ଲିଙ୍ଗ ନିରୂପଣକାରୀଙ୍କ ତଥ୍ୟ ଦେଲେ ମିଳିବ ୨୫ ହଜାର

ଛତ୍ରପୁର,୧୫ା୭ (ସନ୍ତୋଷ ପାଢ଼ୀ): କନ୍ୟା ଭ୍ରୁଣ ହତ୍ୟା ଆଇନଗତ ଦଣ୍ଡନୀୟ ଅପରାଧ। ଗଞ୍ଜାମ ଜିଲାରେ କୌଣସିଠାରେ ଲିଙ୍ଗ ନିରୂପଣ କରି ଭ୍ରୁଣ ହତ୍ୟା ହେଉଥିବା ସୂଚନା ଦେଲେ ନାମ ଗୋପନ ରଖାଯାଇ ୨୫ ହଜାର ଟଙ୍କା ଦିଆଯିବ। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲାପାଳ ଲୀନା କୁମାରୀ ଖେସଙ୍କ ଅଧ୍ୟକ୍ଷତାରେ ପ୍ରସବ ପୂର୍ବ ଓ ପରବର୍ତ୍ତୀ ଲିଙ୍ଗ ନିରୂପଣ ନିରୋଧ ଆଇନ ସମ୍ପର୍କିତ ଜିଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକରେ ଏହା ନିଷ୍ପତ୍ତି ହୋଇଛି ।
ଜିଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମାର୍ଚ୍ଚ ୨୯ ତାରିଖରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ପ୍ରକାରେ ଜିଲାରେ ଡାଏଗ୍ନୋଷ୍ଠିକ ସେଣ୍ଟର ନିମନ୍ତେ ଆବେଦନ ହୋଇଥିବା ଚିକିତ୍ସାଳୟଗୁଡିକର ବୈଷୟିକ ଟିମ ଦ୍ୱାରା ଯାଞ୍ଚ କରାଯାଇ ଅନୁମୋଦନ କରାଯାଇଥିଲା। ପୁଅଙ୍କ ତୁଳନାରେ ଝିଅ ସଂଖ୍ୟା କମ୍‌ ହେଲେ ସମାଜରେ ଅନେକ ସମସ୍ୟା ଦେଖାଯାଏ। କନ୍ୟା ଭ୍ରୁଣ ଚିହ୍ନଟ ଏବଂ କନ୍ୟା ଭ୍ରୁଣ ନଷ୍ଟ କରିବା ଦିଗରେ ପ୍ରଥମ ସୂଚନା ଜିଲା ଚିକିତ୍ସାଧିକାରୀ ଓ ଜନସ୍ବାସ୍ଥ୍ୟ ଚିକିତ୍ସାଧିକାରୀ ପରିବାର କଲ୍ୟାଣ ବିଭାଗକୁ ପ୍ରଦାନ କରିବାକୁ କୁହାଯାଇଛି। ଲିଙ୍ଗ ନିରୂପଣ କରୁଥିବା ଡାଏଗ୍ନୋଷ୍ଠିକ ସେଣ୍ଟରଗୁଡିକୁ ବନ୍ଦ କରାଯିବ। ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅତିରିକ୍ତ ଜିଲାପାଳ ଖେସ ନିର୍ଦ୍ଦେଶ ଦେଇଥିଲେ। ପଞ୍ଜୀକୃତ ହୋଇଥିବା ଡାଏଗ୍ନୋଷ୍ଠିକ ସେଣ୍ଟରଗୁଡିକ ପ୍ରତି ନଜର ରଖିବାକୁ ପରାମର୍ଶ ଦେଇଥିଲେ। ବିଗତ ଭଳି ବିଭିନ୍ନ ବ୍ଲକରେ ସନ୍ଦିଗ୍ଧ ଥିବା ସେଣ୍ଟରଗୁଡିକୁ ଭିଜିଲାଣ୍ଟ ହୋଇ କମିଟି ଦ୍ୱାରା ନିୟମିତ ବ୍ୟବଧାନରେ ଚଢ଼ାଉ କାର୍ଯ୍ୟକୁ ବ୍ୟାପକ କରିବାକୁ ଆଲୋଚନା ହୋଇଥିଲା । ଏ ସମ୍ପର୍କରେ ସଚେତନତା କାର୍ଯ୍ୟକୁ ବ୍ୟାପକ କରିବାକୁ ପରାମର୍ଶ ଦିଆଯାଇଛି। ଜିଲାରେ କାର୍ଯ୍ୟକାରୀ ହେଉଥିବା ୱାନ ଷ୍ଟପ ସେଣ୍ଟର ସଖୀ ସମ୍ପର୍କିତ ଏବଂ କନ୍ୟା ରତ୍ନର ଆବଶ୍ୟକତା ସମ୍ପର୍କିତ ତଥ୍ୟ ପ୍ରଚାର ଓ ପ୍ରସାର କରିବାକୁ କୁହାଯାଇଛି।
ବୈଠକରେ ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ପରିବାର କଲ୍ୟାଣ ଡା. ଭି ସରୋଜିନୀ ଦେବୀ, ଡେପୁଟି କଲେକ୍ଟର, ଜୁଡିସିଆଲ ଦୀପ୍ତି କୁମାରୀ ପାତ୍ର ,ଡା. ସୁଚିତ୍ରା ସାହୁ, ଡା ଭବାନୀ ଶଙ୍କର ମିଶ୍ର , ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ସାମାଜିକ କର୍ମୀ ପ୍ରଦୀପ ପଣ୍ଡା , ଡିପିଏମୟୁ ଜିଲା ସଂଯୋଜକ ଶକ୍ତି କୁମାର ଦିଗାଲ, ଆଇନପରାମର୍ଶ କର୍ମୀ ଦିଲୀପ କୁମାର ପଣ୍ଡା, ଜିଲା ଡ୍ରଗ ଇନ୍ସପେକ୍ଟରମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭାଙ୍ଗି ଦୁର୍ବୃତ୍ତ…

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଭୋର୍‌ ସମୟରେ ମା’ଙ୍କ ପୂଜା ପୂଜା…

ବେପରୁଆ ଗାଡ଼ି ଚାଳନା, ଢାବା ଉପରକୁ କାର୍ ମାଡ଼ିଯିବାରୁ ୨ମୃତ

କୁଆଁରମୁଣ୍ଡା,୬ା୪(ମହେନ୍ଦ୍ର କୁମାର ସାହୁ): ରବିବାର ବିଳମ୍ବିତ ରାତିରେ ୧୪୩ ନମ୍ବର ଜାତୀୟ ରାଜପଥର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଯମୁନାନାକି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଢାବା ଭିତରକୁ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ବିଜେଡିକୁ ନେଇ ଏମିତି କହିଲେ ଗଣେଶ୍ବର: ସଂଗଠନ ଉପରେ ପ୍ରଭାବ…

ଭୁବନେଶ୍ୱର,୬।୪: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ ।…

ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ମିଳିଲା, ୩ ସାଙ୍ଗଙ୍କ ସହ ବୁଲିବାକୁ ଯାଇ…

ପାରଳାଖେମୁଣ୍ଡି,୬ା୪(ଗିରିଧାରୀ ପରିଚ୍ଛା): ମହେନ୍ଦ୍ରଗିରିରେ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ସୋମବାର ସକାଳେ ଉଦ୍ଧାର ହୋଇଛି। ଗତକାଲି କାଳବୈଶାଖୀ ପ୍ରଭାବରେ ବିନୋଦ ଚନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତି…

ଗୋଠଛଡ଼ା ଦନ୍ତାର ଉପଦ୍ରବ, ଦୁଇ ଘର ଭାଙ୍ଗି…..

କେନ୍ଦୁଝର,୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କଟୁପଶି ଗ୍ରାମରେ ଗୋଠଛଡା ଦନ୍ତାର ଉପଦ୍ରବ । ଗୋଠଛଡା ଦନ୍ତା ଆକ୍ରମଣରେ ଦୁଇ ଜଣଙ୍କ ଘର ଭାଙ୍ଗିଛି ।…

ଭାରତକୁ ସାହାଯ୍ୟ ମାଗିଲା ଇରାନ, ଏହି ବ୍ୟକ୍ତି ବଢାଇଲେ ଏମିତି ସହଯୋଗର ହାତ ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୬।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ସାରା ବିଭିନ୍ନ ରାଜ୍ୟର ଲୋକମାନେ ଯୁଦ୍ଧ ଦ୍ୱାରା ପ୍ରଭାବିତ ଇରାନୀ ନାଗରିକମାନଙ୍କୁ ସହାୟତା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri