Posted inଫୁରସତ

ସବୁଠୁ ଛୋଟ ଭ୍ରମଣକାରୀଙ୍କ ୨୩ ଦେଶ ଭ୍ରମଣ

ୱିଲିଂଟନ୍‌: ସାଧାରଣତଃ ମା’-ବାପା ଅତି ଛୋଟ ପିଲାଙ୍କୁ ବାହାରକୁ ନେଇ ଯାଇ ନ ଥାନ୍ତି। ହେଲେ ନ୍ୟୁଜିଲାଣ୍ଡର ଏକ ଦମ୍ପତି ତାଙ୍କ ୧୧ ମାସର ଶିଶୁକୁ ନେଇ ବିଶ୍ୱ ବୁଲିବାରେ ଲାଗିଛନ୍ତି। ତେବେ ଦୁନିଆର ସବୁଠୁ ଛୋଟ ଭ୍ରମଣକାରୀ ଭାବେ ଆଟଲାସ୍‌ ମାଣ୍ଟଗୋମେରି ଏଥି ମଧ୍ୟରେ ୨୩ଟି ଦେଶ ବୁଲିସାରିଲାଣି। ୨୯ ବର୍ଷୀୟ ବେକ୍ସ ଲୁଇସ୍‌ ଏବଂ ୩୧ ବର୍ଷୀୟ ୱିଲ ମାଣ୍ଟଗୋମେରିଙ୍କ ସ୍ବପ୍ନ ପୂରା ବିଶ୍ୱ ବୁଲିବା, ଯାହାକୁ ସେ ଶୀଘ୍ର ପୂରଣ କରିବାକୁ ଯାଉଛନ୍ତି। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଦମ୍ପତି ପ୍ରତିଦିନ କେବଳ ୪ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୩୩୦ ଟଙ୍କାରେ ଖାଦ୍ୟ ଖାଇବା ସହ ବହୁତ କମ୍‌ ଖର୍ଚ୍ଚରେ ବୁଲୁଛନ୍ତି। ପିଲାଙ୍କୁ ନେଇ ବାହାରକୁ ଯିବାରେ ଅସୁବିଧା ହୋଇଥାଏ। ହେଲେ ଏହି ଦମ୍ପତି ତାଙ୍କ ୬ ସପ୍ତାହର ଶିଶୁକୁ ନେଇ ବିଶ୍ୱ ବୁଲିବାକୁ ଆରମ୍ଭ କରିଥିଲେ। କେବଳ ୧୧ ମାସ ମଧ୍ୟରେ ଉକ୍ତ ଶିଶୁ ୨୩ ଦେଶ ବୁଲିଥିବା ସେମାନେ କହିଛନ୍ତି। ଯେତେବେଳେ ଲୁଇସ୍‌ ମାଟର୍ନିଟି ଛୁଟିରେ ଥିଲେ, ସେତେବେଳେ ସେମାନେ ବିଶ୍ୱ ଭ୍ରମଣ ପାଇଁ ବାହାରିଥିଲେ। ସେତେବେଳେ ଆଟଲାସ୍‌କୁ ମାତ୍ର ୬ ସପ୍ତାହ ହୋଇଥିଲା। ଲୁଇସ୍‌ କହିଛନ୍ତି, ଆଟଲାସ୍‌ ସବୁଠୁ ଛୋଟ ଶିଶୁ, ଯିଏ ଏତେ କମ୍‌ ବୟସରେ ଏତେ ସ୍ଥାନ ବୁଲିପାରିଛି। ସେମାନେ ଯେତେବେଳେ ନୌକାରେ ଯାଉଥିଲେ, ଆଟଲାସ୍‌ର ସେତେବେଳେ ଦାନ୍ତ ଉଠିବା ଦେଖିଥିଲେ। ପରେ ସେ ଫ୍ରାନ୍ସରେ ଖାଦ୍ୟ ଖାଇବା ଆରମ୍ଭ କରିଥିଲା। ସେମାନେ ତାଙ୍କ ଭ୍ୟାନ୍‌ ସାହାଯ୍ୟରେ ୟୁରୋପର ଅଧିକାଂଶ ଦେଶ ଭ୍ରମଣ କରିସାରିଲେଣି। ଏ ପର୍ଯ୍ୟନ୍ତ ସେମାନେ ଇଟାଲୀ, ଡେନମାର୍କ, ଅଷ୍ଟ୍ରିଆ, ଚିକିଆ, ସ୍ବିଡେନ, ନର୍‌ୱେ, ସ୍ଲୋଭେନିଆ, ସୁଇଜରଲାଣ୍ଡ, ପୋଲାଣ୍ଡ, ନେଦରଲାଣ୍ଡ, ଜର୍ମାନୀ, ଫ୍ରାନ୍ସ, ସ୍କଟ୍‌ଲାଣ୍ଡ, ଇଂଲଣ୍ଡ, ସିଙ୍ଗାପୁର ଆଦି ସ୍ଥାନ ବୁଲିସାରିଲେଣି। ତାଙ୍କ ଯାତ୍ରା ଆରମ୍ଭ ଲୁଇସ୍‌ଙ୍କ ପରିବାରରୁ ଆରମ୍ଭ ହୋଇଥିଲା। ସେଠାରୁ ସେମାନେ ୧୪ ହଜାର ଡଲାର ଅର୍ଥାତ୍‌ ୧୧ ଲକ୍ଷ ୫୬ ହଜାର ଟଙ୍କାର ଏକ ଭ୍ୟାନ୍‌ କିଣିଲେ। ଏହାପରେ ସେମାନେ ତାଙ୍କ ଯାତ୍ରା ଆରମ୍ଭ କଲେ। ଲୁଇସ୍‌ଙ୍କ କହିବା ଅନୁସାରେ, ଭ୍ୟାନ୍‌ରେ ପର୍ଯ୍ୟାପ୍ତ ପରିମାଣର ଜାଗା ଅଛି। ତା’ ମଧ୍ୟରେ ସମସ୍ତ ପ୍ରକାରର ସୁବିଧା ମଧ୍ୟ ରହିଛି। ତାଙ୍କ ଯାତ୍ରା ସମାପ୍ତ ହେବା ବେଳକୁ ଦେଶ ସଂଖ୍ୟା ୨୫ରେ ପହଞ୍ଚତ୍ୟାଇଥିବ। ସେମାନେ ସବୁ ଦେଶର ଖାଦ୍ୟକୁ ମଧ୍ୟ ମନ ଭରି ଖାଇଥିଲେ। ଏଥିପାଇଁ ସେମାନେ ପୂର୍ବରୁ ବହୁତ ସଞ୍ଚୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri