୧୪୨ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ୨୩,୨୧୬ ଛାତ୍ରୀଛାତ୍ର

କେନ୍ଦୁଝର,୯ା୩(ସ୍ବ.ପ୍ର.): ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ୧୦ରେ ଆରମ୍ଭ ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କେନ୍ଦୁଝର ଜିଲାର ୧୪୨ଟି ପରୀକ୍ଷା କେନ୍ଦ୍ରରେ ୨୩,୨୧୬ ଛାତ୍ରୀଛାତ୍ର ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ୨୪ଟି ପରୀକ୍ଷା କେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି। ୧୩୮ଟି ପରୀକ୍ଷାକେନ୍ଦ୍ରରେ ୪୭୧ଟି ବିଦ୍ୟାଳୟର ୨୩୦୩୭ ଜଣ ରେଗୁଲାର, ୨ଟି ପରୀକ୍ଷା କେନ୍ଦ୍ରରେ ୬୧ଜଣ ପତ୍ରବିନିମୟ,୨ଟି ପରୀକ୍ଷା କେନ୍ଦ୍ରରେ ରାଜ୍ୟମୁକ୍ତ ବିଦ୍ୟାଳୟ(ଏସ୍‌ଓଏସସି୍‌)୧୧୮ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି। ପରୀକ୍ଷା ହଲ୍‌କୁ ଯାଉଥିବା ଛାତ୍ରୀଛାତ୍ର ଏବଂ ପରୀକ୍ଷା ପରିଚାଳନା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଭଲ ଭାବେ ଯାଞ୍ଚ କରି କେନ୍ଦ୍ର ମଧ୍ୟକୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପରୀକ୍ଷା କେନ୍ଦ୍ର ନିମନ୍ତେ ଆବଶ୍ୟକ ପର୍ଯ୍ୟବେକ୍ଷକ ୩୫ଜଣଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି। ଜିଲାସ୍ତରରେ ୩ଟି ଫ୍ଲାଇଂ ସ୍କ୍ବାଡ ଏବଂ ମାଧ୍ୟମିକ ଶିକ୍ଷା ପରିଷଦ,କଟକ ପକ୍ଷରୁ ଗୋଟିଏ ଫ୍ଲାଇଂ ସ୍କ୍ବାଡ ମୁତୟନ ରହିବେ। ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା ରହୁଥିବା ଷ୍ଟ୍ରଙ୍ଗ ରୁମରେ ୨୪ ଘଣ୍ଟିଆ କଡ଼ା ନିରାପତ୍ତା,ପରୀକ୍ଷା କେନ୍ଦ୍ରରେ ପୋଲିସ ମୁତୟନ,ବିଦ୍ୟୁତ୍‌ ଓ ପିଇବା ପାଣି ବ୍ୟବସ୍ଥା ସହ ପରୀକ୍ଷା ପରିଚାଳନାରେ ବାଧା ସୃଷ୍ଟି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଚଳିତବର୍ଷ ୧୧ଟି ନୋଡାଲ ପରୀକ୍ଷା କେନ୍ଦ୍ର କରାଯାଇଥିବା ସୂଚନା ମିଳିଛି। ପରୀକ୍ଷା ସୁପରିଚାଳନା ପାଇଁ ୩୯ଟି ଡେସପାଚ୍‌ ଟିମ୍‌ ଗଠନ କରାଯାଇଥିବା ଜଣାପଡ଼ିଛି। ନୋଡାଲ ସେଣ୍ଟରଗୁଡିକ ମଧ୍ୟରେ ଆନନ୍ଦପୁର ଓ ଘସିପୁରା ବ୍ଲକ ପାଇଁ ବିଏନ୍‌ ଉଚ୍ଚ ବିଦ୍ୟାଳୟ ଆନନ୍ଦପୁର,ହାଟଡିହୀ ପାଇଁ ହାଟଡିହୀ ଉଚ୍ଚ ବିଦ୍ୟାଳୟ,ଚମ୍ପୁଆ ବ୍ଲକ ପାଇଁ ମହତାବ ଉଚ୍ଚ ବିଦ୍ୟାଳୟ ଚମ୍ପୁଆ,ଝୁମ୍ପୁରା ପାଇଁ ଝୁମ୍ପୁରା ସରକାରୀ ଉଚ୍ଚ ବିଦ୍ୟାଳୟ,ଯୋଡ଼ା ପାଇଁ ବନେଇକଳା ଉଚ୍ଚ ବିଦ୍ୟାଳୟ, ଘଟଗାଁ ବ୍ଲକ ପାଇଁ ତାରିଣୀ ବାଳିକା ଉଚ୍ଚ ବିଦ୍ୟାଳୟ,ଘଟଗାଁ, ହରିଚନ୍ଦନପୁର ବ୍ଲକ ପାଇଁ ହରିଚନ୍ଦନପୁର ଉଚ୍ଚ ବିଦ୍ୟାଳୟ,କେନ୍ଦୁଝର ସଦର ଓ ବାଂଶପାଳ ବ୍ଲକ ପାଇଁ ଧନୁର୍ଜୟନାରାୟଣ ଉଚ୍ଚ ବିଦ୍ୟାଳୟ,ପାଟଣା ବ୍ଲକ ପାଇଁ ଜିଏନ୍‌ ଉଚ୍ଚ ବିଦ୍ୟାଳୟ ସ୍ବାମପାଟଣା,ସାହାରପଡ଼ା ବ୍ଲକ ପାଇଁ ସାହାରପଡ଼ା ହାଇସ୍କୁଲ ଏବଂ ତେଲକୋଇ ବ୍ଲକ ପାଇଁ ତେଲକୋଇ ଉଚ୍ଚ ବିଦ୍ୟାଳୟକୁ ନୋଡାଲ ସେଣ୍ଟର କରାଯାଇଛି। ଏହା ବ୍ୟତୀତ ମଧ୍ୟମା ପରୀକ୍ଷା ପାଇଁ ଆନନ୍ଦପୁର ବିଏନ୍‌ ହାଇସ୍କୁଲ ଏବଂ ହାଟଡିହୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସ୍‌ଓଏସ୍‌ସି) ପରୀକ୍ଷା କେନ୍ଦ୍ର ପାଇଁ ଯୋଡ଼ା ବ୍ଲକର ବନେଇକଳା ହାଇସ୍କୁୁଲ ଏବଂ କେନ୍ଦୁଝର ଡିଏନ୍‌ ହାଇସ୍କୁଲ ପରୀକ୍ଷା କେନ୍ଦ୍ର କରାଯାଇଥିବା ସୂଚନା ମିଳିଛି। ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାକୁ ଅବାଧ ଓ ମୁକ୍ତ  ପାଇଁ ଜିଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri