ଭାରତ ସମେତ ୨୫ଟି ଦେଶରେ ଦେଖାଯାଉଛି ଉତ୍କଟ ଜଳ ସଙ୍କଟ, ବର୍ଷକର ଗୋଟିଏ ମାସରେ ଜଳାଭାବରେ ରହୁଛନ୍ତି ୪୦୦କୋଟି ଲୋକ

ନୂଆଦିଲ୍ଲୀ,୧୯।୮: ଗ୍ଲୋବାଲ ଓ୍ବାର୍ମିଂ ପରି ଭାରତ ସମେତ ବିଶ୍ୱର ୨୫ଟି ଦେଶ ଉତ୍କଟ ଜଳ ସଙ୍କଟ ଦେଇ ଗତି କରୁଛି। ଅଧ୍ୟୟନ ଅନୁଯାୟୀ, ଏହି ଦେଶଗୁଡିକରେ ହେଉଥିବା ଜଳ ଯୋଗାଣର ୮୦ ପ୍ରତିଶତରୁ ଅଧିକ ଜଳ ଖର୍ଚ୍ଚ କରୁଛନ୍ତି। ଏହି ଦେଶରେ କେବଳ ଗ୍ରୀଷ୍ମ ନୁହେଁ ବର୍ଷସାରା ଜଳ ଅଭାବ ଦେଖାଯାଉଛି। ଜଳ ସଙ୍କଟ ଏଠାରେ ବାସ କରୁଥିବା ଲୋକଙ୍କ ଜୀବନ, ଜୀବିକା, ଖାଦ୍ୟ ଯୋଗାଣ, କୃଷି, ଶିଳ୍ପ ଉପରେ ପ୍ରଭାବ ପକାଉଛି। ବିଶ୍ୱ ସମ୍ବଳ ପ୍ରତିଷ୍ଠାନ (ଡବ୍ଲୁଆରଆଇ) ଦ୍ୱାରା ପ୍ରକାଶିତ ଆକ୍ୱେଡକ୍ଟ ୱାଟର ରିସ୍କ ଆଟଲାସର ସର୍ବଶେଷ ତଥ୍ୟରେ ଏହି ସୂଚନା ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ବିଶ୍ୱର ଏକ ଚତୁର୍ଥାଂଶ ଜନସଂଖ୍ୟାର ସ୍ଥାୟୀ ନିବାସ ହେଉଛନ୍ତି ଏହି ୨୫ଟି ଦେଶ।

ଆଞ୍ଚଳିକ ସ୍ତରରେ ମଧ୍ୟ ପୂର୍ବ ଏବଂ ଉତ୍ତର ଆଫ୍ରିକାରେ ଜଳ ସଙ୍କଟ ଗମ୍ଭୀର ରୂପ ଦେଖାଯାଇଛି। ଏହି ଅଞ୍ଚଳର ୮୩ଶତକଡା ଲୋକ ଭୟଙ୍କର ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଦକ୍ଷିଣ ଏସିଆର ପ୍ରାୟ ୭୪ଶତକଡା ଜନସଂଖ୍ୟା ଜଳ ସଙ୍କଟରେ ପୀଡିତ। ୧୯୬୦ ତୁଳନାରେ ଜଳର ଚାହିଦା ଦ୍ୱିଗୁଣିତ ହୋଇଛି। ଜନସଂଖ୍ୟା, ଶିଳ୍ପ, କୃଷି, ଗୋରୁ, ଶକ୍ତି ଉତ୍ପାଦନ, ନିର୍ମାଣ ଏବଂ ଜଳବାୟୁ ପରିବର୍ତ୍ତନ ପରି ଏହି କାରଣଗୁଡିକ ପାଇଁ ଜଳ ସଙ୍କଟ ଦେଖା ଦେଇଛି।

ଅଧ୍ୟୟନ ଅନୁଯାୟୀ, ବିଶ୍ୱର ପ୍ରାୟ ୪୦୦କୋଟି ଲୋକ ବର୍ଷକର ଗୋଟିଏ ମାସରେ ଜଳାଭାବର ସମ୍ମୁଖୀନ ହୁଅନ୍ତି। ୨୦୫୦ ସୁଦ୍ଧା ୧୦୦କୋଟି ଲୋକ ଜଳ ଅଭାବର ସମ୍ମୁଖୀନ ହେବେ ବୋଲି ଅନୁମାନ କରାଯାଉଛି।

ଆଞ୍ଚଳିକ ସ୍ତରରେ ମଧ୍ୟ ପୂର୍ବ ଏବଂ ଉତ୍ତର ଆଫ୍ରିକାରେ ଜଳ ସଙ୍କଟ ଗମ୍ଭୀର ରୂପ ଦେଖାଯାଇଛି। ଏହି ଅଞ୍ଚଳର ୮୩ଶତକଡା ଲୋକ ଭୟଙ୍କର ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଦକ୍ଷିଣ ଏସିଆର ପ୍ରାୟ ୭୪ଶତକଡା ଜନସଂଖ୍ୟା ଜଳ ସଙ୍କଟରେ ପୀଡିତ। ୧୯୬୦ ତୁଳନାରେ ଜଳର ଚାହିଦା ଦ୍ୱିଗୁଣିତ ହୋଇଛି। ଜନସଂଖ୍ୟା, ଶିଳ୍ପ, କୃଷି, ଗୋରୁ, ଶକ୍ତି ଉତ୍ପାଦନ, ନିର୍ମାଣ ଏବଂ ଜଳବାୟୁ ପରିବର୍ତ୍ତନ ପରି ଏହି କାରଣଗୁଡିକ ପାଇଁ ଜଳ ସଙ୍କଟ ଦେଖା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri