Categories: ବାଣିଜ୍ୟ

ଓପିଟିସିଏଲ୍‌ରେ ଯୋଗଦେଲେ ୨୫୬

ଭୁବନେଶ୍ୱର, ୯।୧: ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମିକୁ ମଜଭୁତ କରିବା ଓ ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ଯୋଗାଇବା ପାଇଁ ଓଡ଼ିଶା ସରକାର କୁଶଳୀ ଓ ଉତ୍କୃଷ୍ଟ ମାନବ ସମ୍ବଳ ବୃଦ୍ଧି କରୁଛନ୍ତି ା ଓପିଟିସିଏଲ୍‌ରେ ନୂତନ ଭାବେ ଯୋଗ ଦେଇଥିବା ୨୫୬ ଜଣ ପ୍ରଶିକ୍ଷାର୍ଥୀଙ୍କୁ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛିନ୍ତି ା ରାଜ୍ୟର ଶକ୍ତି କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ଓଡ଼ିଶା ସରକାର ସବୁବେଳେ ପ୍ରଶାସନିକ ଏବଂ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ା ନିକଟରେ ୧୮ ଶହ କୋଟି ଟଙ୍କା ବ୍ୟୟରେ ଆଉ ୯୯ଟି ୩୩ କେଭି ସବ୍‌ଷ୍ଟେଶନ ନିର୍ମାଣ ପାଇଁ କ୍ୟାବିନେଟ୍‌ ମଞ୍ଜୁରୀ ଦିଆଯାଇଛି ା ଓଡ଼ିଶା ସରକାରଙ୍କ ୫-ଟି ମନ୍ତ୍ରକୁ ନିଜ ଚାକିରି ଜୀବନରେ ପାଳନ କରି ରାଜ୍ୟର ପ୍ରତିଟି ଲୋକଙ୍କୁ ଉତ୍ତମ ଓ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ା ଓପିଟିସିଏଲ୍‌ ବିଗତ ୧୦ବର୍ଷରେ ୨୦୫୦ ନିଯୁକ୍ତି ପ୍ରଦାନ କରିଥିବା ବେଳେ ଚଳିତ ବର୍ଷ ୩୦୦ ଜଣଙ୍କୁ ନିଯୁକ୍ତି ଦେଇଛି। ନିଯୁକ୍ତି କ୍ଷେତ୍ରରେ ସ୍ବଚ୍ଛତା ଆଣିବା ପାଇଁ ଅନ୍‌ଲାଇନ କମ୍ପ୍ୟୁଟର ଟେଷ୍ଟ କରାଯିବା ସହ ଗେଟ୍‌ ଭଳି ପରୀକ୍ଷାର ମାର୍କ ଆଧାରରେ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ବିଭାଗୀୟ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ସେହିଭଳିକ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ କିପରି ସମ୍ବେଦନଶୀଳତା ଏବଂ ସମୟାନୁବର୍ତ୍ତିତା ଆବଶ୍ୟକ ତାହା ପ୍ରଶିକ୍ଷାର୍ଥୀମାନଙ୍କୁ କହିଥିଲେ ା ସମ୍ମାନିତ ଅତିଥି ଭାବେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୧୯୨ ଜଣ ଜେଏମ୍‌ଓଟି ଏବଂ ୬୪ ଜଣ ଏମ୍‌ଓଟି ଯୋଗଦେଇଥିଲେ। ପ୍ରଶିକ୍ଷାର୍ଥୀମାନେ କମ୍‌ ସମୟରେ ସ୍ବଚ୍ଛତାର ସହ ନିଯୁକ୍ତି ପ୍ରକ୍ରିୟା ପାଇଁ ଓପିଟିସିଏଲ୍‌ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ା

Share