ରାୟଗଡ଼ାରେ ଅଟକିଲା ସୁରତ-ବ୍ରହ୍ମପୁର ସ୍ବତନ୍ତ୍ର ଟ୍ରେନ୍‌: ଶ୍ରମିକଙ୍କୁ ଖାଦ୍ୟ ଦେଲା ରେଳ ବିଭାଗ

ରାୟଗଡା ଅଫିସ,୩ା୫: ସୁରଟରୁ ଶ୍ରମିକଙ୍କୁ ନେଇ ରବିବାର ବ୍ରହ୍ମପୁର ଆସିଥିବା ସ୍ବତନ୍ତ୍ର ଟ୍ରେନ୍‌ ରବିବାର କିଛି ସମୟ ପାଇଁ ରାୟଗଡ଼ା ଷ୍ଟେଶନରେ ଅଟକିଥିଲା। ସେଠାରେ ରେଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆର୍‌ପିଏଫ ଯବାନଙ୍କ ସହାୟତାରେ ଟ୍ରେନ୍‌ରେ ଥିବା ୧୨୦୦ ଶ୍ରମିକଙ୍କୁ ଖାଦ୍ୟ ଓ ପାନୀୟ ପ୍ରଦାନ କରାଯାଇଥିଲା। ଏହି ସମୟରେ ଷ୍ଟେଶନ ମଧ୍ୟକୁ ବାହାର ଲୋକଙ୍କୁ ପ୍ରବେଶ କରାଯାଇ ନ ଥିଲା। ସୁରକ୍ଷା ବଳୟ ମଧ୍ୟରେ ସେମାନଙ୍କୁ ଖାଦ୍ୟ ଦିଆଯାଇଥିବା ଆର୍‌ପିଏଫ ଆଇଆଇସି ଡି.ଏନ. ତ୍ରିଲୋକ କହିଛନ୍ତି।