ଦାଦନ ଖଟିବାକୁ ଯାଇ ତିନି ବର୍ଷରେ ୨୩୩ ହରାଇଲେଣି ଜୀବନ, ଏହି ଜିଲାରୁ ସର୍ବାଧିକ

ଭୁବନେଶ୍ୱର,୩।୧୨: ପେଟ ପୋଷିବା ପାଇଁ ଦାଦନ ଖଟିବାକୁ ଯାଇ ଜୀବନ ହରାଉଛନ୍ତି ଓଡ଼ିଆ ଲୋକ। ଏହି ସଂଖ୍ୟା ଗତ ତିନି ବର୍ଷରେ ୨୩୩ ରହିଛି। ଯାହା ସରକାରଙ୍କ ପାଇଁ ଚିନ୍ତାଜନକ ହେବା କଥା। ମଙ୍ଗଳବାର ବିଧାନସଭାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଏହି ତଥ୍ୟ ରଖିଛନ୍ତି।

ବିଜେଡି ବିଧାୟକ ସୋଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଗୃହକୁ କହିଛନ୍ତି ଯେ କାମ ପାଇଁ ଓଡିଶାରୁ ବିଭିନ୍ନ ରାଜ୍ୟକୁ ଯାଇଥିବା ଶ୍ରମିକମାନେ ସେମାନଙ୍କ ମଧ୍ୟରୁ ୨୩୩ ଜଣ ୨୦୨୨ ରୁ ୨୦୨୪ ମଧ୍ୟରେ ପ୍ରାଣ ହରାଇଛନ୍ତି।ଏହି ତାଲିକାରେ ସର୍ବାଧିକ ୪୩ ଜଣଙ୍କର ମୃତ୍ୟୁ ଗଞ୍ଜାମ ଜିଲାର ହୋଇଥିବାବେଳେ ଏହି ସମୟ ମଧ୍ୟରେ ବାଲାଙ୍ଗୀର ଜିଲାର ୨୬ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।

ତେବେ ମୋଟ ମୃତ୍ୟୁ ମଧ୍ୟରୁ ୧୯୯ ଟି ଶବକୁ ଓଡିଶାକୁ ଅଣାଯାଇଛି। ଗତ ତିନି ବର୍ଷ ମଧ୍ୟରେ ମୃତ ଶ୍ରମିକଙ୍କ ମୃତଦେହକୁ ସ୍ଥାନାନ୍ତର କରିବା ପାଇଁ ରାଜ୍ୟ ସରକାରଙ୍କ ମୋଟ ୨୪,୧୬,୬୦୪ ଟଙ୍କା ଖର୍ଚ୍ଚ କରିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ, ଛୁଟି ନମିଳିବାରୁ…

ନୟାଗଡ଼,୫।୨(ଲୋକନାଥ ମିଶ୍ର): ନୟାଗଡ଼ର ଏପିଆର କନଷ୍ଟେବଳଙ୍କ ଆତ୍ମହତ୍ୟା । ମୃତକ ହେଲେ ସୁନୀଲ ସେଠୀ । ଗୁରୁବାର ସେ ରିଜର୍ଭ ପୋଲିସ କ୍ୟାମ୍ପସରେ ଜୀବନ ହାରିଥିବା ସୂଚନା…

ଯଖପୁରା ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ମୃତାହତ…

ଯାଜପୁର,୫।୨: ଯାଜପୁର ରୋଡ୍ ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଯଖପୁରା ଷ୍ଟେଶନ ନିକଟରେ ଟ୍ରାକରୁ ଖସିଛି ୩ଟି ବଗି । ଆରମ୍ଭରୁ ଦୁଇଟି…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୫।୨: ୧୯ ବର୍ଷରୁ କମ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୦୬ ଷ୍ଟ୍ରାଇକ ରେଟ ସହିତ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଓପନର୍‌ ଆରୋନ ଜର୍ଜ…

ମିଳିନି ୪ମାସର ଭତ୍ତା, ଜିଲାପାଳଙ୍କୁ ଭେଟିଲେ ବୃଦ୍ଧାବୃଦ୍ଧ

ନୟାଗଡ଼,୫।୨(ଲୋକନାଥ ମିଶ୍ର): ୪ମାସ ଧରି ଭତ୍ତା ନ ପାଇବାରୁ ନୟାଗଡ଼ ବ୍ଲକ ବାଲୁଗଁା ଓ ଲାଠିପଡା ଗ୍ରାମର ବୃଦ୍ଧାବୃଦ୍ଧ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।…

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି, ଏଣିକି ଓଡ଼ିଆ ନାମ ଅନୁସାରେ ଲେଖାଯିବ ଜିଲାର ଇଂରାଜୀ ନାମ

ଭୁବନେଶ୍ବର,୫।୨: ରାଜ୍ୟର ୭ଟି ଜିଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ।…

ଆମେ ଭାରତ ବିପକ୍ଷରେ ବିଶ୍ବକପ୍ ଖେଳିବୁ ନାହିଁ..ବୟକଟ ନିଷ୍ପତ୍ତିକୁ ଦୋହରାଇଲେ ଶେହବାଜ ଶରିଫ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୁଧବାର ଦିନ ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ବର୍ଜନ କରିବାର ଦେଶର ନିଷ୍ପତ୍ତିକୁ ଦୋହରାଇଛନ୍ତି । ସେ କହିଛନ୍ତି…

ମୁଣ୍ଡ ଟେକିଲା ବିତର୍କ: ଆମେରିକୀୟ କୃଷି ଉତ୍ପାଦ ଉପରେ ଭାରତ କଷିବନି ଟାରିଫ୍‌

ନ୍ୟୁୟର୍କ/ ଓ୍ବାଶିଂଟନ୍‌/ ନୂଆଦିଲ୍ଲୀ, ୫ା୨:ନୂଆଦିଲ୍ଲୀ ଏବଂ ଓ୍ବାଶିଂଟନ୍‌ ମଧ୍ୟରେ କିଛି ମାସର ବାଣିଜି୍ୟକ ଅନିଶ୍ଚିତତା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃଆରୀ ୨ରେ ଐତିହାସିକ ଟ୍ରେଡ୍‌…

ଆଜି WPL ଫାଇନାଲ୍, ପ୍ରଥମ ଟାଇଟଲ ଲକ୍ଷ୍ୟରେ ଦିଲ୍ଲୀ

ଭଦୋଦରା,୫।୨(ପି.ଟି.): ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଚତୁର୍ଥ ସଂସ୍କରଣରେ ଗୁରୁବାର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ଟାଇଟଲ ମୁକାବିଲାରେ ସ୍ମୃତି ମନ୍ଧାନାଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri