Categories: ବାଣିଜ୍ୟ

୨୨,୪୫୨କୋଟିର ପିଏଫ୍‌ଆଇ ନିବେଶ

ନୂଆଦିଲ୍ଲୀ,୧୫।୮ ଗତ କିଛି ମାସର ଅସ୍ଥିରତା ଓ ଭାରତ ସରକାରଙ୍କ ଦୃଢ ପଦକ୍ଷେପ ଯୋଗୁ ବିଦେଶୀ ପୋର୍ଟଫୋଲିଓ ନିବେଶକ (ପିଏଫଆଇ)ରେ ଆଶାତୀତ ବୃଦ୍ଧି ଦେଖାଦେଇଛି। ଏପରିକି ଅଗଷ୍ଟ ମାସର ଗତ ୨ସପ୍ତାହରେ ଭାରତୀୟ ଶେୟାର ବଜାରରେ ବେଶ ଉତ୍ସାହ ଦେଖାଯାଇଛି। ସେହିଭଳି ଗତ କିଛି ମାସ ପରେ ପିଏଫଆଇ ଏକ ଦୀର୍ଘ ଅନ୍ତରାଳରେ ଭାରତୀୟ ଶେୟାର ବଜାରରୁ ଆଶା ତୁଟାଇବା ସହ ଶେୟାର ବିକ୍ରି ମଧ୍ୟ କରିଥିଲେ। ହେଲେ ଭାରତର ମୁଦ୍ରାସ୍ଫୀତିକୁ ନେଇ ଚିନ୍ତା କମିବା ପରେ ବିଦେଶୀ ନିବେଶକ ଅଗଷ୍ଟ ମାସର ପ୍ରଥମ ଦୁଇ ସପ୍ତାହରେ ଶେୟାର ବଜାରରେ ୨୨,୪୫୨ କୋଟି ଟଙ୍କା ନିବେଶ କରିଛନ୍ତି। ଡିପୋଜିଟାରୀ ପରିସଂଖ୍ୟାନ ଅନୁସାରେ ଏହା ପୂର୍ବରୁ ଜୁଲାଇରେ ଏଫପିଆଇ ଶେୟାରରେ ପ୍ରାୟ ୫୦୦୦ କୋଟି ନିବେଶ କରିଥିଲେ। ସେହିଭଳି ଲଗାତର ୯ ମାସ ଯାଏଁ ଶେୟାର ବିକ୍ରି ପରେ ଜୁଲାଇରେ ଏଫପିଆଇ ପ୍ରଥମ ଥର ନେଟ୍‌ କ୍ରୟ ହୋଇଥିଲା। ୨୦୨୧ ଅକ୍ଟୋବରରୁ ୨୦୨୨ ଜୁନ ଯାଏଁ ଏଫପିଆଇ ୨.୪୬ ଲକ୍ଷ କୋଟି ଟଙ୍କାର ଶେୟାର ବିକ୍ରି କରିଥିଲେ।

Share