୨୩ ଦେଶୀ ବନ୍ଧୁକ ଜବତ

ବାରିପଦା,୧୯ା୧(ନୀଳାଦ୍ରି ବିହାରୀ ଦଣ୍ଡାପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଅଞ୍ଚଳରୁ ୨୩ଟି ଦେଶୀ ବନ୍ଧୁକ ଜବତ ହୋଇଛି। ତୃତୀୟ ପର୍ଯ୍ୟାୟରେ ଜିଲା ପୋଲିସ ନଭେମ୍ବର ଓ ଡିସେମ୍ବରରେ ସର୍ଚ୍ଚ ଅପରେଶନ କରି ଉକ୍ତ ବନ୍ଧୁକ ଜବତ କରିଛି। ଏନେଇ ବାରିପଦାସ୍ଥିତ ଜିଲା ପୋଲିସ ମୁଖ୍ୟାଳୟରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଏସ୍‌ ସୁଶ୍ରୀ ସୂଚନା ଦେଇଛନ୍ତି। ଶିମିଳିପାଳ ସଂଲଗ୍ନ ୯ଟି ଥାନା ଅଧୀନରେ ଥିବା ଗାଁଗୁଡ଼ିକରୁ ପୁଣି ୨୩ଟି ଆଗ୍ନୟାସ୍ତ୍ର (ଦେଶୀବନ୍ଧୁକ) ଜବତ ହୋଇଛି। ଏନେଇ ୧୪ଟି ମାମଲା ରୁଜୁ କରିବା ସହିତ ୮ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେଥି ମଧ୍ୟରୁ ବାରିପଦା ସଦର ଥାନା, ଶରତ ଥାନା, କରଞ୍ଜିଆ ଥାନା, ଯଶୀପୁର ଥାନା ଓ ଠାକୁରମୁଣ୍ଡା ଥାନା ପୋଲିସ ଗୋଟିଏ ଲେଖାଏ ବନ୍ଧୁକ ଜବତ କରିଛି। ସେହିପରି ବଡ଼ସାହି ଥାନା ୩ଟି, ଉଦଳା ଥାନା ୫ଟି, ଖୁଣ୍ଟା ଥାନା ୮ଟି ଓ କପ୍ତିପଦା ଥାନା ପୋଲିସ ୨ଟି ଦେଶୀ ବନ୍ଧୁକ ଜବତ କରିଛି। ଶିମିଳିପାଳ ଅଭୟାରଣ୍ୟରେ ଦୁଇ ବନ କର୍ମଚାରୀ ମୃତ୍ୟୁ ପରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଶିମିଳିପାଳ ସୁରକ୍ଷା ଅଭିଯାନରେ ମୟୂରଭଞ୍ଜ ପୋଲିସ ପକ୍ଷରୁ ଶିକାରୀମାନଙ୍କୁ ବନ୍ଧୁକ ସମର୍ପଣ କରିବା ପାଇଁ ନିବେଦନ କରାଯାଇଥିଲା। ଏଥିପାଇଁ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଶିମିଳିପାଳ ସୁରକ୍ଷା ପାଇଁ ଏବେ ଜଏଣ୍ଟ ଟାସ୍କ ଫୋର୍ସ ଗଠନ କରାଯାଇ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରହିଛନ୍ତି

ଶିମିଳିପାଳ ଅଭୟାରଣ୍ୟର ସଂଲଗ୍ନ ଗ୍ରାମରୁ ସର୍ଚ୍ଚ ଅପରେଶନ ଯୋଗେ ବେଆଇନ ବନ୍ଧୁକ ଜବତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୬୫ଟି ବନ୍ଧୁକ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୭୧ଟି ବନ୍ଧୁକ ଜବତ ହୋଇଥିଲା। ପୁଣି ତୃତୀୟ ପର୍ଯ୍ୟାୟରେ ୨୩ଟି ଦେଶୀବନ୍ଧୁକ ଜବତ ହୋଇଛି। ତେବେ ଶିକାରୀ ଓ ଶିକାରରେ ଜଡ଼ିତ ରହୁଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପ୍ରାଣୀପ୍ରେମୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri