ଆଜିଠାରୁ ୨୪ଘଣ୍ଟିଆ ଆର୍‌ଟିଜିଏସ୍‌ ସେବା

ନୂଆଦିଲ୍ଲୀ: ଚଳିତ ମାସ ୧୪ ତାରିଖ(ସୋମବାର)ରୁ ରିୟଲ ଟାଇମ ଗ୍ରସ୍‌ ସେଟେଲମେଣ୍ଟ(ଆର୍‌ଟିଜିଏସ୍‌) ସେବା ୨୪ ଘଣ୍ଟିଆ ହେବ। ଡିଜିଟାଲ ପେମେଣ୍ଟକୁ ଉତ୍ସାହିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ଏଭଳି ସୁବିଧା ସମ୍ପର୍କରେ ଘୋଷଣା କରିଛି। ରବିବାର ରାତି ୧୨.୩୦ରୁ ଆର୍‌ଟିଜିଏସ୍‌କୁ ୨୪ ଘଣ୍ଟିଆ କରିବା ଦିଗରେ ପଦକ୍ଷେପ ନିଆଯାଇଥିବା ଗଭର୍ନର ଶକ୍ତିକାନ୍ତ ଦାସ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ ଆର୍‌ଟିଜିଏସ୍‌ ସୁବିଧା ସକାଳ ୭ରୁ ସନ୍ଧ୍ୟା ୬ ଯାଏ ଉପଲବ୍ଧ ହେଉଛି। ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବାଦ୍‌ ବ୍ୟାଙ୍କର କାର୍ଯ୍ୟ ଦିବସଗୁଡିକରେ ଏହା ସବୁଦିନ ମିଳୁଛି। ସୂଚନାଯୋଗ୍ୟ, ଏନ୍‌ଇଏଫ୍‌ଟି ସୁବିଧାକୁ ୨୦୧୯ ଡିସେମ୍ବରଠାରୁ ୨୪ଘଣ୍ଟିଆ କରାଯାଇଛି। ଆର୍‌ଟିଜିଏସ୍‌କୁ ୨୪ ଘଣ୍ଟିଆ କରିବା କ୍ଷେତ୍ରରେ ଭାରତ କିଛି ହାତଗଣତି ଦେଶ ମଧ୍ୟରେ ସାମିଲ ହୋଇଥିବା ଶକ୍ତିକାନ୍ତ କହିଛନ୍ତି। ବର୍ତ୍ତମାନ ଏନ୍‌ଇଏଫ୍‌ଟିରେ ୨ ଲକ୍ଷ ଟଙ୍କା ଯାଏ ପଠାଇ ହେଉଛି। ବଡ ମୂଲ୍ୟର ଅର୍ଥ ପ୍ରେରଣ ଲାଗି ଆର୍‌ଟିଜିଏସ୍‌କୁ ବ୍ୟବହାର କରାଯାଇପାରିବ। ୨୦୦୪ ମାର୍ଚ୍ଚ ୨୬ରେ ଆର୍‌ଟିଜିଏସ୍‌ ସୁବିଧା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଦୈନିକ ଏଥିରେ ୬.୩୫ ଲକ୍ଷ ସଂଖ୍ୟକ ଟ୍ରାଞ୍ଜାକଶନ ହେଉଛି। ଏହାର ମୋଟ ମୂଲ୍ୟ ପ୍ରାୟ ୪.୧୭ ଲକ୍ଷ କୋଟି ଟଙ୍କା ହେବ। ଏଥିରେ ୨୩୭ ବ୍ୟାଙ୍କ ଅଂଶ ଗ୍ରହଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri