ସର୍ବେଶ୍ୱରଙ୍କୁ ୨୨୮ କୋଟିର ଝଟକା

ଯାଜପୁର,୨୮ା୧୨(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ଥିବା ମାଣ୍ଡୁକା ପାହାଡ଼ରୁ ମୋରମ ଲୁଟ୍‌ ମାମଲାର କ୍ଷତିପୂରଣ ବାବଦକୁ ୨୨୮ କୋଟି ୨୫ ଲକ୍ଷ ୬୧ ହଜାର ୭୮ ଟଙ୍କା ଆଦାୟ କରାଯିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ତାଙ୍କ ପତ୍ରସଂଖ୍ୟା ୧୪୬୧୩/୨୬ା୧୨ା୨୦୨୩ରେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କୁ ଡିମାଣ୍ଡ ନୋଟିସ ଦେବାକୁ ଦର୍ପଣ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାଟେଲାଇଟ୍‌ ମାପଚୁପ୍‌ରେ ଏହି ଅର୍ଥ ଆକଳନ ହୋଇଥିବାବେଳେ ପୂର୍ବରୁ କଳାପଥର ଲୁଟ୍‌ ପରିମାଣ ତୁଳନାରେ ଅତି କମ୍‌ ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଥିବା ନେଇ ଏବେ ସାରା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଯାହା ଦ୍ୱାରା ରାଜ୍ୟ ସରକାର ଅନେକ କୋଟି ଟଙ୍କା ରାଜସ୍ବ ହରାଇଛି ବୋଲି ମତପ୍ରକାଶ ପାଇଛି।
ଜିଲାପାଳଙ୍କୁ ଦେଇଥିବା ଦର୍ପଣ ତହସିଲଦାରଙ୍କ ପ୍ରସ୍ତାବ ଅନୁସାରେ ସର୍ବେଶ୍ୱର ମାଣ୍ଡୁକା ମୋରମ ଖଣିରୁ ୨୫୩୨୭୩.୬୫ ଘନମିଟର ମୋରମ ବେଆଇନ ଭାବେ ଉତ୍ତୋଳନ କରିଥିଲେ। ଓଏମ୍‌ଏମ୍‌ସି ରୁଲ୍ସ-୨୦୧୬ ଅନୁସାରେ, ଘନମିଟର ପିଛା ୩୫ ଟଙ୍କା ହିସାବରେ ୮୮,୬୪,୫୭୮ ଟଙ୍କା, ଅତିରିକ୍ତ ଜରିମାନା ବାବାଦକୁ ଘନମିଟର ପିଛା ୧୧୦୦ ଟଙ୍କା ହିସାବରେ ୨୭,୮୬,୦୧,୦୧୫ ଟଙ୍କା, ଏହାର ୧୦୦% ଜରିମାନାକୁ ମିଶାଇଲେ ୫୭,୪୯,୩୧,୧୮୬ ଟଙ୍କା, ୩୦% ଡିଏମ୍‌ଏଫ୍‌ ବାବଦକୁ ୨୬,୫୯,୩୭୩ ଟଙ୍କା, ୫% ଇଏମ୍‌ଏଫ୍‌ ବାବଦକୁ ୪,୪୩,୨୨୯ ଟଙ୍କା ଏବଂ ପରିବେଶଗତ କ୍ଷତିପୂରଣ ବାବଦକୁ ଘନମିଟର ପିଛା ୬୭୩୦ ଟଙ୍କା ଅନୁସାରେ ୧୭୦,୪୫,୨୭,୨୯୦ ଟଙ୍କା ଜରିମାନା ଅର୍ଥ ଆକଳନ କରାଯାଇଛି। ଅଭିଯୋଗ ଅନୁଯାୟୀ, ମାଣ୍ଡୁକା ମୌଜାର ୩୬୧୧ ପ୍ଲଟ୍‌ ୧୨ ଏକର ଜମିରେ ମୋରମ ଉତ୍ତୋଳନ କରିବାକୁ ଭୁବନେଶ୍ୱର ବାପୁଜୀ ନଗରର ହରପ୍ରସାଦ ଷଡ଼ଙ୍ଗୀଙ୍କୁ ତହସିଲ ପକ୍ଷରୁ ଅନୁମତି ମିଳିଛି। ଅନୁମତି ଅନୁସାରେ ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ୫ ବର୍ଷ ଦୀର୍ଘମିଆଦି ଲିଜ୍‌ ଅନୁସାରେ ବର୍ଷକୁ ୧ କୋଟି ଟଙ୍କା ହିସାବରେ ଲିଜ୍‌ ଦିଆଯାଇଛି। ହେଲେ ଲିଜ୍‌ ଏରିଆ ବାହାରେ ୩୬୧୦ ନମ୍ବର ପ୍ଲଟରୁ ମୋରମ ବେଆଇନ ଭାବେ ଉତ୍ତୋଳନ ହେଉଥିବାବେଳେ ଗତ ଜୁଲାଇରେ ତହସିଲ ପ୍ରଶାସନ ପକ୍ଷରୁ ଚଢାଉ ହୋଇଥିଲା। ପ୍ରଶାସନ ପକ୍ଷରୁ ହୋଇଥିବା ତଦନ୍ତରେ ଏଥିରେ ସର୍ବେଶ୍ୱରଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା। ଏହାପରେ ସେପ୍ଟେମ୍ବରରେ ପ୍ରଶାସନ ପକ୍ଷରୁ ସାଟେଲାଇଟ୍‌ ମାପଚୁପ କରାଯାଇଥିଲା। ଉକ୍ତ ରିପୋର୍ଟକୁ ଆଧାର କରି ଦର୍ପଣ ତହସିଲଦାର ଗତ ୨୧ା୧୧ା୨୦୨୩ରେ ଜିଲାପାଳଙ୍କୁ ଜରିମାନା ଆଦାୟ କରିବାକୁ ପ୍ରସ୍ତାବ ଦେଇଥିଲେ।
ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ଥିବା ବହୁ ମୂଲ୍ୟବାନ ବେଆଇନ କଳାପଥର କାରବାର ଉପରେ ପୂର୍ବରୁ ସାଟେଲାଇଟ୍‌ ମାପଚୁପ କରି ୧୧ ଜଣ ଲିଜ୍‌ଧାରୀଙ୍କଠାରୁ ବିଭିନ୍ନ ପର୍ଯ୍ୟାୟରେ ୩୨୦ କୋଟି ଟଙ୍କାର ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଛି। ଏହାକୁ ନେଇ ଲିଜ୍‌ଧାରୀମାନେ କୋର୍ଟ କଚେରିର ଦ୍ୱାରସ୍ଥ ହୋଇଛନ୍ତି। ତେବେ କଳାପଥର ଲୁଟ୍‌ ମାପଚୁପରେ ବ୍ୟାପକ ହେରାଫେରି କରି କେତେଜଣ ପ୍ରଭାବଶାଳୀ ଲୁଟ୍‌କାରୀଙ୍କୁ ଅତି କମ ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇ ସେମାନଙ୍କୁ ସୁରକ୍ଷା ଦେଇଥିବା ଚର୍ଚ୍ଚା ହେଉଛି। ଏଠାରେ ଅନୁମତିଠାରୁ ବହୁଗୁଣ ଅଧିକ କଳାପଥର ଲୁଟ୍‌ ହୋଇଥିଲେ ସୁଦ୍ଧା ପରିବେଶଗତ କ୍ଷତିପୂରଣ ଅର୍ଥ ବାବଦକୁ ଘନମିଟର ପିଛା ୬୭୩୦ ଟଙ୍କା ମିଶାଯାଇ ନାହିଁ। ବର୍ତ୍ତମାନ ମଧ୍ୟ ଲିଜ୍‌ ଅଞ୍ଚଳ ବାହାରୁ ବ୍ୟାପକ କଳାପଥର ଚୋରି ହେଉଥିବାବେଳେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ ରହିଛି। ଡଙ୍କାରୀ ପାହାଡ଼ରେ ଅନୁରୂପ ଲୁଟ୍‌ କାରବାରକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହେବା ପରେ ଜିଲା ପ୍ରଶାସନକୁ ୮ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ହୋଇଛି। ଏହାବାଦ୍‌ ରାହାଡପୁର, ଲୁଣିବର, ବାରମାଣ, ବରଡା, ବାଜବାଟି, ଆରୁହା, ବିଛାଖଣ୍ଡି ଆଦି ଖାଦାନରୁ ଅନେକ କୋଟି ଟଙ୍କାର କଳାପଥର ଚୋରି ହେଉଛି। ଏହିକ୍ରମରେ ଉକ୍ତ କଳାପଥର ଖାଦାନଗୁଡିକର ଲୁଟକାରୀଙ୍କ ବିରୋଧରେ ମାଣ୍ଡୁକା ମୋରମ ଖଣି ଲୁଟ୍‌ ଭଳି କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟ ସରକାର ବିପୁଳ କୋଟି ଟଙ୍କାର ରାଜସ୍ବ ପାଇପାରନ୍ତା ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri