Posted inଖେଳ

ଜୋକୋଭିଚଙ୍କୁ ୨୨ତମ ଗ୍ରାଣ୍ଡସ୍ଲାମ

ମେଲବୋର୍ନ,୩୦ା୧(ପି.ଟି.): ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି ସର୍ବିୟାର ନୋଭାକ ଜୋକୋଭିଚ୍‌। ରବିବାର ଅନୁଷ୍ଠିତ ଫାଇନାଲରେ ଗ୍ରୀସ୍‌ର ଷ୍ଟିଫାନସ୍‌ ସିତ୍‌ସିପାସ୍‌ଙ୍କୁ ୬-୩, ୭-୬(୪) ଓ ୭-୬(୫)ରେ ପରାସ୍ତ କରିବା ସହିତ କ୍ୟାରିୟରର ୨୨ତମ ଗ୍ରାଣ୍ଡସ୍ଲାମ ହାସଲ କରିଛନ୍ତି। କ୍ୟାରିୟର ଗ୍ରାଣ୍ଡସ୍ଲାମରେ ସେ ରାଫେଲ ନାଡାଲଙ୍କ ସମକକ୍ଷ ହୋଇଛନ୍ତି। ଏହାମଧ୍ୟରେ ୧୦ଥର ଅଷ୍ଟ୍ରେଲିଆନ୍‌ ଓପନ୍‌ ସାମିଲ ଥିବାବେଳେ ୭ଥର ଓ୍ବିମ୍ବେଲଡନ୍‌, ୩ଥର ୟୁଏସ୍‌ ଓପନ୍‌ ଏବଂ ୨ଥର ଫ୍ରେଞ୍ଚ୍‌ ଓପନ୍‌ ବିଜୟୀ ହୋଇଛନ୍ତି। ରଡ୍‌ ଲାଭେର ଆରେନାରେ ଖେଳାଯାଇଥିବା ମ୍ୟାଚ୍‌ ଜିତିବା ସହିତ କ୍ୟାରିୟରର ଦଶମ ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଜୟୀ ହୋଇଛନ୍ତି। ଏହି ବିଜୟ ସହ ପୁନର୍ବାର ଏଟିପି ମାନ୍ୟତାରେ ଏକ ନମ୍ବରକୁ ଫେରିଛନ୍ତି ଜୋକୋଭିଚ୍‌। ୩୫ ବର୍ଷୀୟ ଜୋକୋଭିଚ୍‌ଙ୍କୁ କୋଭିଡ୍‌ ଟିକା କାରଣରୁ ଗତବର୍ଷ ଅଷ୍ଟ୍ରେଲିଆରୁ ପ୍ରତ୍ୟର୍ପଣ କରାଯାଇଥିଲା ଏବଂ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ମିଳି ନ ଥିଲା। ସିତ୍‌ସିପାସ୍‌ ନିଜ କ୍ୟାରିୟରର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିବା ବେଳେ ଉଭୟଥର ରନରଅପ୍‌ ଭାବରେ ଶେଷ କରିଛନ୍ତି। ପୂର୍ବରୁ ୨୦୨୧ ଫ୍ରେଞ୍ଚ ଓପନ୍‌ ଫାଇନାଲରେ ମଧ୍ୟ ସେ ଜୋକୋଭିଚ୍‌ଙ୍କ ନିକଟରୁ ହାରିଥିଲେ।
ରବିବାରର ଫାଇନାଲ ମୁକାବିଲା ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା। ପ୍ରଥମ ସେଟ୍‌କୁ ଜୋକୋଭିଚ୍‌ ୬-୩ରେ ଜିତି ନେଇଥିଲେ। ପରବର୍ତ୍ତୀ ଦୁଇ ସେଟ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ରହିବା ସହିତ ଟାଇବ୍ରେକରରେ ମ୍ୟାଚ୍‌ର ଫଳାଫଳ ବାହାରିଥିଲା। ଦ୍ୱିତୀୟ ସେଟ୍‌ଟି ୬-୬ରେ ରହିଥିବା ବେଳେ ଟାଇବ୍ରେକରରେ ୭-୪ରେ ବିଜୟୀ ହୋଇଥିଲେ ଜୋକୋଭିଚ୍‌। ସମାନ ଭାବେ ନିର୍ଣ୍ଣାୟକ ସେଟ୍‌ଟି ମଧ୍ୟ ଟାଇବ୍ରେକରକୁ ଯାଇଥିଲା। ଟାଇବ୍ରେକରକୁ ୭-୫ରେ ଜିତିବା ସହ ଜୋକୋଭିଚ୍‌ ୧୦ମ ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଜୟୀ ହୋଇଥିଲେ।

କ୍ରେଜିକୋଭା-ସିନିଆକୋଭାଙ୍କୁ ଡବଲ୍ସ ଟାଇଟଲ
ଅଷ୍ଟ୍ରେଲିଆନ୍‌ ଓପନ୍‌ ମହିଳା ଡବଲ୍ସରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା ଚେକ୍‌ ରିପବ୍ଲିକ୍‌ ଯୋଡ଼ି ବାର୍ବୋରା କ୍ରେଜିକୋଭା ଓ କାଟେରିନା ସିନିଆକୋଭା। ଉଭୟ ଖେଳାଳି ଗ୍ରାଣ୍ଡସ୍ଲାମରେ କ୍ରମାଗତ ୨୪ ତମ ମ୍ୟାଚ୍‌ରେ ବିଜୟୀ ହେବା ସହ ୬-୪ ଓ ୬-୩ର ସିଧାସଳଖ ସେଟ୍‌ରେ ଜାପାନର ଶୁକୋ ଆୟୋମା ଏବଂ ଏନା ଶିବାହାରାଙ୍କୁ ପରାସ୍ତ କରିଛନ୍ତି। କ୍ରେଜିକୋଭା-ସିନିଆକୋଭା ଯୋଡ଼ିର ଏହା ସପ୍ତମ ଗ୍ରାଣ୍ଡସ୍ଲାମ ଟାଇଟଲ। ଉଭୟ ବିଗତ ବର୍ଷ ଅଷ୍ଟ୍ରେଲିଆନ୍‌ ଓପନ୍‌, ଓ୍ବିମ୍ବେଲଡନ୍‌ ଓ ୟୁଏସ୍‌ ଓପନ୍‌ ବିଜୟୀ ହୋଇଥିଲେ। ଜାପାନିଜ୍‌ ଯୋଡ଼ିର ଏହା ଦଶମ ମେଜର ଫାଇନାଲ ରହିଥିବା ବେଳେ ପ୍ରଥମଥର ପାଇଁ ଉଭୟ ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳୁଛନ୍ତି। କ୍ରେଜିକୋଭା-ସିନିଆକୋଭା ପ୍ରତିପକ୍ଷ ଯୋଡ଼ିର ସର୍ଭିସ୍‌ ପଏଣ୍ଟ ବ୍ରେକ୍‌ କରିବା ସହିତ ଅନାୟାସରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

ରାଜସ୍ଥାନ-ଚେନ୍ନାଇ ମହାମୁକାବିଲା, ଟସ୍‌ ଜିତିଲା ରାଜସ୍ଥାନ

ଗୌହାଟି,୩୦।୩: ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ IPL 2026ର ସୋମବାର ଖେଳାଯାଉଥିବା ତୃତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri