ଘୋଷଣା ସତ୍ତ୍ୱେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ମିଳୁନି

କେନ୍ଦ୍ରାପଡ଼ା, ୧୭ା୧୦ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରସ୍ଥ ଅର୍ବାନ ପିଏସିକୁ ରାଜ୍ୟ ସରକାର ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ୨ମାସ ପୂର୍ବେ ବିଭିନ୍ନ ପଦବୀକୁ ମଞ୍ଜୁରୀ ଦେଇଛନ୍ତି। ସେହିପରି ଗ୍ରାମାଞ୍ଚଳରେ ନୂଆ ଡାକ୍ତରଙ୍କ ପୋଷ୍ଟିଂ ଘୋଷଣା ହୋଇଛି। ଏହାସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାରେ ରାଜ୍ୟ ସରକାରଙ୍କ ଏପରି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେଉ ନ ଥିବା ଦର୍ଶାଇ ଆସନ୍ତା ୧୮ ତାରିଖରେ ଜିଲା କଂଗ୍ରେସ ପକ୍ଷରୁ ଆନ୍ଦୋଳନ ହେବ ବୋଲି ଆହ୍ବାନ ଦିଆଯାଇଛି।
ଏ ସମ୍ପର୍କରେ ପୂର୍ବତନ ନଗର କଂଗ୍ରେସ ସଭାପତି ସୌମେନ୍ଦ୍ର ପୃଷ୍ଟି କହିଛନ୍ତି, ଜିଲାରେ ରୋଗୀସେବା ରୁଗ୍‌ଣ ଅବସ୍ଥାରେ ପହଞ୍ଚତ୍ଛି। ୨୦୧୧ ଜନଗଣନା ଅନୁଯାୟୀ, ଜିଲାର ଲୋକସଂଖ୍ୟା ସାଢ଼େ ୧୪ ଲକ୍ଷ ଥିବା ବେଳେ ଏବେ ଏହି ସଂଖ୍ୟା ୧୬ ଲକ୍ଷରୁ ଅଧିକ ହୋଇଛି। ଲକ୍ଷେ ଲୋକଙ୍କ ସ୍ବାସ୍ଥ୍ୟସେବା ପାଇଁ ଅନୂ୍ୟନ୍ୟ ୫୦ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ମାତ୍ର ୫ରୁ ୬ ଜଣ ଅଛନ୍ତି। ସେହିପରି ଜିଲାରେ ଏମ୍ପ୍ଲୟିଜ ଷ୍ଟେଟ ଇନ୍‌ସ୍ୟୁରାନ୍ସ (ଇଏସ୍‌ଆଇ) ମେଡିକାଲ ନ ଥିବାରୁ ଉଚ୍ଚ ସ୍ବାସ୍ଥ୍ୟସେବାରୁ ଶ୍ରମିକ ବଞ୍ଚତ୍ତ ହେଉଛନ୍ତି। ଉପାନ୍ତ ଅଞ୍ଚଳର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ସ୍ଥାନୀୟ କ୍ୱାକ୍‌ଙ୍କୁ ସୁଯୋଗ ନେଇଛନ୍ତି। ସାମାଜିକ କର୍ମୀ ଦେବାଶିଷ ସାମଲ କହିଛନ୍ତି, ଗତ ୨୦ବର୍ଷ ମଧ୍ୟରେ ଗମନାଗମନ ବ୍ୟବସ୍ଥାକୁ ଉନ୍ନତ କରାଯାଇଛି। ତେବେ କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳର ୬୪୭ ଗ୍ରାମକୁ ବର୍ଷାଦିନେ ସିଧାସଳଖ ଯିବା ସମ୍ଭବ ନୁହେଁ। ଆର୍ଥିକ ଦୁର୍ବଳ ଲୋକଙ୍କ ପାଇଁ ୧୦୮, ୧୦୨, ବୋଟ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା ଥିଲେ ବି ଦୁର୍ଗମ ରାସ୍ତା ଏଥିରେ ବାଧକ ହୋଇଛି। ସେହିପରି ତୃଣମୂଳସ୍ତରର ସ୍ବାସ୍ଥ୍ୟସେବା ପାଇଁ ଜିଲାରେ ୨୨୬ ସବ୍‌ସେଣ୍ଟର ଅଛି। ପ୍ରଶାସନିକ ଅବ୍ୟବସ୍ଥା ଯୋଗୁ ଅଧାରୁ ଅଧିକ ସବ୍‌ସେଣ୍ଟରରେ ଏଏନ୍‌ଏମ୍‌ମାନେ ରହୁନାହାନ୍ତି। ବିଶେଷକରି ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। କଂଗ୍ରେସ ଓବିସି ସେଲ୍‌ର କାର୍ଯ୍ୟକର୍ତ୍ତା ବିଧୁଭୂଷଣ ମହାପାତ୍ର କହିଛନ୍ତି, ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମିରେ ଟ୍ରମାକେୟାରଠାରୁ ଆରମ୍ଭ କରି ଅକ୍ସିଜେନ ଉତ୍ପାଦନ କେନ୍ଦ୍ର ପାଇଁ ବ୍ୟବସ୍ଥା ହୋଇଛି। ଏହାସତ୍ତ୍ୱେ ଅଧିକାଂଶ ରୋଗୀଙ୍କୁ କଟକ ବଡ଼ ମେଡିକାଲକୁ ରେଫର କରାଯାଉଛି। ଆଇସିୟୁ ପରି ଜରୁରିକାଳୀନ କୋଠରିର ପରିଚାଳନା ନାହିଁ। ଜିଲାର ସରକାରୀ କର୍ମଚାରୀଙ୍କ ସହ କେତେକ ସମବାୟ ଅନୁଷ୍ଠାନ, ନର୍ସିଂହୋମ, ବେସରକାରୀ କର୍ମଚାରୀଙ୍କୁ ଇଏସ୍‌ଆଇରେ ସାମିଲ କରାଯାଇଛି। ସରକାରୀ ନିୟମ ଅନୁଯାୟୀ, କର୍ମଚାରୀଙ୍କ ଦରମାରୁ ୦.୭୫ ପ୍ରତିଶତ ଅର୍ଥ ସହ ନିଯୁକ୍ତିଦାତାଙ୍କ ପକ୍ଷରୁ ୩.୨୫ ପ୍ରତିଶତ ଅର୍ଥ ଇଏସ୍‌ଆଇ ପାଇଁ ପଇଠ ହେଉଛି। ଏହାସତ୍ତ୍ୱେ ଜିଲାରେ ଶ୍ରମିକଙ୍କ ପାଇଁ ହସ୍ପିଟାଲ ନ ଥିବାରୁ ଏହାର ଫାଇଦା ମିଳୁନାହିଁ। ସାଧାରଣ ଚିକିତ୍ସା କେନ୍ଦ୍ରରୁ ରେଫର ହେଉଥିବା ଶ୍ରମିକଙ୍କୁ ଉଚ୍ଚତର ସେବା ମିଳୁ ନ ଥିବାରୁ ଏହା ଏକ ଠକେଇ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ କହିଛନ୍ତି, ଗର୍ଭବତୀ ଓ ଶୀଘ୍ର ଚିକିତ୍ସା ପାଇଁ ଆବଶ୍ୟକ ରୋଗୀ ଉପାନ୍ତ ଅଞ୍ଚଳରୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ବା ପୂର୍ବରୁ ବହୁ ସମୟରେ ଜୀବନହାନି ହେଉଛି। ସେହିପରି ଗ୍ରାମାଞ୍ଚଳରେ ଡାକ୍ତର ଏକକାଳୀନ ୪୫ ଘଣ୍ଟା ରହି ସପ୍ତାହର ଅନ୍ୟଦିନରେ ଫାଙ୍କା ରଖୁଥିବାରୁ ରୋଗୀଙ୍କ ସ୍ବାସ୍ଥ୍ୟସେବାରେ ବାଧା ଆସୁଛି। ଉପାନ୍ତ ଅଞ୍ଚଳରେ ଏହାର ସୁବିଧା କ୍ୱାକ୍‌ ନେଉଛନ୍ତି। ଜିଲାରେ ୨୦୦ରୁ ଊର୍ଦ୍ଧ୍ୱ କ୍ୱାକ୍‌ ଏଲୋପାଥିକ ମେଡିସିନ ଦୋକାନ ଖୋଲିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ଓ ଡା. ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ନିକଟରେ ଜିଲାରେ କେତେଜଣ ନୂତନ ଡାକ୍ତରଙ୍କ ପୋଷ୍ଟିଂ ହୋଇଛି। ଅର୍ବାନ ପିଏଚ୍‌ସିକୁ ୨୪ ଘଣ୍ଟିଆ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଆବଶ୍ୟକ ପଦବୀ ପୂରଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଓ ପ୍ରକ୍ରିୟା ଜାରି ରହିଛି। ଖୁବ୍‌ ଶୀଘ୍ର ଅର୍ବାନ ପିଏଚ୍‌ସି ୨୪ ଘଣ୍ଟିଆ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri