୨୯୬ ଛୁଇଁଲା କରୋନା ମୃତ୍ୟୁ

ଭୁବନେଶ୍ୱର,୧୨।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ୧୦ଜଣଙ୍କର କରୋନାଜନିତ ମୃତ୍ୟୁ ଘଟିଥିବାବେଳେ ୨ଜଣ ଆକ୍ରାନ୍ତଙ୍କର ଅନ୍ୟ ରୋଗରେ ଜୀବନ ଯାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ୧୦ ମୃତକଙ୍କ ମଧ୍ୟରେ ଗଞ୍ଜାମ ଓ ଖୋର୍ଦ୍ଧାରୁ ୩ଜଣ ଲେଖାଏ, ସୁନ୍ଦରଗଡ଼, ରାୟଗଡ଼ା, ପୁରୀ ଓ ବାଲେଶ୍ୱରରୁ ଜଣେ ଲେଖାଏ ରହିଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୬ ଛୁଇଁଛି। ଗତ ୧୧ଦିନରେ ରାଜ୍ୟରେ ୧୧୯ଜଣଙ୍କର କରୋନାରେ ଜୀବନ ଯାଇଛି। ଅଣକୋଭିଡ୍‌ରେ ପ୍ରାଣ ହରାଇଥିବା ୨ଜଣଙ୍କ ମଧ୍ୟରେ ଭୁବନେଶ୍ୱରର ୪୮ବର୍ଷୀୟ ବ୍ୟକ୍ତି ଏବଂ ନବରଙ୍ଗପୁରର ୬୭ ବର୍ଷୀୟ ବୃଦ୍ଧ ରହିଛନ୍ତି।
୨୯ ଜିଲାରୁ ଆଉ ୧୩୪୧ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୧୮ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୫୨୩ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୪୮, ୭୯୬କୁ ବୃଦ୍ଧି ପାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୨୭ଜଣ ଥିବାବେଳେ ଖୋର୍ଦ୍ଧାରୁ ୨୧୮ ଜଣ ରହିଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୯୧, ଭଦ୍ରକ ୮୩, କଟକ ୭୬, ରାୟଗଡ଼ା ୭୫, ଝାରସୁଗୁଡ଼ା ୬୭, ନୟାଗଡ଼ ୫୭, ବରଗଡ଼ ୫୬, ବାଲେଶ୍ୱର ୫୪, କୋରାପୁଟ ୪୫, ବଲାଙ୍ଗୀର ଓ କେନ୍ଦ୍ରାପଡ଼ାରୁ ୨୭ଜଣ ଲେଖାଏ, ସମ୍ବଲପୁର ୨୬, କଳାହାଣ୍ଡି ୨୫, କେନ୍ଦୁଝର ୨୩, ଗଜପତି ୨୦, ମାଲକାନଗିରି ୧୭, ପୁରୀ, ଜଗତସିଂହପୁର ଓ କନ୍ଧମାଳରୁ ୧୬ଜଣ ଲେଖାଏ, ଯାଜପୁର ୧୫, ଢେଙ୍କାନାଳ ଓ ସୁବର୍ଣ୍ଣପୁରରୁ ୧୪ଜଣ ଲେଖାଏ, ବୌଦ୍ଧ ୧୦, ମୟୂରଭଞ୍ଜ ୯, ନୂଆପଡ଼ା ୭, ନବରଙ୍ଗପୁର ୬, ଅନୁଗୋଳରୁ ୪ଜଣ ରହିଛନ୍ତି। ରାଜ୍ୟରେ ମଙ୍ଗଳବାର ସୁଦ୍ଧା ୬,୯୨,୩୦୧ଟି ନମୁନା ପରୀକ୍ଷଣ ହୋଇଥିବାବେଳେ ୭.୦୫ ପ୍ରତିଶତ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ୧୭୮୫ ସୁସ୍ଥ ହୋଇଛନ୍ତି। ଏଯାବତ ମୋଟ ସୁସ୍ଥଙ୍କ ସଂଖ୍ୟା ୩୪, ୮୦୫ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧା ହେଲେ ଜନସେବା କେନ୍ଦ୍ର ମାଲିକ, ଲୋକ ଅଦାଲତ ନାଁରେ କରୁଥିଲେ…

ସମ୍ବଲପୁର,୧୪ା୩(ପ୍ରମୋଦ ବହିଦାର): ଜାତୀୟ ଲୋକ ଅଦାଲତରେ ବିଭିନ୍ନ ସମସ୍ୟାର ସମାଧାନ କରିଦେବାକୁ କହି ଶତାଧିକ ଲୋକଙ୍କୁ ଠକିବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନା ପୋଲିସ ଜଣେ ଜନସେବା…

ଜେଲ୍‌ ଭିତରେ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗୀର,୧୪ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜେଲ୍‌ ଭିତରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। କଏଦୀ ଜଣକ ବଲାଙ୍ଗୀର ସଦର ଥାନା କୁଶଙ୍ଗ ଗାଁର ଭୀଷ୍ମଦେବ ସାହୁ…

ରାଜ୍ୟ ସଭା ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା କରୁଛି ଘୋଡ଼ା ବେପାର

ଭୁବନେଶ୍ୱର,୧୪ା୩(ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନ ପାଇଁ ମଝିରେ ମାତ୍ର ୨ ଦିନ ରହିଲା। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ…

ରାସ୍ତାରେ ଧାନବସ୍ତା ରଖି ଅବରୋଧ କଲେ ଚାଷୀ

କେନ୍ଦୁଝର,୧୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା କାଠ କରଞ୍ଜିଆ ପଞ୍ଚାୟତ ମୁଖ୍ୟାଳୟରେ ଶନିବାର ଚାଷୀମାନେ ବିଭିନ୍ନ ସମସ୍ୟାକୁ ନେଇ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି।…

ଦୋହଲିଗଲା ଖାର୍ଗ ଦ୍ୱୀପ! ଟ୍ରମ୍ପଙ୍କ ଦାବି: ସମସ୍ତ ଇରାନୀ ସାମରିକ ଘାଟି ଧ୍ୱଂସ; ଜାରି କଲେ ଭିଡିଓ

ଓ୍ବାଶିଂଟନ,୧୪।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନର ଖାର୍ଗ ଦ୍ୱୀପରେ ଆମେରିକାର ସେନା ପ୍ରବଳ ବୋମାମାଡ଼ କରିଛି। ଟ୍ରମ୍ପଙ୍କ ଅନୁଯାୟୀ, ଏହି ଆକ୍ରମଣରେ…

ଭିବି ରାମଜି, ସମଗ୍ର ଶିକ୍ଷା ଯୋଜନାର ସାମାଜିକ ସମୀକ୍ଷା: କାମ ନ କରି ଉଠାଯାଇଛି ୩ ପ୍ରକଳ୍ପର ଟଙ୍କା

ନନ୍ଦପୁର,୧୪୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧୀନ ୨୩ ପଞ୍ଚାୟତର ଭିବି ରାମଜି(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କରାଯାଇଥିବା କାର୍ଯ୍ୟ ଓ ବିଦ୍ୟାଳୟଗୁଡ଼ିକରେ ସମଗ୍ର ଶିକ୍ଷା…

ଗ୍ୟାସ୍‌ ବିତରକ ସଂଘର ଉପସଭାପତିଙ୍କ ବଡ଼ ବୟାନ: କହିଲେ ଏଣିକି ଆଉ…

କଟକ,୧୪ା୩(ପ୍ରଭୁକଲ୍ୟାଣ ପାଲ): ଗ୍ୟାସ ଦର ବୃଦ୍ଧି ସାଙ୍ଗକୁ ଯୋଗାଣରେ କଟକଣା ଏବେ ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଛି। ଏଣିକି ବେହିସାବ ଗ୍ୟାସ ଜାଳିବା ପଡ଼ିବ ମହଙ୍ଗା।…

ବିଧାୟକଙ୍କୁ ଲୁଚାଇଛି କଂଗ୍ରେସ କାହିଁକି ଏମିତି ସଙ୍ଗୀନ ଅଭିଯୋଗ କଲେ …

ଭୁବନେଶ୍ୱର,୧୪।୩: କଂଗ୍ରେସ ତା’ର ବିଧାୟକମାନଙ୍କୁ ଲୁଚାଇ ରଖିଛି। ଏମିତି ଏକ ଅଭିଯୋଗ କରିଛନ୍ତି ଭାଜପା ବିଧାୟକ ଅଶୋକ ମହାନ୍ତି। ବିଧାନସଭା ବେଳେ ବିଧାୟକଙ୍କୁ ଲୁଚାଇବା ନିନ୍ଦନୀୟ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri