ସର୍ବେଶ୍ୱରଙ୍କୁ ୨୨୮ କୋଟିର ଝଟକା

ଯାଜପୁର,୨୮ା୧୨(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ଥିବା ମାଣ୍ଡୁକା ପାହାଡ଼ରୁ ମୋରମ ଲୁଟ୍‌ ମାମଲାର କ୍ଷତିପୂରଣ ବାବଦକୁ ୨୨୮ କୋଟି ୨୫ ଲକ୍ଷ ୬୧ ହଜାର ୭୮ ଟଙ୍କା ଆଦାୟ କରାଯିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ତାଙ୍କ ପତ୍ରସଂଖ୍ୟା ୧୪୬୧୩/୨୬ା୧୨ା୨୦୨୩ରେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କୁ ଡିମାଣ୍ଡ ନୋଟିସ ଦେବାକୁ ଦର୍ପଣ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାଟେଲାଇଟ୍‌ ମାପଚୁପ୍‌ରେ ଏହି ଅର୍ଥ ଆକଳନ ହୋଇଥିବାବେଳେ ପୂର୍ବରୁ କଳାପଥର ଲୁଟ୍‌ ପରିମାଣ ତୁଳନାରେ ଅତି କମ୍‌ ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଥିବା ନେଇ ଏବେ ସାରା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଯାହା ଦ୍ୱାରା ରାଜ୍ୟ ସରକାର ଅନେକ କୋଟି ଟଙ୍କା ରାଜସ୍ବ ହରାଇଛି ବୋଲି ମତପ୍ରକାଶ ପାଇଛି।
ଜିଲାପାଳଙ୍କୁ ଦେଇଥିବା ଦର୍ପଣ ତହସିଲଦାରଙ୍କ ପ୍ରସ୍ତାବ ଅନୁସାରେ ସର୍ବେଶ୍ୱର ମାଣ୍ଡୁକା ମୋରମ ଖଣିରୁ ୨୫୩୨୭୩.୬୫ ଘନମିଟର ମୋରମ ବେଆଇନ ଭାବେ ଉତ୍ତୋଳନ କରିଥିଲେ। ଓଏମ୍‌ଏମ୍‌ସି ରୁଲ୍ସ-୨୦୧୬ ଅନୁସାରେ, ଘନମିଟର ପିଛା ୩୫ ଟଙ୍କା ହିସାବରେ ୮୮,୬୪,୫୭୮ ଟଙ୍କା, ଅତିରିକ୍ତ ଜରିମାନା ବାବାଦକୁ ଘନମିଟର ପିଛା ୧୧୦୦ ଟଙ୍କା ହିସାବରେ ୨୭,୮୬,୦୧,୦୧୫ ଟଙ୍କା, ଏହାର ୧୦୦% ଜରିମାନାକୁ ମିଶାଇଲେ ୫୭,୪୯,୩୧,୧୮୬ ଟଙ୍କା, ୩୦% ଡିଏମ୍‌ଏଫ୍‌ ବାବଦକୁ ୨୬,୫୯,୩୭୩ ଟଙ୍କା, ୫% ଇଏମ୍‌ଏଫ୍‌ ବାବଦକୁ ୪,୪୩,୨୨୯ ଟଙ୍କା ଏବଂ ପରିବେଶଗତ କ୍ଷତିପୂରଣ ବାବଦକୁ ଘନମିଟର ପିଛା ୬୭୩୦ ଟଙ୍କା ଅନୁସାରେ ୧୭୦,୪୫,୨୭,୨୯୦ ଟଙ୍କା ଜରିମାନା ଅର୍ଥ ଆକଳନ କରାଯାଇଛି। ଅଭିଯୋଗ ଅନୁଯାୟୀ, ମାଣ୍ଡୁକା ମୌଜାର ୩୬୧୧ ପ୍ଲଟ୍‌ ୧୨ ଏକର ଜମିରେ ମୋରମ ଉତ୍ତୋଳନ କରିବାକୁ ଭୁବନେଶ୍ୱର ବାପୁଜୀ ନଗରର ହରପ୍ରସାଦ ଷଡ଼ଙ୍ଗୀଙ୍କୁ ତହସିଲ ପକ୍ଷରୁ ଅନୁମତି ମିଳିଛି। ଅନୁମତି ଅନୁସାରେ ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ୫ ବର୍ଷ ଦୀର୍ଘମିଆଦି ଲିଜ୍‌ ଅନୁସାରେ ବର୍ଷକୁ ୧ କୋଟି ଟଙ୍କା ହିସାବରେ ଲିଜ୍‌ ଦିଆଯାଇଛି। ହେଲେ ଲିଜ୍‌ ଏରିଆ ବାହାରେ ୩୬୧୦ ନମ୍ବର ପ୍ଲଟରୁ ମୋରମ ବେଆଇନ ଭାବେ ଉତ୍ତୋଳନ ହେଉଥିବାବେଳେ ଗତ ଜୁଲାଇରେ ତହସିଲ ପ୍ରଶାସନ ପକ୍ଷରୁ ଚଢାଉ ହୋଇଥିଲା। ପ୍ରଶାସନ ପକ୍ଷରୁ ହୋଇଥିବା ତଦନ୍ତରେ ଏଥିରେ ସର୍ବେଶ୍ୱରଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା। ଏହାପରେ ସେପ୍ଟେମ୍ବରରେ ପ୍ରଶାସନ ପକ୍ଷରୁ ସାଟେଲାଇଟ୍‌ ମାପଚୁପ କରାଯାଇଥିଲା। ଉକ୍ତ ରିପୋର୍ଟକୁ ଆଧାର କରି ଦର୍ପଣ ତହସିଲଦାର ଗତ ୨୧ା୧୧ା୨୦୨୩ରେ ଜିଲାପାଳଙ୍କୁ ଜରିମାନା ଆଦାୟ କରିବାକୁ ପ୍ରସ୍ତାବ ଦେଇଥିଲେ।
ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ଥିବା ବହୁ ମୂଲ୍ୟବାନ ବେଆଇନ କଳାପଥର କାରବାର ଉପରେ ପୂର୍ବରୁ ସାଟେଲାଇଟ୍‌ ମାପଚୁପ କରି ୧୧ ଜଣ ଲିଜ୍‌ଧାରୀଙ୍କଠାରୁ ବିଭିନ୍ନ ପର୍ଯ୍ୟାୟରେ ୩୨୦ କୋଟି ଟଙ୍କାର ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଛି। ଏହାକୁ ନେଇ ଲିଜ୍‌ଧାରୀମାନେ କୋର୍ଟ କଚେରିର ଦ୍ୱାରସ୍ଥ ହୋଇଛନ୍ତି। ତେବେ କଳାପଥର ଲୁଟ୍‌ ମାପଚୁପରେ ବ୍ୟାପକ ହେରାଫେରି କରି କେତେଜଣ ପ୍ରଭାବଶାଳୀ ଲୁଟ୍‌କାରୀଙ୍କୁ ଅତି କମ ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇ ସେମାନଙ୍କୁ ସୁରକ୍ଷା ଦେଇଥିବା ଚର୍ଚ୍ଚା ହେଉଛି। ଏଠାରେ ଅନୁମତିଠାରୁ ବହୁଗୁଣ ଅଧିକ କଳାପଥର ଲୁଟ୍‌ ହୋଇଥିଲେ ସୁଦ୍ଧା ପରିବେଶଗତ କ୍ଷତିପୂରଣ ଅର୍ଥ ବାବଦକୁ ଘନମିଟର ପିଛା ୬୭୩୦ ଟଙ୍କା ମିଶାଯାଇ ନାହିଁ। ବର୍ତ୍ତମାନ ମଧ୍ୟ ଲିଜ୍‌ ଅଞ୍ଚଳ ବାହାରୁ ବ୍ୟାପକ କଳାପଥର ଚୋରି ହେଉଥିବାବେଳେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ ରହିଛି। ଡଙ୍କାରୀ ପାହାଡ଼ରେ ଅନୁରୂପ ଲୁଟ୍‌ କାରବାରକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହେବା ପରେ ଜିଲା ପ୍ରଶାସନକୁ ୮ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ହୋଇଛି। ଏହାବାଦ୍‌ ରାହାଡପୁର, ଲୁଣିବର, ବାରମାଣ, ବରଡା, ବାଜବାଟି, ଆରୁହା, ବିଛାଖଣ୍ଡି ଆଦି ଖାଦାନରୁ ଅନେକ କୋଟି ଟଙ୍କାର କଳାପଥର ଚୋରି ହେଉଛି। ଏହିକ୍ରମରେ ଉକ୍ତ କଳାପଥର ଖାଦାନଗୁଡିକର ଲୁଟକାରୀଙ୍କ ବିରୋଧରେ ମାଣ୍ଡୁକା ମୋରମ ଖଣି ଲୁଟ୍‌ ଭଳି କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟ ସରକାର ବିପୁଳ କୋଟି ଟଙ୍କାର ରାଜସ୍ବ ପାଇପାରନ୍ତା ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri