୨୫ କୋଟି ବ୍ୟୟ, ଚାଷୀଙ୍କ କାମରେ ଲାଗୁନି

କେନ୍ଦ୍ରାପଡ଼ା ଅଫିସ, ୩୦।୪: କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକ ଅଞ୍ଚଳରେ କେନାଲ ଜଳସେଚନ ସୁବିଧା ନାହିଁ। ଉଠା ଜଳସେଚନ ଅଥବା ବର୍ଷାକୁ ଚାଷୀ ଭରସା କରିଥାନ୍ତି। ତେବେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ଏକ ବୃହତ ଜଳସେଚନ ପ୍ରକଳ୍ପ ଅଦ୍ୟାବଧି ଚାଷୀଙ୍କ କାମରେ ନ ଲାଗିବା ପରି ଘଟଣା ଚାଷୀଙ୍କ ପାଇଁ ଦୁଃଖର କାରଣ ସାଜିଛି।
ରାଜକନିକା ବ୍ଲକର ଦେଉଳତରାଠାରେ ୭ ପଞ୍ଚାୟତର ପ୍ରାୟ ୧୨୦୦ ଏକର ଜମିକୁ ଜଳସେଚନ ପାଇଁ ୨୫ କୋଟି ଟଙ୍କା ବ୍ୟୟରେ ହୋଇଥିବା ଏହି ପ୍ରକଳ୍ପ ପ୍ରାୟତଃ ଅକାମୀ ହୋଇ ପଡିଛି। ଏପରିକି ଉକ୍ତ ପ୍ରକଳ୍ପକୁ କାର୍ଯ୍ୟକାରୀ ପାଇଁ ବାରମ୍ବାର ସ୍ଥାନୀୟ ବିଧାୟକ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ସ୍ଥାନୀୟ ଲୋକ ପ୍ରତିନିଧି ଓ ଚାଷୀମାନେ ପ୍ରକାଶ କରିଛନ୍ତି। ଦେଉଳତରାର ଚାଷୀ ସୁବାସ ଚନ୍ଦ୍ର ପାଣ୍ଡବ, ଅଭିମନ୍ୟୁ ବାରିକ, ମାନଗୋବିନ୍ଦ ପଣ୍ଡା, ବିଷ୍ଣୁଚରଣ ବାରିକ, ବିଜୟ ନାୟକ ପ୍ରମୁଖ କହିଛନ୍ତି, ଦେଉଳତରାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୯ ମାର୍ଚ୍ଚରେ ଉଦ୍‌ଘାଟନ କରିଥିଲେ। ନିର୍ବାଚନ ପୂର୍ବରୁ ତରବରିଆ ଭାବେ ଏହା ଉଦ୍‌ଘାଟିତ ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନ ଥିଲା। ଉଦ୍‌ଘାଟନର ପ୍ରାୟ ବର୍ଷେ ପରେ ଜଳସମ୍ପଦ ବିଭାଗ ପକ୍ଷରୁ ଏହି ପ୍ରକଳ୍ପର ନିର୍ମାଣ ଶେଷ ହୋଇଛି। ପ୍ରକଳ୍ପ ଅଧୀନରେ ଦେଉଳତରା ସମେତ ମୁରାଦପୁର, ଉଜାଙ୍ଗ, ସିହୋପଡା, ନମତରା, ପାରିନୂଆପଡା- ହାବଳଗଣ୍ଡ ଓ ନମତରା ପଞ୍ଚାୟତର ପ୍ରାୟ ୧୨୦୦ ଏକର ଜମିକୁ ଜଳସେଚନ ହେବ ବୋଲି ସୂଚନା ଦିଆଯାଇଥିଲା। ଖରସ୍ରୋତା ନଦୀରୁ ପାଣି ଉଠାଇ କ୍ଷେତକୁ ପାଣି ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହେଉ ନ ଥିବାରୁ ପ୍ରାୟ ୧୦ ହଜାର ଚାଷୀ ଏବେ ବର୍ଷାକୁ ଭରସା କରିଛନ୍ତି। ଋଣ କରି ଚାଷ କରୁଥିବା ବେଳେ ଫସଲ ଗଜା ମରୁଡ଼ି ହେଲେ ଋଣ ଶୁଝିବା କଷ୍ଟକର ହେଉଛି। ଏନେଇ ଜିଲାପାଳ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ସୁଫଳ ମିଳିନାହିଁ।

ପ୍ରକଳ୍ପର ତ୍ରୁଟିକୁ ସୁଧାରି ତୁରନ୍ତ ଜଳ ଯୋଗାଣ କରିବାକୁ ସେମାନେ ଦାବି କରିଛନ୍ତି। ଏନେଇ କୃଷକନେତା ଗୟାଧର ଧଳ, ସାମାଜିକ କର୍ମୀ ପ୍ରତାପ ପାଢ଼ୀ କୁହନ୍ତି, ନିର୍ବାଚନ ସମୟରେ ରାଜନେତାମାନେ ସାଧାରଣ ଜନତାଙ୍କୁ ପ୍ରତିଶ୍ରୁତି ଦେବା ଓ ଏହାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲା ସବୁବେଳେ ପଛରେ ଅଛି। ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ପ୍ରତି ବ୍ଲକ ଅଞ୍ଚଳର କ୍ଷେତକୁ ଅନୁନ୍ୟ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା ରହିବ। ତେବେ କେନ୍ଦ୍ରାପଡ଼ା ଜିଲାରେ ଏହା ସମ୍ଭବ ହେଉନାହିଁ। ଜିଲାର ଆଳି ଓ ରାଜନଗର ବ୍ଲକ ଅଞ୍ଚଳରେ ଆଦୌ କେନାଲ ନାହିଁ। ଉଠା ଜଳସେଚନ ଏଠାରେ ଚାଷୀଙ୍କ ପାଇଁ ଭରସା ପାଲଟିବା କଥା। ତେବେ ଏହି ଦୁଇ ବ୍ଲକ ଅଞ୍ଚଳରେ ଥିବା ୬୨୯ଟି ଉଠା ଜଳସେଚନ ପ୍ରକଳ୍ପ ମଧ୍ୟରୁ ଅଧାରୁ ଊର୍ଦ୍ଧ୍ୱ ଅଚଳ ହୋଇଗଲାଣି। ଏପରି କି ଉଦ୍‌ଘାଟିତ ପ୍ରକଳ୍ପ କାର୍ଯ୍ୟକାରୀ ନ ହେବା ପ୍ରଶାସକ ଓ ରାଜନେତାଙ୍କ ଏଥିପ୍ରତି ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକଳ୍ପକୁ ନେଇ ଚାଷୀ ଅସନ୍ତୋଷ ବଢ଼ୁଛି। ୨୦୨୦ରେ ଏହାର ଟ୍ରାଏଲ ରନ ହୋଇଥିଲେ ମଧ୍ୟ ଏହାର ତ୍ରୁଟିକୁ ସୁଧାର ହେଉନି। ଏନେଇ ବହୁବାର ଜିଲାପାଳ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପିତାମ୍ବର ସାମଲ କହିଛନ୍ତି, ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ କେଉଁ ସମସ୍ୟା ରହିଛି ତା’ର ତନଖି କରାଯିବ। ଖୁବ୍‌ ଶୀଘ୍ର କିପରି ଉକ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯିବ ସେଥିପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri