Posted inଜାତୀୟ

ବିମାନ ବନ୍ଦରରୁ ୨୫୦ କିଲୋଗ୍ରାମ୍‌ କାଲିଫୋର୍ନିୟମ୍‌ ଜବତ, ଦାମ ୪,୨୫୦ କୋଟି…

କୋଲକାତା,୨୬।୮: ପଶ୍ଚିମବଙ୍ଗର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୨୫୦ କିଲୋଗ୍ରାମ୍‌ ରେଡ଼ିଓ ଆକ୍ଟିଭ୍‌ ଧାତୁ କାଲିଫୋର୍ନିୟମ୍‌ ଜବତ ହୋଇଛି। ସିଆଇଡି ପକ୍ଷରୁ ଚଢାଉ କରାଯାଇ ଦୁଇ ଅଭିଯୁକ୍ତଙ୍କ ଠାରୁ ଏହା ଜବତ ହୋଇଛି। ଅନ୍ତର୍ଜାତୀୟ ବଜାରରେ ଏହାର ଦାମ ୪,୨୫୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହା ନ୍ୟୁକ୍ଲିୟର ରିଆକ୍ଟର ଷ୍ଟାଟ୍‌ କରିବାରେ ବ୍ୟବହୃତ ହୋଇଥାଏ। ଗିରଫ ଅଭିଯୁକ୍ତଙ୍କୁ ପଚରା ଉଚରା ଜାରି ରହିଛି। ଦୁଇ ଅଭିଯୁକ୍ତ ସୈଲାନ୍‌ କର୍ମାକର ଏବଂ ଅସିତ ଘୋଷ ହୁଗୁଳି ଜିଲା ବାସିନ୍ଦା। ଏହି ରେଡିଓ ଆକ୍ଟିଭ୍‌ ଧାତୁକୁ ୧୯୫୦ରେ ଆମେରିକାର ଏକ ଲ୍ୟାବ୍‌ରେ ପ୍ରଥମେ ସିନ୍ଥେସିସ୍‌ କରାଯାଇଥିଲା। ୯୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ତାପମାତ୍ରାରେ ଏହା ତରଳିଥାଏ। ଏହି ଧାତୁ ଅତି କୋମଳ। ଏହାକୁ ବ୍ଲେଡ୍‌ରେ ମଧ୍ୟ କାଟି ହୋଇଥାଏ। ତେଲ ଖଣି ସହିତ ସୁନା ରୁପା ଖଣି ଚିହ୍ନଟ ପାଇଁ ଏହାର ବ୍ୟବହାର କରାଯାଇଥାଏ। ମେଟାଲ ଡିଟେକ୍ଟରରେ ଏହା ବ୍ୟବହୃତ ହୋଇଥାଏ। ଘର ତାପମାତ୍ରାରେ ଏହା କଠିନ ଅବସ୍ଥାରେ ରହିଥାଏ। କାଲିଫୋର୍ନିୟମ ସମସ୍ତ ଆଇସୋଟପ୍‌ ରେଡିଓ ଆକ୍ଟିଭ୍‌। ଏହାର ଆଇସୋଟପ୍‌ ସିଏଫ୍‌-୨୫୧ର ହାଫ୍‌ ଲାଇଫ୍‌ ପିରିୟଡ୍‌ ୮୦୦ ବର୍ଷ ହୋଇଥାଏ। ଏହାର ଆଇସୋଟପ୍‌ ସିଏଫ୍‌-୨୫୨ର ଏକ ମାଇକ୍ରୋଗ୍ରାମ୍‌ରୁ ପ୍ରତି ମିନିଟରେ ୧୭୦ ନିୟୁତ ନ୍ୟୁଟ୍ରନ୍‌ ସୃଷ୍ଟି କରାଯାଇ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri