୧୪୨ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ୨୩,୨୧୬ ଛାତ୍ରୀଛାତ୍ର

କେନ୍ଦୁଝର,୯ା୩(ସ୍ବ.ପ୍ର.): ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ୧୦ରେ ଆରମ୍ଭ ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କେନ୍ଦୁଝର ଜିଲାର ୧୪୨ଟି ପରୀକ୍ଷା କେନ୍ଦ୍ରରେ ୨୩,୨୧୬ ଛାତ୍ରୀଛାତ୍ର ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ୨୪ଟି ପରୀକ୍ଷା କେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି। ୧୩୮ଟି ପରୀକ୍ଷାକେନ୍ଦ୍ରରେ ୪୭୧ଟି ବିଦ୍ୟାଳୟର ୨୩୦୩୭ ଜଣ ରେଗୁଲାର, ୨ଟି ପରୀକ୍ଷା କେନ୍ଦ୍ରରେ ୬୧ଜଣ ପତ୍ରବିନିମୟ,୨ଟି ପରୀକ୍ଷା କେନ୍ଦ୍ରରେ ରାଜ୍ୟମୁକ୍ତ ବିଦ୍ୟାଳୟ(ଏସ୍‌ଓଏସସି୍‌)୧୧୮ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି। ପରୀକ୍ଷା ହଲ୍‌କୁ ଯାଉଥିବା ଛାତ୍ରୀଛାତ୍ର ଏବଂ ପରୀକ୍ଷା ପରିଚାଳନା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଭଲ ଭାବେ ଯାଞ୍ଚ କରି କେନ୍ଦ୍ର ମଧ୍ୟକୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପରୀକ୍ଷା କେନ୍ଦ୍ର ନିମନ୍ତେ ଆବଶ୍ୟକ ପର୍ଯ୍ୟବେକ୍ଷକ ୩୫ଜଣଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି। ଜିଲାସ୍ତରରେ ୩ଟି ଫ୍ଲାଇଂ ସ୍କ୍ବାଡ ଏବଂ ମାଧ୍ୟମିକ ଶିକ୍ଷା ପରିଷଦ,କଟକ ପକ୍ଷରୁ ଗୋଟିଏ ଫ୍ଲାଇଂ ସ୍କ୍ବାଡ ମୁତୟନ ରହିବେ। ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା ରହୁଥିବା ଷ୍ଟ୍ରଙ୍ଗ ରୁମରେ ୨୪ ଘଣ୍ଟିଆ କଡ଼ା ନିରାପତ୍ତା,ପରୀକ୍ଷା କେନ୍ଦ୍ରରେ ପୋଲିସ ମୁତୟନ,ବିଦ୍ୟୁତ୍‌ ଓ ପିଇବା ପାଣି ବ୍ୟବସ୍ଥା ସହ ପରୀକ୍ଷା ପରିଚାଳନାରେ ବାଧା ସୃଷ୍ଟି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଚଳିତବର୍ଷ ୧୧ଟି ନୋଡାଲ ପରୀକ୍ଷା କେନ୍ଦ୍ର କରାଯାଇଥିବା ସୂଚନା ମିଳିଛି। ପରୀକ୍ଷା ସୁପରିଚାଳନା ପାଇଁ ୩୯ଟି ଡେସପାଚ୍‌ ଟିମ୍‌ ଗଠନ କରାଯାଇଥିବା ଜଣାପଡ଼ିଛି। ନୋଡାଲ ସେଣ୍ଟରଗୁଡିକ ମଧ୍ୟରେ ଆନନ୍ଦପୁର ଓ ଘସିପୁରା ବ୍ଲକ ପାଇଁ ବିଏନ୍‌ ଉଚ୍ଚ ବିଦ୍ୟାଳୟ ଆନନ୍ଦପୁର,ହାଟଡିହୀ ପାଇଁ ହାଟଡିହୀ ଉଚ୍ଚ ବିଦ୍ୟାଳୟ,ଚମ୍ପୁଆ ବ୍ଲକ ପାଇଁ ମହତାବ ଉଚ୍ଚ ବିଦ୍ୟାଳୟ ଚମ୍ପୁଆ,ଝୁମ୍ପୁରା ପାଇଁ ଝୁମ୍ପୁରା ସରକାରୀ ଉଚ୍ଚ ବିଦ୍ୟାଳୟ,ଯୋଡ଼ା ପାଇଁ ବନେଇକଳା ଉଚ୍ଚ ବିଦ୍ୟାଳୟ, ଘଟଗାଁ ବ୍ଲକ ପାଇଁ ତାରିଣୀ ବାଳିକା ଉଚ୍ଚ ବିଦ୍ୟାଳୟ,ଘଟଗାଁ, ହରିଚନ୍ଦନପୁର ବ୍ଲକ ପାଇଁ ହରିଚନ୍ଦନପୁର ଉଚ୍ଚ ବିଦ୍ୟାଳୟ,କେନ୍ଦୁଝର ସଦର ଓ ବାଂଶପାଳ ବ୍ଲକ ପାଇଁ ଧନୁର୍ଜୟନାରାୟଣ ଉଚ୍ଚ ବିଦ୍ୟାଳୟ,ପାଟଣା ବ୍ଲକ ପାଇଁ ଜିଏନ୍‌ ଉଚ୍ଚ ବିଦ୍ୟାଳୟ ସ୍ବାମପାଟଣା,ସାହାରପଡ଼ା ବ୍ଲକ ପାଇଁ ସାହାରପଡ଼ା ହାଇସ୍କୁଲ ଏବଂ ତେଲକୋଇ ବ୍ଲକ ପାଇଁ ତେଲକୋଇ ଉଚ୍ଚ ବିଦ୍ୟାଳୟକୁ ନୋଡାଲ ସେଣ୍ଟର କରାଯାଇଛି। ଏହା ବ୍ୟତୀତ ମଧ୍ୟମା ପରୀକ୍ଷା ପାଇଁ ଆନନ୍ଦପୁର ବିଏନ୍‌ ହାଇସ୍କୁଲ ଏବଂ ହାଟଡିହୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସ୍‌ଓଏସ୍‌ସି) ପରୀକ୍ଷା କେନ୍ଦ୍ର ପାଇଁ ଯୋଡ଼ା ବ୍ଲକର ବନେଇକଳା ହାଇସ୍କୁୁଲ ଏବଂ କେନ୍ଦୁଝର ଡିଏନ୍‌ ହାଇସ୍କୁଲ ପରୀକ୍ଷା କେନ୍ଦ୍ର କରାଯାଇଥିବା ସୂଚନା ମିଳିଛି। ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାକୁ ଅବାଧ ଓ ମୁକ୍ତ  ପାଇଁ ଜିଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri