କୋରାପୁଟ,୯।୧୦(ଅମିତାଭ ବେହେରା): କୋରାପୁଟ ଜିଲାରେ ବଡ଼ ଧରଣର ଶିକ୍ଷକ ବଦଳି ହୋଇଛି। ଜିଲାସ୍ତରୀୟ ବ୍ଲକ ଏବଂ ବ୍ଲକ ମଧ୍ୟରେ ୨୨୮ଜଣ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ବଦଳି କରାଯାଇଛି। ବଦଳି ତାଲିକା ଜିଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି।
କୋରାପୁଟ ଜିଲା ଶିକ୍ଷା ଅଧିକାରୀଙ୍କ ପତ୍ର ସଂଖ୍ୟା ୭୨୧୪ ଅନୁଯାୟୀ ଜିଲାସ୍ତରୀୟ ତାଲିକାରେ ୮୨ ଜଣଙ୍କ ବଦଳି ହୋଇଥିବା ବେଳେ ପତ୍ର ସଂଖ୍ୟା ୭୨୪୬ ଅନୁଯାୟୀ କୋରାପୁଟ ବ୍ଲକ ମଧ୍ୟରେ ୨୭ଜଣ, ପଟାଙ୍ଗୀରେ ୬ଜଣ, ବନ୍ଧୁଗାଁରେ ୧୩, ବୋରିଗୁମାରେ ୨, ନାରାୟଣ ପାଟଣାରେ ୪, ଦଶମନ୍ତପୁରରେ ୫ ଏବଂ ନନ୍ଦପୁରରେ ୩ଜଣଙ୍କୁ ବଦଳି କରାଯାଇଛି। ଜିଲାର ସମସ୍ତ ବ୍ଲକ ମଧ୍ୟରେ ବିଭିନ୍ନ ବିଦ୍ୟାଳୟକୁ ୧୪୨ଜଣଙ୍କୁ ବଦଳି କରାଯାଇଥିବା ସୂଚନା ମିଳିଛି।


