Posted inଜାତୀୟ

କୋଭିଡ୍‌ ପାଣ୍ଠି ଲାଗି ୨୩,୧୨୩ କୋଟି

ନୂଆଦିଲ୍ଲୀ, ୯।୭(ପି.ଟି.):କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରଥମ ବୈଠକରେ କୋଭିଡ୍‌ ପ୍ୟାକେଜ୍‌ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମହାମାରୀ ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ଲାଗି ୨୩,୧୧୨୩ କୋଟି ଟଙ୍କାର କୋଭିଡ୍‌ ପାଣ୍ଠି ଘୋଷଣା କରାଯାଇଛି।
କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ଉକ୍ତ ପ୍ୟାକେଜ୍‌ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଆଗାମୀ ୯ ମାସ ମଧ୍ୟରେ କାର୍ଯ୍ୟକାରୀ କରାଯିବ। ଏହା କେନ୍ଦ୍ର ସରକାରଙ୍କର ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍‌ ପ୍ୟାକେଜ୍‌। ପୂର୍ବରୁ ଦେଶରେ କୋଭିଡ୍‌ ହସ୍ପିଟାଲ ଓ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ଲାଗି ୧୫,୦୦୦ କୋଟି ଟଙ୍କା ଦିଆଯାଇଥିଲା। ନୂଆ ପ୍ୟାକେଜ୍‌ରେ କେନ୍ଦ୍ର ସରକାର ୧୫,୦୦୦ କୋଟି ଏବଂ ରାଜ୍ୟ ସରକାର ୮୦୦୦ କୋଟି ଟଙ୍କା ଯୋଗାଇଦେବେ। ସ୍ବାସ୍ଥ୍ୟସେବା ଭିତ୍ତିଭୂମି, ପ୍ରାଥମିକ ତଥା ଜିଲା ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ବିକାଶ ଲାଗି ଏହି ଯୋଜନା ମିଳିତ ଭାବେ ଦେଶର ସମସ୍ତ ୭୩୬ଟି ଜିଲାରେ କାର୍ଯ୍ୟକାରୀ କରାଯିବ। ଏହାଦ୍ୱାରା ପ୍ରାୟ ୨.୪ ଲକ୍ଷ ସାଧାରଣ ମେଡିକାଲ ବେଡ୍‌ ଏବଂ ୨୦,୦୦୦ ଆଇସିୟୁ ବେଡ୍‌ ସୃଷ୍ଟି କରାଯିବ। ସେଥିରୁ ୨୦ ପ୍ରତିଶତ ବେଡ୍‌ ସ୍ବତନ୍ତ୍ର ଭାବେ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ରହିବ ବୋଲି ମନ୍ତ୍ରୀ ମାଣ୍ଡବ୍ୟ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ଉକ୍ତ ଯୋଜନାରେ ଜିଲା ସ୍ତରରେ ଅକ୍ସିଜେନ୍‌ ଏବଂ ମେଡିସିନ୍‌ ଗଚ୍ଛିତ ରଖିବା ପାଇଁ ଷ୍ଟୋରେଜ୍‌ ସୁବିଧା କରାଯିବ। ତୁରନ୍ତ କୋଭିଡ୍‌ ସଂକ୍ରମିତଙ୍କୁ ଚିହ୍ନଟ କରିବା ଓ ମହାମାରୀ ମୁକାବିଲାକୁ ତ୍ୱରାନ୍ବିତ କରିବା ଉଦ୍ଦେଶ୍ୟରେ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ବିକାଶ ଯୋଜନା କରାଯାଇଛି।
ସ୍ବାସ୍ଥ୍ୟସେବା ବ୍ୟତୀତ କ୍ୟାବିନେଟ ବୈଠକରେ କୃଷି ସେକ୍ଟର ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କୃଷି ଉତ୍ପାଦନ ବିପଣନ କମିଟି (ଏପିଏମ୍‌ସି) ମଣ୍ଡିଗୁଡ଼ିକ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠିରୁ ଆର୍ଥତ୍କ ସହାୟତା ପାଇବେ। ଏପିଏମ୍‌ସି ପାଇଁ ୧ ଲକ୍ଷ କୋଟି ଟଙ୍କାର ପାଣ୍ଠିକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏହା ନିୟନ୍ତ୍ରିତ ବଜାର ସାମର୍ଥ୍ୟ ବୃଦ୍ଧିରେ ସହାୟକ ହେବା ସହ ଚାଷୀମାନଙ୍କୁ ଉନ୍ନତ ସୁବିଧା ଯୋଗାଇ ଦିଆଯିବ। ସେହିପରି ନଡ଼ିଆ ବୋର୍ଡ ପୁନର୍ଗଠନ ପାଇଁ ବୈଠକରେ ଘୋଷଣା କରାଯାଇଛି। ନୂଆ କୃଷି ଆଇନ ଯୋଗୁ ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ହୋଇଯିବ ନାହିଁ ବୋଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। କୃଷି ଆଇନ କାର୍ଯ୍ୟକାରୀ ହେବା ପରେ ଏପିଏମ୍‌ସି କେନ୍ଦ୍ର ସରକାରଙ୍କ ଭିତ୍ତିଭୂମି ପାଣ୍ଠିରୁ କୋଟି କୋଟି ଟଙ୍କା ପାଇବ, ଯାହା କୃଷକମାନଙ୍କ ଆର୍ଥତ୍କ ସ୍ଥିତିକୁ ସୁଦୃଢ଼ କରିବ ବୋଲି ତୋମାର କହିଛନ୍ତି।
କ୍ୟାବିନେଟ ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ତୋମାର କହିଥିଲେ, ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ହେବନାହିଁ ବୋଲି ଗତ ବଜେଟ ଉପସ୍ଥାପନ ବେଳେ କୁହାଯାଇଥିଲା। ମଣ୍ଡି ବ୍ୟବସ୍ଥାକୁ ଅଧିକ ମଜଭୂତ କରିବା ଲକ୍ଷ୍ୟରେ ଏହାକୁ କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ଲକ୍ଷେ କୋଟି ଟଙ୍କା ସହାୟତା ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି। ମାର୍କେଟ ୟାର୍ଡ ମଧ୍ୟରେ ଶୀତଳ ଭଣ୍ଡାର, ସଟିଂ, ଗ୍ରେଡିଂ ଆଦି ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ଲାଗି ଏପିଏମ୍‌ସିକୁ କମ୍‌ ସୁଧରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ। ବର୍ତ୍ତମାନ ସୁଦ୍ଧା ବ୍ୟକ୍ତିବିଶେଷ, ସଂଗଠନ, ସମବାୟ ସଂସ୍ଥା, କୃଷି ଉତ୍ପାଦନ ସଂଗଠନ (ଏଫ୍‌ପିଓ) ଏବଂ କୃଷି ଷ୍ଟାର୍ଟଅପ୍‌ଗୁଡ଼ିକୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ବାର୍ଷିକ ୩ ପ୍ରତିଶତ ସୁଧ ଛାଡ଼ ସୁବିଧା ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

କେତେ ଟଙ୍କାର ସମ୍ପତ୍ତି ଛାଡ଼ିଗଲେ ଆଶା ଭୋସଲେ, ଜାଣିଲେ…

ମୁମ୍ବାଇ,୧୨ା୪: ପ୍ରସିଦ୍ଧ ଭାରତୀୟ ଗାୟିକା ଆଶା ଭୋସଲେଙ୍କ ରବିବାର  ଦେହାନ୍ତ ହୋଇଛି। ସେ ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ…

ଏହି ଦେଶରେ ହୁ ହୁ ହୋଇ ବଢୁଛି ବୟସ୍କଙ୍କ ସଂଖ୍ୟା

କଲମ୍ବୋ,୧୨ା୪(ପି.ଟି.): ଶ୍ରୀଲଙ୍କାରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ସଦ୍ୟ ପ୍ରକାଶିତ ଜନଗଣନା ତଥ୍ୟ ଅନୁଯାୟୀ, ଗତ ୪ ଦଶନ୍ଧି ମଧ୍ୟରେ ଦେଶର ବୟସ୍କ ଜନସଂଖ୍ୟା…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

ସମାନ ବୟସ, ସମାନ ହସ୍ପିଟାଲ, ଭାଇରାଲ ହେଉଛି ଲତା ଦିଦିଙ୍କ ସହ ଆଶାଙ୍କ ପିଲା ଦିନର ଫଟୋ, ପ୍ରଶଂସକ ହେଉଛନ୍ତି ଇମୋଶନାଲ

ମୁମ୍ବାଇ,୧୨।୪: ଗାୟିକା ଆଶା ଭୋଁସଲେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ ଶନିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ୯୨…

ପାକିସ୍ତାନର ମଧ୍ୟସ୍ଥତା ଫେଲ ମାରିବା ପରେ ରାଗରେ ଇରାନ ଉପରେ ଖପ୍ପା ହେଲେଣି ଟ୍ରମ୍ପ!

ଓ୍ବାଶିଂଟନ,୧୨।୪: ଇସଲାମାବାଦରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ, ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ଏହା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ସଙ୍ଗୀତ ଜଗତରେ ଶୋକର ଛାୟା: ନୀରବି ଗଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ପ୍ରତିଭା ତଥା ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।…

ଫେଲ ମାରିଲା ପାକିସ୍ତାନର ମଧ୍ୟସ୍ଥତା, ହର୍ମୁଜ ବନ୍ଦ! ୟୁ-ଟର୍ନ ନେଲା ୨ ତେଲ ଟ୍ୟାଙ୍କର, ପାକିସ୍ତାନ ଜାହାଜ ବି ସାମିଲ

ତେହରାନ,୧୨।୪: ଇସଲାମାବାଦରେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ୧୪ ଦିନିଆ ଅସ୍ତ୍ରବିରତି ଉପରେ ସହମତି ପରେ ଉଭୟ ଦେଶ ଆଲୋଚନାରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri