୨୫ କୋଟି ବ୍ୟୟ, ଚାଷୀଙ୍କ କାମରେ ଲାଗୁନି

କେନ୍ଦ୍ରାପଡ଼ା, ୧୧ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକ ଅଞ୍ଚଳରେ କେନାଲ ଜଳସେଚନ ସୁବିଧା ନାହିଁ। ଉଠା ଜଳସେଚନ ଅଥବା ବର୍ଷାକୁ ଚାଷୀ ଭରସା କରିଥାନ୍ତି। ତେବେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ଏକ ବୃହତ୍‌ ଜଳସେଚନ ପ୍ରକଳ୍ପ ଅଦ୍ୟାବଧି ଚାଷୀଙ୍କ କାର୍ଯ୍ୟରେ ନ ଲାଗିବା ପରି ଘଟଣା ଏବେ ଚାଷୀଙ୍କ ପାଇଁ ଦୁଃଖର କାରଣ ସାଜିଛି। ଏହି ବ୍ଲକର ଦେଉଳତରାଠାରେ ୭ ପଞ୍ଚାୟତର ପ୍ରାୟ ୧୨୦୦ ଏକର ଜମିକୁ ଜଳସେଚନ ପାଇଁ ୨୫ କୋଟି ଟଙ୍କା ବ୍ୟୟରେ ହୋଇଥିବା ଏହି ପ୍ରକଳ୍ପ ପ୍ରାୟତଃ ଅକାମୀ ହୋଇପଡ଼ିଛି। ଏପରି କି ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ ପାଇଁ ବାରମ୍ବାର ସ୍ଥାନୀୟ ବିଧାୟକ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏହାର ସୁଫଳ ମିଳୁ ନ ଥିବା ଲୋକ ପ୍ରତିନିଧି ଓ ଚାଷୀମାନେ ପ୍ରକାଶ କରିଛନ୍ତି।
ଦେଉଳତରାର ଚାଷୀ ସୁବାସ ଚନ୍ଦ୍ର ପାଣ୍ଡବ, ଅଭିମନ୍ୟୁ ବାରିକ, ମାନଗୋବିନ୍ଦ ପଣ୍ଡା, ବିଷ୍ଣୁଚରଣ ବାରିକ, ବିଜୟ ନାୟକ ପ୍ରମୁଖ କହିଛନ୍ତି ଯେ, ଦେଉଳତରାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୯ ମାର୍ଚ୍ଚରେ ଉଦ୍‌ଘାଟନ କରିଥିଲେ। ନିର୍ବାଚନ ପୂର୍ବରୁ ତରବରିଆ ଭାବେ ଏହା ଉଦ୍‌ଘାଟିତ ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନ ଥିଲା। ଉଦ୍‌ଘାଟନର ପ୍ରାୟ ବର୍ଷେ ପରେ ଜଳସମ୍ପଦ ବିଭାଗ ପକ୍ଷରୁ ଏହି ପ୍ରକଳ୍ପର ନିର୍ମାଣ ଶେଷ ହୋଇଛି। ପ୍ରକଳ୍ପ ଅଧୀନରେ ଦେଉଳତରା ସମେତ ମୁରାଦପୁର, ଉଜାଙ୍ଗ, ସିହୋପଡ଼ା, ନମତରା, ପାରିନୂଆପଡ଼ା- ହାବଳଗଣ୍ଡ ଓ ନମତରା ପଞ୍ଚାୟତର ପ୍ରାୟ ୧୨୦୦ ଏକର ଜମିକୁ ଜଳସେଚନ ହେବ ବୋଲି ସୂଚନା ଦିଆଯାଇଥିଲା। ଖରସ୍ରୋତା ନଦୀରୁ ପାଣି ଉଠାଇ କ୍ଷେତକୁ ପାଣି ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହେଉ ନ ଥିବାରୁ ପ୍ରାୟ ୧୦ ହଜାର ଚାଷୀ ଏବେ ବର୍ଷାକୁ ଭରସା କରିଛନ୍ତି। ଚାଷୀ ଋଣ କରି ଚାଷ କରୁଥିବା ବେଳେ ଫସଲ ଗଜା ମରୁଡି ହେଲେ ଅର୍ଥ ଶୁଝିବା କଷ୍ଟକର ହେଉଛି। ଏ ନେଇ ଜିଲାପାଳ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ସୁଫଳ ମିଳିନାହିଁ। ପ୍ରକଳ୍ପର ତ୍ରୁଟିକୁ ସୁଧାରି ତୁରନ୍ତ ଜଳ ଯୋଗାଣ କରିବାକୁ ସେମାନେ ଦାବି କରିଛନ୍ତି। ଏ ନେଇ କୃଷକ ନେତା ଗୟାଧର ଧଳ, ସାମାଜିକ କର୍ମୀ ପ୍ରତାପ ପାଢ଼ୀ କହିଛନ୍ତି, ନିର୍ବାଚନ ସମୟରେ ରାଜନେତାମାନେ ସାଧାରଣ ଜନତାଙ୍କୁ ପ୍ରତିଶ୍ରୁତି ଦେବା ଓ ଏହାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲା ସବୁବେଳେ ପଛରେ ଅଛି। ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ପ୍ରତି ବ୍ଲକ ଅଞ୍ଚଳର କ୍ଷେତକୁ ଅନୂ୍ୟନ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା ରହିବ। ତେବେ କେନ୍ଦ୍ରାପଡ଼ା ଜିଲାରେ ଏହା ସମ୍ଭବ ହେଉନାହିଁ। ଜିଲାର ଆଳି ଓ ରାଜନଗର ବ୍ଲକ ଅଞ୍ଚଳରେ ଆଦୌ କେନାଲ ନାହିଁ। ଉଠାଜଳସେଚନ ଏଠାରେ ଚାଷୀଙ୍କ ପାଇଁ ଭରସା ପାଲଟିବା କଥା। ତେବେ ଏହି ଦୁଇ ବ୍ଲକ ଅଞ୍ଚଳରେ ଥିବା ୬୨୯ଟି ଉଠା ଜଳସେଚନ ପ୍ରକଳ୍ପ ମଧ୍ୟରୁ ଅଧାରୁ ଅଧିକ ଅଚଳ ହୋଇଗଲାଣି। ଏପରି କି ଉଦ୍‌ଘାଟିତ ପ୍ରକଳ୍ପ କାର୍ଯ୍ୟକାରୀ ନ ହେବା ପ୍ରଶାସକ ଓ ରାଜନେତାଙ୍କ ଏଥିପ୍ରତି ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକଳ୍ପକୁ ନେଇ ଚାଷୀ ଅସନ୍ତୋଷ ବଢ଼ୁଛି। ୨୦୨୦ରେ ଏହାର ଟ୍ରାଏଲ ରନ ହୋଇଥିଲେ ମଧ୍ୟ ଏହାର ତ୍ରୁଟିରେ ସୁଧାର ଆସୁନାହିଁ। ଏ ନେଇ ବହୁବାର ଜିଲାପାଳ ଓ ବିଧାୟକଙ୍କ ଦୃଷ୍ଟିକୁ ଅଣାଯାଇଛି ବୋଲି ସେମାନେ ପ୍ରକାଶ କରିଛନ୍ତ। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ କେଉଁ ଅସୁବିଧା ରହିଛି, ତାହାର ତନଖି ସହ ସୁଧାର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…

ଯୁଦ୍ଧ ମଧ୍ୟରେ ଉତ୍ତରାଧିକାରୀ ଘୋଷଣା କଲା ଇରାନ, ଜାଣନ୍ତୁ କିଏ ସେହି ମହମ୍ମଦ ବାଘେର

ନୂଆଦିଲ୍ଲୀ,୨୫।୩: ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ସଚିବ ଅଲି ଲାରିଜାନିଙ୍କ ମୃତ୍ୟୁ ପରେ, ଇରାନ ବ୍ରିଗେଡିୟର ଜେନେରାଲ ମହମ୍ମଦ ବାଘେର ଜୋଲକାଦରଙ୍କୁ ଏହାର ନୂତନ ସୁରକ୍ଷା ମୁଖ୍ୟ…

ଯୁଦ୍ଧ ଭିତରେ ‘ଏମରଜେନ୍ସି’ ଘୋଷଣା କଲା ଏହି ଦେଶ, ଲକ୍‌ଡାଉନ ପରି ବନ୍ଦ ହେଲା…

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଚାପ ଏବେ ଫିଲିପାଇନ୍ସ ପର୍ଯ୍ୟନ୍ତ ପହଞ୍ଚିଛି। ସାତ ସମୁଦ୍ର ଦୂର। ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଯୋଗୁଁ, ବିଶ୍ୱ ଇନ୍ଧନ ଯୋଗାଣ…

ଗୋଟି ଗୋଟି ସବୁ ଦେଶଠାରୁ ଯୁଦ୍ଧ କ୍ଷତି ଆଦାୟ କରିବ ଇରାନ, ଖେଳିଲା ବଡ଼ ଗେମ୍‌, ଏବେ ଭୋଗିବ ସାରା ବିଶ୍ୱ

ନୂଆଦିଲ୍ଲୀ, ୨୫।୩: ଟଳିନି ବିଶ୍ୱ ସଙ୍କଟ । ଯୁଦ୍ଧ ଦ୍ୱାରା ଏପର୍ଯ୍ୟନ୍ତ ହୋଇଥିବା କ୍ଷତି କେବଳ ଏକ ଝଲକ ଥିଲା। ପ୍ରକୃତ ସଙ୍କଟ ଏବେ ଆରମ୍ଭ ହୋଇଛି,…

ବାଇକରେ ଯାଉଥିବାବେଳେ ବ୍ୟକ୍ତିଙ୍କ ଉପରେ ଚଢିଗଲା ଟ୍ରକ୍‌, ଘଟଣାସ୍ଥଳରେ…

ବାଣପୁର,୨୫।୩ (ଦିଲ୍ଲୀପ କୁମାର ସ୍ବାଇଁ ): ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ୍‌ ଚକା ତଳେ ଚାପି ହୋଇ ଚାଲିଗଲା ଜୀବନ। ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ କୁଲେଇ…

ଯୁଦ୍ଧ ଭିତରେ ତାଣ୍ଡବ କରିବ ବାତ୍ୟା, ଭୟଙ୍କର ଭାବରେ ଇରାନକୁ ମାଡ଼ି ଆସୁଛି…

ତେହରାନ,୨୫।୩: ଯୁଦ୍ଧଗ୍ରସ୍ତ ମଧ୍ୟପ୍ରାଚ୍ୟ ପାଇଁ, ଆଉ ଏକ ପ୍ରମୁଖ ଚ୍ୟାଲେଞ୍ଜ ଏବେ ଉଭା ହୋଇଛି। ଏଥର, ପ୍ରତିଦ୍ୱନ୍ଦ୍ୱୀ କୌଣସି ଦେଶ ନୁହେଁ, ବରଂ ପ୍ରକୃତି। ଏକ ଶକ୍ତିଶାଳୀ…

ଏବେ ଆରମ୍ଭ ହେଲା ଅସଲ ଯୁଦ୍ଧ! ନୂଆ ସଙ୍କଟ ଛିଡା କଲା ଇରାନ, ଭୟରେ ଥରହର ସବୁ ଦେଶ

ନୂଆଦିଲ୍ଲୀ, ୨୫।୩: ଯଦି ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଆପଣଙ୍କୁ ବିଶ୍ୱାସ କରାଇଛି ଯେ ବିଶ୍ୱ ସଙ୍କଟ ଟଳି ଯାଇଛି, ତେବେ ଏହି ଖବର ଉପରେ…

ଶାନ୍ତି ଆଲୋଚନା ଭିତରେ ଗ୍ରାଉଣ୍ଡକୁ ୩୦୦୦ ସେନା ପଠାଇଲେ ଟ୍ରମ୍ପ! ମହାଯୁଦ୍ଧ ନେଲା ଭୟଙ୍କର ମୋଡ

ଓ଼୍ବାଶିଂଟନ,୨୫।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଏକ ବଡ଼ ମୋଡ଼ରେ ପହଞ୍ଚିଛି। ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ପଟେ ଯୁଦ୍ଧ ଏଡାଇବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri