ବିନା ଇନ୍‌ସ୍ୟୁରାନ୍ସରେ ଗଡୁଛି ୨୫ଲକ୍ଷ ଗାଡ଼ି

ଭୁବନେଶ୍ୱର,୨୩ା୭(ଅଭିଜିତ ଦାସ)ପରିବହନ ବିଭାଗ ପକ୍ଷରୁ ଚଳିତବର୍ଷ ଏପ୍ରିଲ ୧ରୁ ଗାଡ଼ିମୋଟରକୁ କଡାକଡି ଯାଞ୍ଚ ଲାଗି ସମସ୍ତ ଜିଲାର ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରଠାରୁ କିଛି ଦିନଧରି ଗାଡିମୋଟର ଯାଞ୍ଚ ଚାଲିଲା। ହେଲେ ଗତାନୁଗତିକ ଭାବେ ଧୀରେ ଧୀରେ ଏହା ଏବେ ପ୍ରାୟ ବନ୍ଦ ହୋଇଯାଇଛି। ଇନ୍‌ସ୍ୟୁରାନ୍ସ, ଫିଟ୍‌ନେସ୍‌, ପଲ୍ୟୁଶନ ସାର୍ଟିଫିକେଟ ଓ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନ ଥାଇ ଲକ୍ଷ ଲକ୍ଷ ଗାଡି ରାସ୍ତାରେ ସେମିତି ଗଡୁଛି। ରାଜ୍ୟରେ ବର୍ତ୍ତମାନ ୩ ଲକ୍ଷରୁ ଊର୍ଦ୍ଧ୍ୱ ଗାଡିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲାଗି ନ ଥିବାବେଳେ ପାଖାପାଖି ୪୦ ପ୍ରତିଶତ ବା ୨୫ଲକ୍ଷରୁ ଊର୍ଦ୍ଧ୍ୱ ଗାଡି ବିନା ଇନ୍‌ସ୍ୟୁରାନ୍ସରେ ଚାଲୁଛି। ସେହିପରି ୬୦ ପ୍ରତିଶତ ଗାଡ଼ିର ପଲ୍ୟୁଶନ ସାର୍ଟିଫିକେଟ ନ ଥିବା ଜଣାପଡିଛି।
ପରିବହନ ବିଭାଗର ଜୁଲାଇ ତଥ୍ୟ ଅନୁଯାୟୀ, ରାଜ୍ୟରେ ଦୁଇଚକିଆ ଯାନ ୬୩ ଲକ୍ଷ ୯୯ ହଜାର ୭୦୭ ଥିବାବେଳେ ୧୨ ଲକ୍ଷ ୧୦ ହଜାର ୨୬୯ଟି ଚାରିଚକିଆ ଯାନ ରହିଛି। ସେହିପରି ୪ ଲକ୍ଷ ୧୦ ହଜାର ୪୩୯ଟି ବସ୍‌, ଟ୍ରକ୍‌ ଓ ଅନ୍ୟାନ୍ୟ ଗାଡି ରହିଛି। ତେବେ ଏଥିମଧ୍ୟରୁ ୨୦ ଲକ୍ଷ ୫୫ ହଜାର ୫୭୦ଟି ଦୁଇଚକିଆ ଗାଡ଼ିର ଇନ୍‌ସ୍ୟୁରାନ୍ସ ନ ଥିବା ବେଳେ ୪ଲକ୍ଷ ୧୫ ହଜାର ଚାରିଚକିଆ ଯାନର ଇନ୍‌ସ୍ୟୁରାନ୍ସ ନାହିଁ। ସେହିପରି ୪ ଲକ୍ଷ ୧୫ ହଜାର ବସ୍‌, ଟ୍ରକ୍‌ ଓ ଅନ୍ୟ ଭାରିଯାନ ମଧ୍ୟରୁ ପାଖାପାଖି ୧୫ରୁ ୨୦ ହଜାର ଗାଡିର ଫିଟ୍‌ନେସ୍‌ ଓ ଅଧିକାଂଶ ଗାଡିର ପଲ୍ୟୁଶନ ସାର୍ଟିଫିକେଟ ନାହିଁ।
ଏ ସମ୍ପର୍କରେ ଭୁବନେଶ୍ୱର ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ ବିକାଶ ଚୌଧୁରୀ କହିଛନ୍ତି, ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ କଡାକଡି ଭାବେ ଗାଡି ଚେକିଂ କରାଯାଉଛି। ସେହିପରି ସ୍ପେଶାଲ ଡ୍ରାଇଭ୍‌ ମାଧ୍ୟମରେ ଓଡିଶା ପୋଲିସ ମଧ୍ୟ ଏନଏଚ୍‌ ଓ ସହର ମଧ୍ୟରେ ଚେକିଂ କରୁଛି। ମୋଟର ଭେଇକିଲ ଆକ୍ଟ ୧୯୮୮ର ଧାରା ୧୪୬ ଅନୁସାରେ ବିନା ଇନ୍‌ସ୍ୟୁରାନ୍ସରେ ଗାଡିଗୁଡିକ ଚଳାଚଳ କରୁଥିଲେ ପ୍ରଥମଥର ୨ହଜାର ଟଙ୍କା ଓ ଦ୍ୱିତୀୟଥର ଧରାପଡିଲେ ୪ ହଜାର ଟଙ୍କା ଜରିମାନା କରାଯାଉଛି। ଅଧିକାଂଶ ଲୋକଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ଆସୁନାହିଁ। ସେମାନେ ବିନା ଇନ୍‌ସ୍ୟୁରାନ୍ସରେ ଗାଡି ଚଳାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri