ଚୋରି ମାମଲାର ପର୍ଦ୍ଦାଫାଶ: ୨୫୦ ଗ୍ରାମ ସୁନା ଅଳଙ୍କାର, ୧ ଲକ୍ଷ ୫୦ ହଜାର ଟଙ୍କା ଜବତ

ଦିଗପହଣ୍ଡି,୨୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବଡ଼ ଡୁମ୍ବୁଳା ପଞ୍ଚାୟତ ସୁମନ୍ତପୁର ଗ୍ରାମର ପ୍ରହଲ୍ଲାଦ ପ୍ରଧାନଙ୍କ ଘରୁ ୩ ଲକ୍ଷ ୨୦ ହଜାର ଟଙ୍କା ଓ ପ୍ରାୟ ୮ ଭରି ସୁନାଗହଣା ଚୋରି ଘଟଣାରେ ପର୍ଦ୍ଦାଫାଶ ହୋଇଛି। ସମ୍ପୃକ୍ତ ୪ ଜଣ ପେଶାଦାର ଲୁଟେରା ଏବଂ ସୁନା ଅଳଙ୍କାର କ୍ରୟ କରିଥିବା ଜଣେ ଗହଣା ବ୍ୟବସାୟୀଙ୍କୁ ଗୁରୁବାର ପୋଲିସ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ କେ . ନୂଆଗାଁ ଥାନା ବମକୋଇ ଗ୍ରାମରେ ରହୁଥିବା ଖୋର୍ଦ୍ଧା ଜିଲା ଜଟଣୀ ଥାନା ବେଣାପଞ୍ଜୁରୀ ଗ୍ରାମର ଜେ. ମୋହନ , କବିସୂର୍ଯ୍ୟ ନଗର ଥାନା ପଥରାପଲ୍ଲୀ ଗ୍ରାମର ବୁଲୁ ପାତ୍ର ଏବଂ କ୍ରିଷ୍ଣା ପାତ୍ର , ବମକୋଇ ଗ୍ରାମର ଜେ . ପ୍ରକାଶ ଓ ଶେରଗଡ଼ ଥାନା ପରମାନନ୍ଦପୁର ଗ୍ରାମର ଗହଣା ବ୍ୟବସାୟୀ ମନୋଜ ପାଢ଼ୀ। ଥାନା ମାମଲା ନଂ.୨୭୩/୨୫ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ଅଭିଯୁକ୍ତ ମାନଙ୍କ ନିକଟରୁ ୨୫୦ ଗ୍ରାମ ଓଜନର ସୁନା ଅଳଙ୍କାର , ନଗଦ ୧ ଲକ୍ଷ ୫୦ ହଜାର ଟଙ୍କା , ଘର ଗ୍ରିଲ ଭାଙ୍ଗିବା ନିମନ୍ତେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଗତ ୧ ତାରିଖ ବିଳମ୍ବିତ ରାତିରେ ଦିଗପହଣ୍ଡି ବ୍ଳକ ବଡଡୁମୁଳା ପଞ୍ଚାୟତ ସୁମନ୍ତପୁର ଗ୍ରାମର ପ୍ରହଲ୍ଲାଦ ପ୍ରଧାନଙ୍କ ଘରୁ ଏକ ବଡ଼ ଧରଣର ଚୋରି ହୋଇଥିବା ନେଇ ଥାନାରେ ଏତଲା ହୋଇଥିଲା । ପୋଲିସ ପ୍ରହଲ୍ଲାଦଙ୍କ ଏତଲାକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଚୋରଙ୍କୁ ଧରିବା ପାଇଁ ଏକ ଟିମ ଗଠନ କରି ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଚଢାଉ କରି ଆସୁଥିଲା । ପୋଲିସ ଚୋରି ହୋଇଥିବା ପ୍ରହଲ୍ଲାଦଙ୍କ ମୋବାଇଲକୁ ଟ୍ରାକିଂ କରି ବୁଧବାର ରାତିରେ କେ.ନୂଆଗାଁ ଥାନା ଦେଖାଳି ଗ୍ରାମରୁ ଅଭିଯୁକ୍ତ ମାନଙ୍କୁ କାବୁ କରିଥିଲା । ଏହାପରେ ସେମାନଙ୍କୁ ଥାନାରେ ରଖି ଜେରା କରିବା ପରେ ସେମାନେ ଗତ କିଛିଦିନ ଧରି ଦିଗପହଣ୍ଡି ଥାନା ସୁମନ୍ତପୁର , ବାଗଡା , ଗୋଲଣ୍ଡା ଗ୍ରାମ ସମେତ କେ . ନୂଆଗାଁ ଥାନା ଅର୍ନ୍ତଗତ ପରସମା , ଡଭାର , ଚନ୍ଦନପୁର , କୃଷ୍ଣପୁର ଏବଂ ବଡପଲଙ୍କ ଗ୍ରାମରୁ ସୁନା ଚୋରି କରିବା ସହ ଆସିକାରେ ସୁନା ଦୋକାନ କରିଥିବା ମନୋଜଙ୍କୁ ସବୁ ସୁନା ବିକ୍ରି କରି ଦେଇଥିବା କହିଥିଲେ । ଏହାପରେ ପୋଲିସ ଗହଣା ବ୍ୟବସାୟୀ ମନୋଜଙ୍କୁ ମଧ୍ୟ ଗିରଫ କରି ଜେରା କରିବା ପରେ ସେ ପୋଲିସ ନିକଟରେ ଚୋରି ସୁନାକୁ କିଣିଥିବା ସ୍ବୀକାର କରିଥିଲେ । ପୂର୍ବରୁ ସମସ୍ତ ଅଭିଯୁକ୍ତଙ୍କ ନାମରେ ଦିଗପହଣ୍ଡି ଓ କେ . ନୂଆଗାଁ ଥାନାରେ ୧୦ ରୁ ଉଦ୍ଧର୍‌ବ ଚୋରି ମାମଲା ଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଥିବା ଭାରପ୍ରାପ୍ତ ଥାନା ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri