Posted inଜାତୀୟ

ବିଷ ଦେଇ ପ୍ରେମିକଙ୍କୁ କରିଥିଲେ ହତ୍ୟା: ପ୍ରେମିକାଙ୍କୁ ମିଳିଲା ଫାଶୀ ଦଣ୍ଡ

ଥିରୁଭାନନ୍ତପୁରମ,୨୦ା୧: କେରଳର ଥିରୁଭାନନ୍ତପୁରମର ଅତିରିକ୍ତ ଜିଲା ସେଶନ କୋର୍ଟ ସୋମବାର ଜଣେ ୨୪ ବର୍ଷିୟା ଯୁବତୀ ଗ୍ରୀଷ୍ଣାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଗ୍ରୀଷ୍ଣା ୨ ବର୍ଷ ତଳେ ବୟଫ୍ରେଣ୍ଡ ଶାରୋନ ରାଜ୍‌ଙ୍କୁ ବିଷ ଦେଇ ହତ୍ୟା କରିଥିଲେ। ସପ୍ତାହେ ତଳେ ଥିରୁଭାନନ୍ତପୁରମର ଅତିରିକ୍ତ ଜିଲା ସେଶନ କୋର୍ଟ ଏହି ମାମଲାରେ ଗ୍ରୀଷ୍ଣା ଓ ତାଙ୍କ ଦାଦାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅପରାଧର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅଦାଲତ ଗ୍ରୀଷ୍ଣାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିବା କହିଛନ୍ତି।

ଏହାସହ ଗ୍ରୀଷ୍ଣା କେରଳରେ ମୃତ୍ୟୁ ଦଣ୍ଡ ପାଇଥିବାର ସବୁଠୁ କନିଷ୍ଠ ମହିଳା। ତେବେ ଗ୍ରୀଷ୍ଣାଙ୍କର ଶିକ୍ଷାଗତ ଯୋଗ୍ୟତା, ପୂର୍ବରୁ କୌଣସି ଆପରାଧିକ ଇତିହାସ ନ ଥିବା ଏବଂ ମା’ବାପାଙ୍କର ଏକମାତ୍ର ଝିଅ ହୋଇଥିବା ଦର୍ଶାଇ ଗ୍ରୀଷ୍ଣାଙ୍କୁ କୋହଳ ଦଣ୍ଡାଦେଶ ଦେବାକୁ ତାଙ୍କ ଓକିଲ ଅଦାଲତଙ୍କୁ ଅନୁରୋଧ କରିଥିଲେ। ପ୍ରକାଶ ଯେ, ଗ୍ରୀଷ୍ଣାଙ୍କର ବୟଫ୍ରଣ୍ଡ ଶାରୋନ ଥିରୁଭାନନ୍ତପୁରମ ନିକଟସ୍ଥ ପରସାଲା ଅଞ୍ଚଳରେ ରହୁଥିଲେ। ଉଭୟ ଗ୍ରୀଷ୍ଣା ଓ ଶାରୋନ ରିଲେସନ୍‌ଶିପରେ ଥିଲେ। ତେବେ ଗ୍ରୀଷ୍ଣାଙ୍କର ଅଭିଭାବକ ତାଙ୍କର ବିବାହ ଅନ୍ୟ ଏକ ସ୍ଥାନରେ ଠିକ୍‌ କରିଥିଲେ। ଗ୍ରୀଷ୍ଣା ମଧ୍ୟ ଅଭିଭାବକଙ୍କ ନିଷ୍ପତ୍ତିରେ ରାଜି ହୋଇ ସମ୍ପର୍କ ଶେଷ କରିବାକୁ ଶାରୋନଙ୍କୁ କହିଥିଲେ। ଶାରୋନ ଏଥିରେ ସହମତ ନ ହେବାରୁ ଗ୍ରୀଷ୍ଣା ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ୨୦୨୨ ଅକ୍ଟୋବର ୪ରେ ଗ୍ରୀଷ୍ଣା ଶାରୋନଙ୍କୁ ନିଜ ଘରକୁ ଡକାଇ ତାଙ୍କୁ ଖାଦ୍ୟରେ ବିଷ ମିଶାଇ ଖାଇବାକୁ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁନିଗୁଡ଼ା ଅଞ୍ଚଳରେ ବାଘ ଆତଙ୍କ: ବାଛୁରୀକୁ ମାରି ଖାଇଲା, ପାଦଚିହ୍ନ ଦେଖି ଲୋକେ ଛାନିଆ…

ମୁନିଗୁଡା,୧୨।୨ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ରେଞ୍ଜ ଅନ୍ତର୍ଗତ ଜଗଦଳପୁର ନିକଟସ୍ଥ ଡ଼ିମିରିଗୁଡାର ପଞ୍ଜାବାଲି ଛକ ନିକଟରେ ବାଘ ଆତଙ୍କ ଦେଖାଯାଇଛି। ବୁଧବାର ରାତିରେ…

ବାଂଲାଦେଶ ନିର୍ବାଚନ ପରେ ହାସିନାଙ୍କ କଡ଼ା ଆକ୍ରମଣ, କହିଲେ ଫଳାଫଳ ‘ହାସ୍ୟାସ୍ପଦ’

ଢାକା,୧୨।୨: ବୁଧବାର, ଫେବୃଆରୀ ୧୨ ରେ ବାଂଲାଦେଶରେ ୨୯୯ ସଂସଦୀୟ ଆସନ ପାଇଁ ସାଧାରଣ ନିର୍ବାଚନ ଶେଷ ହୋଇଛି। ଏହି ନିର୍ବାଚନକୁ ବିଶେଷ ଭାବରେ ବିବେଚନା କରାଯାଇଥିଲା…

୩ ଜଣଙ୍କୁ ବଞ୍ଚାଇ ଜୀବନ ଯୁଦ୍ଧରେ ହାରିଗଲେ ଆଶିଷ, ପୁରୀ ସ୍ବର୍ଗଦ୍ୱାରରେ ଦିଆଗଲା ଗାର୍ଡ ଅଫ୍‌ ଅନର୍‌

ଭଞ୍ଜନଗର,୧୨ା୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବଡ଼କୋଦଣ୍ଡାର ଆଶିଷ ସାହୁ ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଡିଏମ୍‌ଏଲ୍‌ଟି ପଢ଼ୁଥିଲେ । ବାପା ତ୍ରିପତି ସାହୁ ଶ୍ରମିକ କାମ…

‘ମୁଁ ମୋଦିଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁ ନ ଥିଲି’, ଟ୍ରମ୍ପଙ୍କ ଭାଇରାଲ ଭିଡ଼ିଓକୁ ନେଇ MEA ଦେଲା ପ୍ରତିକ୍ରିୟା

ନୂଆଦିଲ୍ଲ,୧୨।୨: ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜନୈତିକ କ୍ୟାରିୟର ସମ୍ପର୍କରେ ଆମେରିକା ରାଷ୍ଟ୍ରପତିଙ୍କ ମନ୍ତବ୍ୟ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ପ୍ରତିକ୍ରିୟା ପ୍ରକାଶ କରିଛି। MEA ମୁଖପାତ୍ର ରଣଧୀର…

ରାଜ୍ୟ ସଭା MP ସୁଜୀତ କୁମାରଙ୍କ ନିଆରା ପ୍ରୟାସ: ରାଷ୍ଟ୍ରପତିଙ୍କୁ ଭେଟିଲେ ଦୁର୍ଗମ ତୁର୍କା ଗ୍ରାମର ୪ ଆଦିବାସୀ ଝିଅ

ଭବାନୀପାଟଣା/ଲାଞ୍ଜିଗଡ଼,୧୨ା୨(ଉତ୍ତମ କୁମାର ଦାଶ/ରମେଶ ଚନ୍ଦ୍ର ନାୟକ)- କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଲାଞ୍ଜି ପଞ୍ଚାୟତର ତୁର୍କା ଗ୍ରାମ ଗତ କିଛି ବର୍ଷ ତଳେ ବାହ୍ୟ ଜଗତରୁ…

ଦ୍ୱିତୀୟ ଥର ପାଇଁ ଲଲାଟ ହେଲେ କୋରାପୁଟ ଜିଲା ବିଜେଡି ଯୁବ ସଭାପତି

କୋରାପୁଟ, ୧୨।୨(ଅମିତାଭ ବେହେରା): କୋରାପୁଟ ପୌରାଧକ୍ଷ ଲଲାଟ ରଂଜନ ସେଠିଙ୍କୁ ଦ୍ୱିତୀୟ ଥର ପାଇଁ କୋରାପୁଟ ଜିଲାର ଯୁବ ବିଜୁ ଜନତା ଦଳର ସଭାପତି ଭାବେ ଦାୟିତ୍ୱ…

ଆପଣଙ୍କୁ ହଇରାଣ କରିପାରିବେ ନାହିଁ ରିକଭରି ଏଜେଣ୍ଟ, କଠୋର ନିୟମ ଲାଗୁ କଲା RBI, ଘରେ ପହଞ୍ଚିଲେ କ’ଣ କରିବେ? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୨: RBI ପରିଚାଳିତ ଆର୍ଥିକ ପ୍ରତିଷ୍ଠାନ (ବ୍ୟାଙ୍କ, ଗ୍ରାମୀଣ ବ୍ୟାଙ୍କ, NBFC, ଗୃହ ଆର୍ଥିକ କମ୍ପାନୀ, ସମବାୟ ବ୍ୟାଙ୍କ, ଇତ୍ୟାଦି) ଦ୍ୱାରା ନିଯୁକ୍ତ ରିକଭରି ଏଜେଣ୍ଟମାନେ ଆଉ…

ଥୁଆମୂଳ ରାମପୁରରେ ‘ଭାରତ ବନ୍ଦ’ର ମିଶ୍ରିତ ପ୍ରଭାବ: ସାଧାରଣ ଜନତା ଅତିଷ୍ଠ, କଂଗ୍ରେସ-AICCTU କର୍ମୀଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଥୁଆମୂଳ ରାମପୁର,୧୨।୦୨,(ଦୁର୍ଗା କୀର୍ତ୍ତି): ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଥିବା ‘ଭାରତ ବନ୍ଦ’ ଡାକରାର ପ୍ରଭାବ ଗୁରୁବାର ଥୁଆମୂଳ ରାମପୁର ବ୍ଲକରେ ମିଶ୍ରିତ ରହିଥିବା ବେଳେ ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri