ଗଣେଶ ପୂଜା ଭୋଜି ଖାଇ ୨୫ ଛାତ୍ରୀଛାତ୍ର ଅସୁସ୍ଥ

ନୀଳଗିରି,୩ା୯(ସ୍ବ.ପ୍ର.): ବାଲେଶ୍ୱର ଜିଲା ଔପଦା ବ୍ଲକ ବାଉଁଶବଣିଆ ପ୍ରାଥମିକ ସ୍କୁଲରେ ଗଣେଶ ପୂଜା ଭୋଜି ଖାଇ ୨୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ଚିକିତ୍ସା ଲାଗି ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଗଣେଶ ପୂଜା ଦିନ ସ୍କୁଲରେ ଭୋଜି ହୋଇଥିଲା। ପିଲାମାନେ ଭୋଜି ଖାଇସାରି ଘରକୁ ଫେରିଥିଲେ। ସନ୍ଧ୍ୟା ବେଳେ ପିଲାମାନଙ୍କର ପ୍ରଥମେ ବାନ୍ତି ହୋଇଥିଲା। ପରେ ଜ୍ୱର ଆସିଥିଲା। ଗୁରୁବାର ପରିବାର ଲୋକେ ପିଲାମାନଙ୍କୁ ଡାକ୍ତରଖାନା ନ ନେଇ ଘରେ ଚିକିତ୍ସା କରିଥିଲେ। ତେବେ ଜ୍ୱର ନ କମିବାରୁ ଶୁକ୍ରବାର ସକାଳେ ପରିବାର ଲୋକେ ପିଲାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନେ ସୁସ୍ଥ ଅଛନ୍ତି