ଜବରଦଖଲ କରି ରହୁଥିବା ୨୬ ବ୍ୟକ୍ତିଙ୍କୁ ମିଳିଲା ପଟ୍ଟା

ମାଲକାନଗିରି,୧୯ ।୬ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାରେ ୫୦୦ରୁ ଊର୍ଦ୍ଧ୍ୱ ପରିବାର ଦୀର୍ଘ ବର୍ଷ ଧରି ଗ୍ରାମକଣ୍ଠ ପରମବୋକ କିସମ ଜମିରେ ଘର କରି ବସବାସ କରି ଆସୁଥିଲେ। ସେମାନଙ୍କୁ ସ୍ଥାୟୀ ପଟ୍ଟା ଦେବାକୁ ବିଭିନ୍ନ ସମୟରେ ଜିଲାପାଳ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ରାଜସ୍ବ ସଚିବଙ୍କୁ ଭେଟି ଜଣାଇଥିଲେ। ଏଥିରୁ କିଛି ସୁଫଳ ମିଳି ନ ଥିଲା। ଶେଷରେ ମାଲକାନଗିରି ପୂର୍ବତନ ବିଧାୟକ ମାନସ ମାଡକାମି ତତ୍କାଳୀନ ରାଜସ୍ବ ସଚିବ ଓ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ଭେଟି ସେହି ଜମିର ପଟ୍ଟା ପାଇବା ପାଇଁ ହିତାଧିକାରୀମାନେ ହକ୍‌ଦାର ବୋଲି ଦାବି କରି ଯୁକ୍ତି ଉପସ୍ଥାପନ କରିଥିଲେ। ଏଥିରେ ତାଙ୍କୁ କଟକ ହାଇକୋର୍ଟର ଓକିଲ ସୁରେନ୍ଦ୍ର ମିଶ୍ର ଆଇନଗତ ସହାୟତା ଯୋଗାଇ ଦେଇଥିଲେ। ପରେ ରାଜ୍ୟ ସରକାର ସମ୍ପୃକ୍ତ ହିତାଧିକାରୀଙ୍କୁ ପଟ୍ଟା ଦେବାକୁ ମାଲକାନଗିରି ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାର ଏହି ଗ୍ରାମକଣ୍ଠ ପରମବୋକ କିସମ ଜମିରେ ଥିବା ବ୍ୟକ୍ତିବିଶେଷଙ୍କ ଜମି ଚିହ୍ନଟକରି ୧୩.୮୩୨ ହେକ୍ଟର ଜମିକୁ ୫୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଜବରଦଖଲ କରି ଦୀର୍ଘ ବର୍ଷ ହେଲା ଘର କରି ରହି ଆସଥିବା ଜାଣିବାକୁ ପାଇଥିଲେ। ପ୍ରଥମ ପର୍ଯ୍ୟାୟରେ ୨୦୧୮ ରେ ୪୩୫ ଜଣଙ୍କୁ ୬.୬୧୮ ହେକ୍ଟର ଜାଗାର ଦଖଲକାରୀଙ୍କୁ ପଟ୍ଟା ପ୍ରଦାନ କରାଯାଇଥିଲା। ଅବଶିଷ୍ଟ ବ୍ୟକ୍ତିଙ୍କୁ ପଟ୍ଟା ଦେବାରେ ବିଳମ୍ବ ହେବାରୁ ଏନେଇ ଆଇନଜୀବୀ ମିଶ୍ର ବାରମ୍ବାର ରାଜ୍ୟ ସରକାର ଓ ଜିଲାପାଳଙ୍କୁ ଅବଗତ କରାଇଥିଲେ। ଫଳରେ ୨୦୨୦ରେ ୨୨ଜଣଙ୍କୁ ୦.୪୨୨ ହେକ୍ଟର ଜମି ପଟ୍ଟା ମିଳିଥିଲା। ସେହିପରି ୨୦୨୧ରେ ୩୯ ଜଣଙ୍କୁ ୦.୩୧୨ ହେକ୍ଟର ଜମିର ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ଶନିବାର ୨୬ ଜଣଙ୍କୁ ୧.୨୪୪ ହେକ୍ଟର ଜମିର ପଟ୍ଟା ପ୍ରଦାନ କରାଯାଇଥିଲା। ତହସିଲ କାର୍ଯ୍ୟାଳୟରେ ୧୦ ଜଣଙ୍କୁ ପୂର୍ବତନ ବିଧାୟକ ମାଡକାମି ପଟ୍ଟା ପ୍ରଦାନ କରିଥିଲେ। ଅତିରିକ୍ତ ତହସିଲଦାର ଜଗଦିଶ କାର୍ତ୍ତାମି, ପୌର ଅଧ୍ୟକ୍ଷ ମନୋଜ ବାରିକ, ଉପାଧ୍ୟକ୍ଷା କବିତା ମହନ୍ତ, ଶ୍ୟାମ ନାୟକଙ୍କ ସହ କାଉନସିଲରମାନେ ଉପସ୍ଥିତ ଥିଲେ। ପଟ୍ଟା ନ ପାଇ ରହିଯାଇଥିବା ବ୍ୟକ୍ତିମାନେ ସେମାନଙ୍କ ପ୍ରିମିୟମ ଅର୍ଥ ପୈଠ କଲାପରେ ପଟ୍ଟା ପ୍ରଦାନ କରାଯିବ ବୋଲି କାର୍ତ୍ତାମି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ ପରେ ଏମିତି ହୃଦୟ ବିଦାରକ କଥା କହିଲେ ଟପ୍‌ ମାଓବାଦୀ ନେତା ଶୁକ୍ରୁ, ଶୁଣିଲେ…

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ଏକଦା ମାଲକାନଗିରି ଜିଲା ମାଓବାଦୀଙ୍କ ଆଡ୍ଡା ଭାବେ ପରିଚିତ ଥିବାବେଳେ ମାଲକାନଗିରି ଜିଲା କାଲିମେଳା ଥାନା ବଡ଼ିଗେଟା ପଞ୍ଚାୟତ ଅନ୍ତର୍ଗତ କୁରୁବୁ ଗ୍ରାମର ଶୁକ୍ରୁ…

ମଣ୍ଡିରେ ପଡ଼ିଛି ଚାଷୀଙ୍କ ଧାନ, ଟୋକନ ଆସିବା ପରେ ବି ଧାନ କିଣୁ ନାହାନ୍ତି ସରକାର

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କଂଗ୍ରେସ କମିଟି ତରଫରୁ ବୁଧବାର ୧୨ ଘଣ୍ଟିଆ ଜିଲା ବନ୍ଦ ପାଳନ କରାଯାଇଛି। ୪ ଦଫା ଦାବି ନେଇ ଏହି ବନ୍ଦ…

ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୩(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟ୍‌କା ଲାଗିଛି। ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ମାଓବାଦୀଙ୍କୁୁ ବଡ଼ ଧକ୍କା: ଲୁଚାଇ ରଖିଥିବା ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି,୧୬।୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ୨୨୬ ବାଟାଲିୟନ ସିଆରପିଏଫ୍‌ ଯବାନ ସ୍ୱତନ୍ତ୍ର ଆମ୍ୱୁସ ଅପରେଶନ କରୁଥିବାବେଳେ ଗୋମଗୁଡ଼ା ଗ୍ରାମର ପୋଡିୟମପାରା ଅଞ୍ଚଳରେ ଏକ…

ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ମାଓବାଦୀ ନେତ୍ରୀ ରାଣୀତା

ମାଲକାନଗିରି,୧୪ା୩(ସୁଚିତ୍ରା ଦାସ): ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହୋଇ ମୁଖ୍ୟସ୍ରୋତରେ ସାମିଲହେବାକୁ ସରକାର ମାଓବାଦୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ସମୟସୀମା ମଧ୍ୟରେ ଆତ୍ମସମର୍ପଣ କରୁଥିବା…

ଦଣ୍ଡକାରଣ୍ୟ ଜୋନାଲ କମିଟିର ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୧।୩(ସୁଚିତ୍ରା ଦାସ): ପୁନର୍ବାସ ନୀତି ଅଧୀନରେ, ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି (ଡିକେଏସ୍‌ଜେଡ଼ସି)ର ୧୦୮ ଜଣ ମାଓବାଦୀ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ…

୬୩୧ କଇଁଛ ଜବତ, ଧରାପଡ଼ିଲେ ୭ ବ୍ୟବସାୟୀ

ଏମ୍‌ଭି- ୭୯, ୧୧।୩ (ଆଶିଷ କୁମାର ବାଇନ): ଆନ୍ଧ୍ରରୁ ମାଲକାନଗିରିକୁ ଏକ ବୋଲେରୋ ପିକ୍‌ଅପ୍‌ ଯୋଗେ କଇଁଛ ଚୋରା ଚାଲାଣ ବେଳେ ମୋଟୁ ବନ ବିଭାଗ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri