୧୨ ଜିଲାରେ ସ୍ଥାପନ ହେବ ୨୩ ଶିଳ୍ପ: ସୃଷ୍ଟି ହେବ ୧୧,୯୩୩ ନିଯୁକ୍ତି

ଭୁବନେଶ୍ୱର,୨୫ା୭(ଅନୁରାଧା ମହାରଣା): ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ସ୍ବପ୍ନକୁ ସାକାର କରିବା ପାଇଁ ଶିଳ୍ପ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରାଯାଉଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟେଟ୍‌ ଲେଭଲ ସିଙ୍ଗଲ୍‌ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକରେ ୪,୯୮୨.୬୬ କୋଟି ଟଙ୍କାର ୨୩ଟି ନୂଆ ନିବେଶ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ୧୨ ଜିଲାରେ ହେବାକୁ ଥିବା ୨୩ଟି ଶିଳ୍ପ ଯୋଗୁ ୧୧,୯୩୩ ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହି ଅନୁମୋଦନ ପୋଷାକ ଓ ଟେକ୍ସଟାଇଲ, ଷ୍ଟିଲ୍‌ ଓ ଡାଉନଷ୍ଟ୍ରିମ୍‌ ଶିଳ୍ପ, ଖାଦ୍ୟ ଓ ପାନୀୟ, ରାସାୟନିକ, ଔଷଧ, ଶକ୍ତି ଓ ନବୀକରଣୀୟ ଶକ୍ତି, ଆଇଟି ଓ ଆଇଟିଇଏସ୍‌, ପର୍ଯ୍ୟଟନ ଏବଂ ଏରୋସ୍ପେସ ଓ ପ୍ରତିରକ୍ଷା ଭଳି କୌଶଳଗତ କ୍ଷେତ୍ରଗୁଡ଼ିକୁ ଅନ୍ତର୍ଭୁକ୍ତ କରୁଛି। ଓଡ଼ିଶାର ଟେକ୍ସଟାଇଲ ଇକୋସିଷ୍ଟମକୁ ମଜଭୁତ କରିବା ପାଇଁ କେପିଆର୍‌ ମିଲ ଲିମିଟେଡ୍‌ ଖୋର୍ଦ୍ଧାରେ ୩୫୦ କୋଟି ଟଙ୍କା ନିବେଶ କରିବା ସହ ବାର୍ଷିକ ୪୬.୮ ନିୟୁତ ପୋଷାକ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ବୃହତ୍‌ ପୋଷାକ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବ। ଏହା ୫ ହଜାର ନିଯୁକ୍ତି ସୃଷ୍ଟି କରିବ। ସେହିପରି ଷ୍ଟିଲ ଓ ଡାଉନ୍‌ଷ୍ଟ୍ରିମ ଶିଳ୍ପ କ୍ଷେତ୍ରରେ ବିଦ୍ୟା ମିନେରାଲ୍‌ସ ପ୍ରା.ଲି. ସୁନ୍ଦରଗଡ଼ରେ ୦.୨୧ ଏମ୍‌ଟିପିଏ ଇଣ୍ଟିଗ୍ରେଟେଡ୍‌ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରିବ। ଏଥିପାଇଁ ୬୨୦ କୋଟି ଟଙ୍କା ନିବେଶ ସହ ୫୨୫ ନିଯୁକ୍ତି ସୃଷ୍ଟି ହେବ। ଜାଟିଆ ଷ୍ଟିଲ ଲିମିଟେଡ୍‌ ୪୫୧.୯୦ କୋଟି ଟଙ୍କା ନିବେଶରେ ଯାଜପୁରରେ ଷ୍ଟିଲ୍‌ ଷ୍ଟ୍ରକ୍‌ଚର ୟୁନିଟ୍‌ ସ୍ଥାପନ କରିବ। ଏହାଦ୍ୱାରା ପ୍ରାୟ ୧୭୫ ଜଣ କର୍ମନିଯୁକ୍ତି ପାଇପାରିବେ। ଆମଷ୍ଟେଡ୍‌ ଷ୍ଟିଲ ଫାଉଣ୍ଡ୍ରିଜ, ମାଙ୍କାଶ ଏଣ୍ଟରପ୍ରାଇଜେସ୍‌ ଓ ଷ୍ଟିଲୋଗ୍ରାଫ ଆସେଣ୍ଡର୍ସଙ୍କ ଅତିରିକ୍ତ ପ୍ରସ୍ତାବ ରାଜ୍ୟର ଡାଉନ୍‌ଷ୍ଟ୍ରିମ କ୍ଷମତାକୁ ଆହୁରି ଗଭୀର କରିବ। ଅନ୍ୟପଟେ କୃଷି-ପ୍ରକ୍ରିୟାକରଣ କ୍ଷେତ୍ରରେ ହିନ୍ଦୁସ୍ତାନ ଆକ୍ୱା ପ୍ରା.ଲି. ୩୨୦ କୋଟି ଟଙ୍କା ନିବେଶରେ ସୁନ୍ଦରଗଡ଼ରେ ପାନୀୟ ୟୁନିଟ ସ୍ଥାପନ କରିବ ଓ ୨୫୦ଜଣଙ୍କୁ ରୋଜଗାର ଦେବ। ପ୍ରଗତି ମିଲ୍କ ପ୍ରଡକ୍ଟସ ପ୍ରା.ଲି. ୧୧୪.୩୪ କୋଟି ଟଙ୍କା ନିବେଶ କରି ୬୭୪ ନିଯୁକ୍ତି ସୁଯୋଗ ସହ ବାଲେଶ୍ୱରରେ ଡେଏରୀ ସୁବିଧା ବିକାଶ କରିବ। ପୁରୀ, ଗଜପତି, ନୟାଗଡ଼, କନ୍ଧମାଳ ଓ ଗଞ୍ଜାମରେ ୪୭୯ କୋଟି ଟଙ୍କାର ୬ଟି ପ୍ରିମିୟମ ଆତିଥ୍ୟ ପ୍ରକଳ୍ପ ଅନୁମୋଦିତ ହୋଇଥିବାବେଳେ ୧,୩୫୨ ନିଯୁକ୍ତି ସୃଷ୍ଟି ହେବ। ଏରୋସ୍ପେସ ଓ ପ୍ରତିରକ୍ଷା ଉଭୟମାନ ଟେକ୍ନୋଲୋଜି କ୍ଷେତ୍ରରେ ବନଭି ଟେକ୍ନୋଲୋଜି ପ୍ରା. ଲି. ଖୋର୍ଦ୍ଧାରେ ୩୦୦ କୋଟି ଟଙ୍କା ନିବେଶ ସହ ଏକ ଅତ୍ୟାଧୁନିକ ଡ୍ରୋନ୍‌ ପାର୍କ ସ୍ଥାପନ କରିବ। ଏହା ଗବେଷଣା, ଉତ୍ପାଦନ ଓ ତାଲିମ ପାଇଁ ଏକ ଇଣ୍ଟିଗ୍ରେଟେଡ ୟୁଏଭି ଇକୋସିଷ୍ଟମ ହେବ ଓ ୭୬୦ ନିଯୁକ୍ତି ସୃଷ୍ଟି କରି ଓଡ଼ିଶାକୁ ଭାରତରେ ଡ୍ରୋନ୍‌ ଟେକ୍ନୋଲୋଜିରେ ଅଗ୍ରଣୀ କରିବ। ଇକୋଡାଇନାମିକ୍ସ ଗ୍ରୀନ୍‌ ଏନର୍ଜୀ ପ୍ରା.ଲି. ବରଗଡ଼ରେ ୧୦୦ କୋଟି ଟଙ୍କା ନିବେଶ ସହ ୩୦ ମେଗାୱାଟ ସୌରଶକ୍ତି ପ୍ଲାଣ୍ଟ ସ୍ଥାପନ କରିବ। ଲୁମିନାସ ପାୱାର ଟେକ୍ନୋଲୋଜିସ୍‌ ପ୍ରା.ଲି. ଗୋପାଳପୁରରେ ୯୫୦ କୋଟି ଟଙ୍କାର ୧.୨ ଜିଗାୱାଟ ସୌର ସେଲ୍‌ ଓ ୧ ଜିଗାୱାଟ ସୌର ପିଭି ମଡ୍ୟୁଲ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବ, ଯାହା ପ୍ରାୟ ୧,୦୦୦ ନିଯୁକ୍ତି ସୃଷ୍ଟି କରିବ। ଲିଣ୍ଡେ ଇଣ୍ଡିଆ ସୁନ୍ଦରଗଡ଼ରେ ଏୟାର ସେପାରେଶନ ୟୁନିଟ ସ୍ଥାପନ କରିବ। ଗ୍ରୋଇଂ ଟ୍ରି ଅଏଲ ରିଫାଇନେରି ପ୍ରା.ଲି. ବରଗଡ଼ରେ ସଲଭେଣ୍ଟ ଏକ୍ସଟ୍ରାକ୍ସନ ୟୁନିଟ ଓ ସିନ୍ନାଟ ଫାର୍ମା ପ୍ରା.ଲି. କଟକରେ ୧୦୦ କୋଟି ଟଙ୍କା ନିବେଶ ସହ ଏକ ଏପିଆଇ ଉତ୍ପାଦନ ୟୁନିଟ ସ୍ଥାପନ କରିବ। ସେହିପରି ଆପମୋସିସ୍‌ ଟେକ୍ନୋଲୋଜିସ ପ୍ରା.ଲି. ଖୋର୍ଦ୍ଧାରେ ୬୫ କୋଟି ଟଙ୍କା ନିବେଶରେ ଏକ ସଫ୍ଟୱେୟାର ଡେଭେଲପ୍‌ମେଣ୍ଟ ସେଣ୍ଟର ସ୍ଥାପନ କରିବ, ଯାହା ୧୫୫ ନିଯୁକ୍ତି ସୃଷ୍ଟି କରିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri