କେସିଙ୍ଗା,୨୨।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଭମରମାଲ ଗ୍ରାମ ନିକଟରେ ଜଳସେଚନ ପାଇଁ ଗତ ୨୦୨୦-୨୧ରେ ୨୬ ଲକ୍ଷ ୮୨ ହଜାର ବ୍ୟୟ ଅଟକଳରେ ଏକ ପ୍ରୋଜେକ୍ଟ ନିର୍ମାଣ ହୋଇଥିଲା। ନିର୍ମାଣର ଏକ ମାସ ଯାଏ ଚାଷ ଜମିରେ ଜଳସେଚିତ ହୋଇଥିଲା। ଏହି ପ୍ରୋଜେକ୍ଟ ଓଡିଶା ଲିଫ୍ଟ ଇରିଗେସନ କର୍ପୋରେସନ(Odisha lift irrigation Corporation) ଭବାନୀପାଟଣା ଦ୍ୱାରା ଗତ ୨୦୨୦-୨୧ରେ ଅତି ନିମ୍ନମାନର ଭାବେ ଚାଷ ଜମିରେ ପାଇପ ଲାଇନ ପୋତା ଯାଇଥିଲା, ଯାହାକି ନିର୍ମାଣର ଏକ ମାସ ପରେ ଜଳସେଚିତ ହେଲା ପରେ ଆଜିକୁ ୬ବର୍ଷ ହେଲା ଅକାମି ହୋଇ ପଡିରହିଛି।
ଭମରମାଲ ଗ୍ରାମର ପ୍ରାୟ ଶହେରୁ ଉଦ୍ଧର୍ବ ଚାଷୀଙ୍କ ପ୍ରାୟ ଦେଢ଼ ଶହ ଏକର ଜମିରେ ଜଳସେଚନ ହୋଇପାରୁ ନାହିଁ। ଯାହାଫଳରେ ଚାଷୀମାନେ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ସୁଦ୍ଧା କୌଣସି ପଦକ୍ଷେପ ନେଉନାହାନ୍ତି। ରବି ଋତୁରେ ଚାଷ କରିବା ପାଇଁ ଭମରମାଲ ଗ୍ରାମର ଦେହେରେନ ଜୋରରୁ ଏହି ଜଳସେଚନ କରିବା ପାଇଁ ପମ୍ପ ହାଉସରେ ବିଦ୍ୟୁତ ସଂଯୋଗ ହୋଇ ନିର୍ମାଣ ହୋଇଥିଲା। କିନ୍ତୁ ଏକ ମାସ ଜଳସେଚିତ ହେଲା ପରେ ୬ ବର୍ଷ ବିତିଗଲାଣି ଏହା ଅକାମି ହୋଇ ପଡିରହିଛି। ଏହିପରି ଉକ୍ତ ଗ୍ରାମରେ ନିର୍ମାଣ ହୋଇଥିବା ୫ଟି ପ୍ରକଳ୍ପ ଅଚଳ ହୋଇ ପଡିଛି। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚଦ୍ରିକାରେ ନିମ୍ନମାନର ପାଇପ ସଂଯୋଗ କରି ଲକ୍ଷ ଲକ୍ଷ ଟଙ୍କାର ମିଥ୍ୟା ବିଲ ଭାଉଚର କରି ଆତ୍ମସାତ କରୁଥିବା ଚାଷୀମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଜିଲାପାଳ ଓ ବିଭାଗୀୟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଦୃଷ୍ଟି ଦେବା ସହ ଯଥା ଶୀଘ୍ର ଏହି ପ୍ରୋଜେକ୍ଟ ପୁନଃମରାମତି କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀ ମାଝୀ ବାବୁଙ୍କୁ ପଚାରିବାରୁ ଭମରମାଲ ଗ୍ରାମର ପ୍ରୋଜେକ୍ଟକୁ ମରାମତି କରାଯିବ ବୋଲି ପ୍ରକାଶ କରିଥିଲେ।