Categories: ବାଣିଜ୍ୟ

ଚକ୍ରାକାର ଅର୍ଥନୀତିରେ ୨୩୭୨ କୋଟି ନିବେଶ ପ୍ରସ୍ତାବ

ଭୁବନେଶ୍ୱର, ୪।୧୨: ବର୍ତ୍ତମାନର ଦ୍ରୂତ ଶିଳ୍ପାୟନ୍‌ ଓ ଅର୍ଥନୈତିକ ପ୍ରଗତି ସମୟରେ ବର୍ଜ୍ୟବସ୍ତୁକୁ ସଂପଦରେ ପରିବର୍ତ୍ତନ କରିବା ସବୁଠାରୁ ବଡ଼ ଆବଶ୍ୟକତା। ସରଳ ଭାଷାରେ ଚକ୍ରାକାର ଅର୍ଥନୀତିରେ ଅର୍ଥ ହେଉଛି କୌଣସି ବସ୍ତୁର ପୁନଃବ୍ୟବହାର ବୋଲି ମେକ୍‌ ଇନ୍‌ ଓଡ଼ିଶାର ଚକ୍ରାକାର ଅର୍ଥନୀତି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରିଷ୍ଠ ନେତୃତ୍ୱରେ ଓଡ଼ିଶା ଆଜି ପୂର୍ବଭାରତର ଏକ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି। ନିରନ୍ତର ପ୍ରଗତି ଉପରେ ଓଡ଼ିଶା ସରକାର ସବୁ ବେଳେ ବିଶ୍ୱାସ କରିଆସିଛନ୍ତି। ଓଡ଼ିଶାର ଚକ୍ରାକାର ଅର୍ଥନୀତିରେ ୩୯ଟି ପ୍ରକଳ୍ପ ମାଧ୍ୟମରେ ୨୩୭୨.୩୭ କୋଟି ଟଙ୍କାର ପୁଞ୍ଜିନିବେଶ କରିବା ପାଇଁ ନିବେଶକ ମାନେ ଆଗ୍ରହ ପ୍ରକାଶ କରିଛନ୍ତି। ଏହା ମାଧ୍ୟମରେ ୩୨୦୦ ରୁ ଉଦ୍ଦର୍‌ବ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ। ଓଡ଼ିଶା ସରକାର ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ତା ସହିତ ଷ୍ଟାର୍ଟଅପ୍‌ମାନଙ୍କ ସହ ହାତ ମିଳାଇ ରାଜ୍ୟର ଚକ୍ରାକାର ଅର୍ଥନୀତିକୁ ସମୃଦ୍ଧ କରିବା ପାଇଁ ଆଶା ରଖିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଅମାତ ମତ ପ୍ରକାଶ କରିଛନ୍ତି। ଫ୍ଲାଏ ଆସ୍‌, ଷ୍ଟିଲ ସ୍କ୍ରାପ୍‌, ଜିପ୍‌ସମ୍‌, ନାଲି କାଦୁଅ, ପ୍ଲାଷ୍ଟିକ୍‌, ସ୍ଲାଗ୍‌ ଆଦି ବଜର୍‌ୟବସ୍ତୁ ସମୂହକୁ ସିମେଣ୍ଟ ଓ ଇଟା ତିଆରିରେ ଓଡ଼ିଶାର କିଛି ସ୍ଥାନରେ ବ୍ୟବହାର କରାଯାଉଛି। ଏ ଦିଗରେ ଅଧିକ ସମନ୍ବିତ ପ୍ରୟାସ ଆବଶ୍ୟକ ବୋଲି ଓଡ଼ିଶା ସରକାର ହୃଦୟଙ୍ଗମ କରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମତ ପ୍ରକାଶ କରିଛନ୍ତି। ଦ୍ରୁତ ଶିଳ୍ପାୟନ୍‌ ଓ ସହରୀକରଣ ଯୋଗୁଁ ଓଡ଼ିଶାରେ ବଜର୍‌ୟବସ୍ତୁକୁ ବ୍ୟବହାରଯୋଗ୍ୟ ସଂପଦରେ ପରିଣତ କରିବା ପାଇଁ ଅନେକ ସୁଯୋଗ ରହିଛି।

Share