୨୫ କୋଟି ବ୍ୟୟ, ଚାଷୀଙ୍କ କାମରେ ଲାଗୁନି

କେନ୍ଦ୍ରାପଡ଼ା ଅଫିସ, ୩୦।୪: କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକ ଅଞ୍ଚଳରେ କେନାଲ ଜଳସେଚନ ସୁବିଧା ନାହିଁ। ଉଠା ଜଳସେଚନ ଅଥବା ବର୍ଷାକୁ ଚାଷୀ ଭରସା କରିଥାନ୍ତି। ତେବେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ଏକ ବୃହତ ଜଳସେଚନ ପ୍ରକଳ୍ପ ଅଦ୍ୟାବଧି ଚାଷୀଙ୍କ କାମରେ ନ ଲାଗିବା ପରି ଘଟଣା ଚାଷୀଙ୍କ ପାଇଁ ଦୁଃଖର କାରଣ ସାଜିଛି।
ରାଜକନିକା ବ୍ଲକର ଦେଉଳତରାଠାରେ ୭ ପଞ୍ଚାୟତର ପ୍ରାୟ ୧୨୦୦ ଏକର ଜମିକୁ ଜଳସେଚନ ପାଇଁ ୨୫ କୋଟି ଟଙ୍କା ବ୍ୟୟରେ ହୋଇଥିବା ଏହି ପ୍ରକଳ୍ପ ପ୍ରାୟତଃ ଅକାମୀ ହୋଇ ପଡିଛି। ଏପରିକି ଉକ୍ତ ପ୍ରକଳ୍ପକୁ କାର୍ଯ୍ୟକାରୀ ପାଇଁ ବାରମ୍ବାର ସ୍ଥାନୀୟ ବିଧାୟକ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ସ୍ଥାନୀୟ ଲୋକ ପ୍ରତିନିଧି ଓ ଚାଷୀମାନେ ପ୍ରକାଶ କରିଛନ୍ତି। ଦେଉଳତରାର ଚାଷୀ ସୁବାସ ଚନ୍ଦ୍ର ପାଣ୍ଡବ, ଅଭିମନ୍ୟୁ ବାରିକ, ମାନଗୋବିନ୍ଦ ପଣ୍ଡା, ବିଷ୍ଣୁଚରଣ ବାରିକ, ବିଜୟ ନାୟକ ପ୍ରମୁଖ କହିଛନ୍ତି, ଦେଉଳତରାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୯ ମାର୍ଚ୍ଚରେ ଉଦ୍‌ଘାଟନ କରିଥିଲେ। ନିର୍ବାଚନ ପୂର୍ବରୁ ତରବରିଆ ଭାବେ ଏହା ଉଦ୍‌ଘାଟିତ ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନ ଥିଲା। ଉଦ୍‌ଘାଟନର ପ୍ରାୟ ବର୍ଷେ ପରେ ଜଳସମ୍ପଦ ବିଭାଗ ପକ୍ଷରୁ ଏହି ପ୍ରକଳ୍ପର ନିର୍ମାଣ ଶେଷ ହୋଇଛି। ପ୍ରକଳ୍ପ ଅଧୀନରେ ଦେଉଳତରା ସମେତ ମୁରାଦପୁର, ଉଜାଙ୍ଗ, ସିହୋପଡା, ନମତରା, ପାରିନୂଆପଡା- ହାବଳଗଣ୍ଡ ଓ ନମତରା ପଞ୍ଚାୟତର ପ୍ରାୟ ୧୨୦୦ ଏକର ଜମିକୁ ଜଳସେଚନ ହେବ ବୋଲି ସୂଚନା ଦିଆଯାଇଥିଲା। ଖରସ୍ରୋତା ନଦୀରୁ ପାଣି ଉଠାଇ କ୍ଷେତକୁ ପାଣି ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହେଉ ନ ଥିବାରୁ ପ୍ରାୟ ୧୦ ହଜାର ଚାଷୀ ଏବେ ବର୍ଷାକୁ ଭରସା କରିଛନ୍ତି। ଋଣ କରି ଚାଷ କରୁଥିବା ବେଳେ ଫସଲ ଗଜା ମରୁଡ଼ି ହେଲେ ଋଣ ଶୁଝିବା କଷ୍ଟକର ହେଉଛି। ଏନେଇ ଜିଲାପାଳ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ସୁଫଳ ମିଳିନାହିଁ।

ପ୍ରକଳ୍ପର ତ୍ରୁଟିକୁ ସୁଧାରି ତୁରନ୍ତ ଜଳ ଯୋଗାଣ କରିବାକୁ ସେମାନେ ଦାବି କରିଛନ୍ତି। ଏନେଇ କୃଷକନେତା ଗୟାଧର ଧଳ, ସାମାଜିକ କର୍ମୀ ପ୍ରତାପ ପାଢ଼ୀ କୁହନ୍ତି, ନିର୍ବାଚନ ସମୟରେ ରାଜନେତାମାନେ ସାଧାରଣ ଜନତାଙ୍କୁ ପ୍ରତିଶ୍ରୁତି ଦେବା ଓ ଏହାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲା ସବୁବେଳେ ପଛରେ ଅଛି। ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ପ୍ରତି ବ୍ଲକ ଅଞ୍ଚଳର କ୍ଷେତକୁ ଅନୁନ୍ୟ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା ରହିବ। ତେବେ କେନ୍ଦ୍ରାପଡ଼ା ଜିଲାରେ ଏହା ସମ୍ଭବ ହେଉନାହିଁ। ଜିଲାର ଆଳି ଓ ରାଜନଗର ବ୍ଲକ ଅଞ୍ଚଳରେ ଆଦୌ କେନାଲ ନାହିଁ। ଉଠା ଜଳସେଚନ ଏଠାରେ ଚାଷୀଙ୍କ ପାଇଁ ଭରସା ପାଲଟିବା କଥା। ତେବେ ଏହି ଦୁଇ ବ୍ଲକ ଅଞ୍ଚଳରେ ଥିବା ୬୨୯ଟି ଉଠା ଜଳସେଚନ ପ୍ରକଳ୍ପ ମଧ୍ୟରୁ ଅଧାରୁ ଊର୍ଦ୍ଧ୍ୱ ଅଚଳ ହୋଇଗଲାଣି। ଏପରି କି ଉଦ୍‌ଘାଟିତ ପ୍ରକଳ୍ପ କାର୍ଯ୍ୟକାରୀ ନ ହେବା ପ୍ରଶାସକ ଓ ରାଜନେତାଙ୍କ ଏଥିପ୍ରତି ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକଳ୍ପକୁ ନେଇ ଚାଷୀ ଅସନ୍ତୋଷ ବଢ଼ୁଛି। ୨୦୨୦ରେ ଏହାର ଟ୍ରାଏଲ ରନ ହୋଇଥିଲେ ମଧ୍ୟ ଏହାର ତ୍ରୁଟିକୁ ସୁଧାର ହେଉନି। ଏନେଇ ବହୁବାର ଜିଲାପାଳ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପିତାମ୍ବର ସାମଲ କହିଛନ୍ତି, ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ କେଉଁ ସମସ୍ୟା ରହିଛି ତା’ର ତନଖି କରାଯିବ। ଖୁବ୍‌ ଶୀଘ୍ର କିପରି ଉକ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯିବ ସେଥିପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri