୨୨୦ ଲିଟର ଦେଶୀ ରନ୍ଧା ମଦ ସହ ୩ ବାଇକ୍‌ ଜବତ, ୩ ଗିରଫ

ଭଦ୍ରକ ଅଫିସ,୨୧ା୬: ଜିଲା ଅବକାରୀ ବିଭାଗ ପକ୍ଷରୁ ଗଠିତ ଏକ ସ୍ବତନ୍ତ୍ର ଟିମ୍‌ ଦ୍ୱାରା ବାସୁଦେବପୁର ଥାନା ଅନ୍ତର୍ଗତ ନୂଆଗାଁ ଓ ବାରାପୁର ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ଗୋଟିଏ ହୋଣ୍ଡା ମୋଟରସାଇକେଲ(ଓଡି-୦୧ଆର-୮୬୭୬) ଓ ଗୋଟିଏ ସ୍କୁଟିରୁ(ଓଡି-୦୧ଏଜେ-୮୯୬୯) ୧୭୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ବାସୁଦେବପୁର ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ମଧୁସୂଦନ ମଳିକ ଓ ବାରାପୁର ଗ୍ରାମର ପ୍ରକାଶ କୁମାର ବେହେରାଙ୍କୁ ଗିରଫ କରାଯାଇଛି। ସେହିପରି ବାଂଶଡ଼ା ଥାନା ଅନ୍ତର୍ଗତ କୁଆମରା ଛକ ନିକଟରେ ଚଢ଼ାଉ କରାଯାଇ ଗୋଟିଏ ବାଜାଜ ପଲସର ମୋଟର ସାଇକେଲରୁ (ଓଡି-୨୨ଏସ-୮୫୯୦) ୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ବାଂଶଡ଼ା ଥାନା ଅନ୍ତର୍ଗତ ପଞ୍ଚୁଟିକ୍ରି ଗ୍ରାମର ଦିଲ୍ଲୀପ କୁମାର ମହାଳିକଙ୍କୁ ଗିରଫ କରାଯାଇଛ। ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଉକ୍ତ ଚଢ଼ାଉରେ ସମୁଦାୟ ୨୨୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି । ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଊଦ୍ଧର୍‌ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ୩ଟି ପୃଥକ୍‌ ମାମଲା ରୁଜୁ କରାଯାଇଛି।