ପଖାଳ ଖାଇ ଆଦର୍ଶ ବିଦ୍ୟାଳୟର ୨୬ ଛାତ୍ରୀ ଅସୁସ୍ଥ

କେନ୍ଦୁଝର,୨୮।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ପଖାଳ ଖାଇ ତେଲକୋଇ ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ହଷ୍ଟେଲର ୨୨ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ଛାତ୍ରୀଙ୍କୁ ତେଲକୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ମଙ୍ଗଳବାର ତେଲକୋଇ ବ୍ଲକ ଓରିୟାଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା କିଛି ଛାତ୍ରୀ ବିଦ୍ୟାଳୟରେ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଥିଲେ। ଜଣେ ପରେ ଜଣେ ଛାତ୍ରୀ ଅସୁସ୍ଥ ହେବାରୁ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ଛାତ୍ରୀଙ୍କୁ ତେଲକୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଭର୍ତ୍ତି ଛାତ୍ରୀଙ୍କ ମଧ୍ୟରୁ ୮ ଜଣ ଛାତ୍ରୀଙ୍କୁ ସାଲାଇନ ଲାଗିଥିଲା ଓ ଅନ୍ୟମାନଙ୍କୁ ପ୍ରାଥମିକ ଚିକତ୍ସା କରାଯାଇଥିଲା। ଛାତ୍ରୀଙ୍କ କହିବା ଅନୁଯାୟୀ, ଆଜି ସକାଳେ ହଷ୍ଟେଲରେ ପଖାଳ ଓ ମଟର ତରକାରୀ ଖାଇ ସ୍କୁଲକୁ ଆସିଥିଲେ। ସେଠାରେ ବାନ୍ତି ହୋଇଥିଲା ଓ ଅସୁସ୍ଥ ହୋଇପଡ଼ିଥିଲେ । ଆଜି ହଷ୍ଟେଲ ସୂଚୀନୁଯାୟୀ, ଇଟିଲି ସହିତ ମଟର ତରକାରୀ ଦିଆଯିବାର ଥିଲା। କିନ୍ତୁ କିଛି ଛାତ୍ରୀ ପଖାଳ ଖାଇଥିଲେ। ଯେଉଁମାନେ ପଖାଳ ଖାଇଥିଲେ ସେମାନେ ଅସୁସ୍ଥ ହୋଇଯାଇଥିଲେ। ଏବେ ଛାତ୍ରୀଙ୍କ ଅବସ୍ଥା ସ୍ଥିର ରହିଛି । କିଛି ସମୟ ପରେ ଡିସଚାଜର୍ର୍ ହେବେ ବୋଲି ଇନଚାର୍ଜ ଡାକ୍ତର ପ୍ରିତିଶ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରୁ ଓହରିଲା ଇରାନ

ତେହରାନ୍‌ ,୧୧ା୩: ଇରାନ କ୍ରୀଡ଼ା ମନ୍ତ୍ରୀ ଅହମ୍ମଦ ଡୋନିଆମାଲି ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଇରାନ ଫୁଟବଲ ଦଳ 2026 ଫିଫା ବିଶ୍ୱକପ ଖେଳିବ ନାହିଁ…

ପାଣ୍ଡ୍ୟା ବ୍ରଦର୍ସଙ୍କ ମଧ୍ୟରେ ଜୋରଦାର ଝଗଡ଼ା? ଭାଉଜଙ୍କ ସହ କଥାବାର୍ତ୍ତା ବନ୍ଦ…ବିଶ୍ୱକପ୍‌ ଜିତିବା ସତ୍ତ୍ୱେ ଚୁପ୍‌ ରହିଲେ…

ମୁମ୍ବାଇ, ୧୧।୩: କ୍ରିକେଟ ଜଗତର ସବୁଠାରୁ ଚର୍ଚ୍ଚିତ ଭ୍ରାତୃ ଯୋଡ଼ି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃନାଲ ପାଣ୍ଡ୍ୟାଙ୍କ ମଧ୍ୟରେ ସବୁକିଛି ଠିକ ଚାଲିଛି ତ? ଦୁଇ ଭାଇଙ୍କ…

୧୨ ଦିନରେ ଯୁଦ୍ଧ: ଟାର୍ଗେଟ୍‌ରେ ଆର୍ଥିକ ଅନୁଷ୍ଠାନ, ବ୍ୟାଙ୍କ

ତେହରାନ୍‌ ,୧୧ା୩: ଇରାନ୍‌-ଆମେରିକା ଯୁଦ୍ଧ ୧୨ ଦିନରେ ପହଞ୍ଚି ଥିଲାବେଳେ ଉଭୟ ପକ୍ଷଙ୍କ ଆକ୍ରମଣ ଲକ୍ଷ୍ୟ ଦିନକୁ ଦିନ ବଦଳିବାରେ ଲାଗିଛି। ପ୍ରଥମେ ତୈଳ ରିଫାଇନେରିଗୁଡିକୁ ଉଭୟ…

ଅମ୍ବାଭୋନାରେ ଚାଲିଥିଲା କଫ୍‌ସିରଫ କାରବାର, ମାଡ଼ି ବସିଲା ଅବକାରୀ ଟିମ୍‌

ବରଗଡ଼,୧୧।୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲ୍ଲା ଅମ୍ବାଭୋନା ଅଞ୍ଚଳରେ ଚାଲିଥିବା ବେଆଇନ କଫସିରପ କାରବାର ଉପରେ ଅବକାରୀ ବିଭାଗ ଶକ୍ତ ପ୍ରହାର କରିଛି। ବୁଧବାର ଅବକାରୀ ବିଭାଗର…

ଭଡ଼ା ଘରୁ ଦିଗପହଣ୍ଡି ଷ୍ଟେଟ୍‌ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଜବତ, ଏକମାତ୍ର ପୁଅଙ୍କୁ ହରାଇ…

ଦିଗପହଣ୍ଡି, ୧୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ର ଜଣେ ବରିଷ୍ଠ କିରାଣିଙ୍କ ମୃତଦେହ ବୁଧବାର ଅପରାହ୍ନରେ ତାଙ୍କ ଭଡ଼ାଘରୁ…

ବସ୍‌ ନେଲା ବାଇକ୍‌ ଆରୋହୀଙ୍କ ଜୀବନ

ଲକ୍ଷ୍ମୀପୁର, ୧୧।୩(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ୩୨୬ ଜାତୀୟ ରାଜପଥ ଜିରୋ ପଏଣ୍ଟ ନିକଟରେ ବୁଧବାର ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।…

ରିପୋର୍ଟରେ ‘ଧର୍ମ ପରିବର୍ତ୍ତନ’ ଉଲ୍ଲେଖ କରିଥିଲେ, ନନ୍ଦପୁରରେ RIଙ୍କୁ ସର୍ବସମ୍ମୁଖରେ ମାଡ଼; ଥାନାରେ…

ନନ୍ଦପୁର,୧୧।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜାତିଗତ ପ୍ରମାଣପତ୍ର ଆବେଦନର ତଦନ୍ତ ବେଳେ…

ଦଣ୍ଡକାରଣ୍ୟ ଜୋନାଲ କମିଟିର ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୧।୩(ସୁଚିତ୍ରା ଦାସ): ପୁନର୍ବାସ ନୀତି ଅଧୀନରେ, ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି (ଡିକେଏସ୍‌ଜେଡ଼ସି)ର ୧୦୮ ଜଣ ମାଓବାଦୀ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri