Posted inଖେଳ

ରାଜ୍ୟରେ ୨୨ ନୂତନ ହକି ପ୍ରଶିକ୍ଷଣ କେନ୍ଦ୍ର

ଭୁବନେଶ୍ୱର, ୧୨ା୪ (ସ୍ପୋଟର୍‌ସ ବ୍ୟୁରୋ): ହକି ପ୍ରତି ରହିଥିବା ଭଲପାଇବା ପାଇଁ ଓଡ଼ିଶାରେ ଆଉ ୨୨ଟି ହକି ପ୍ରଶିକ୍ଷଣ ସେଣ୍ଟର(ଏଚ୍‌ଟିସି) ସ୍ଥାପନ କରାଯାଇଛି। ତୃଣମୂଳ ସ୍ତରରୁ ହକିର ବିକାଶ ପାଇଁ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଓଡ଼ିଶା ନାଭାଲ ଟାଟା ହକି ହାଇପରଫର୍ମାନ୍ସ ସେଣ୍ଟର ଓ କ୍ରୀଡା ଓ ଯୁବବ୍ୟାପାରର ମିଳିତ ଉଦ୍ୟମରେ ଏହି ସେଣ୍ଟରଗୁଡିକ ସ୍ଥାପନ ହୋଇଛି। ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟ ସହିତ ସେମାନଙ୍କୁ ସୁଯୋଗ ପ୍ରଦାନ କରିବା ପାଇଁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ସୁନ୍ଦରଗଡରେ ରହିଥିବା କାର୍ଯ୍ୟକ୍ଷମ ଟର୍ଫଗୁଡିକ ମଧ୍ୟରେ ବୋଣାଇ, ଟାଙ୍ଗରପଲ୍ଲୀ, ବାରଗାଓଁ, ବିର୍ସା, ଲହୁଣୀପଡା, ଲାଠିକଟା, ଲେଫ୍ରିପଡା, ସବ୍‌ଡେଗା, ବାଲିଶଙ୍କରା-ତିଲେଇକାନି, ବାଲିଶଙ୍କରା-ସୋନାମାରା, ନୂଆଗାଁ, କୁତ୍ରା, ଗୁରୁଣ୍ଡିଆ, କୁଅଁାରମୁଣ୍ଡା, କୁକୁଡା ଅନ୍ତର୍ଭୁକ୍ତ। ଅନ୍ୟ ସହରଗୁଡିକ ମଧ୍ୟରେ ଯାଜପୁରରେ ଯାଜପୁର ଟାଉନ୍‌, ସମ୍ବଲପୁରରେ ଯୁଯୁମୁରା ଓ ଗଞ୍ଜାମର ଛତ୍ରପୁରରେ କାର୍ଯ୍ୟକ୍ଷମ ଟର୍ଫ ରହିଛି। ରାଜ୍ୟର ଅନ୍ୟ ୪ଟି ସ୍ଥାନରେ ନୂତନ ଟର୍ଫ ବିଛାଯିବାର କାର୍ଯ୍ୟକ୍ରମ ରହିଛି। ବର୍ତ୍ତମାନ ୧୮ଟି ସ୍ଥାନରେ କାର୍ଯ୍ୟକ୍ଷମ ଟର୍ଫ ରହିଥିବା ବେଳେ ଏଥିରେ ୧୩୦୦ରୁ ଅଧିକ ଖେଳାଳି ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି। ଏଣିକି ପ୍ରତ୍ୟେକ ଏଚ୍‌ଟିସିରେ ଦୁଇ ଜଣ ପ୍ରଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡ ଗସ୍ତ ସମୟରେ ଜିଲାରେ କ୍ରୀଡା ଭିତ୍ତିଭୂମିର ଉନ୍ନତି ସମ୍ପର୍କରେ ଆଲୋଚନା ହୋଇଥିଲା। ସ୍ଥାନୀୟ ଖେଳାଳିଙ୍କୁ ଉନ୍ନତ ଭିତ୍ତିଭୂମି, ପ୍ରଶିକ୍ଷଣ ଓ ସୁଯୋଗ ମିଳିଲେ ଯୁବ ପିଢି କ୍ରୀଡାରେ ଆଗକୁ ଅଗ୍ରସର ହୋଇ ପାରିବେ ବୋଲି କହିଥିଲେ। ଏହାପରେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଓଡ଼ିଶା ନାଭାଲ ଟାଟା ହକି ହାଇପରଫର୍ମାନ୍ସ ସେଣ୍ଟର ସହାୟତାରେ ଏଚ୍‌ଟିସି ଆରମ୍ଭ କରାଯାଇଛି। ଏହି ପ୍ରୋଜେକ୍ଟରେ ନିଯୁକ୍ତ କୋଚ୍‌ମାନେ ହକି ଓଡ଼ିଶା ନିର୍ଦ୍ଦେଶକ ଡେଭିଡ୍‌ ଜନଙ୍କ ସହିତ ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି। ଏହି ପ୍ରକଳ୍ପ ଆରମ୍ଭ ହେବା ପରେ ପ୍ରତି ସପ୍ତାହରେ କ୍ଲବ୍‌ ସ୍ତରୀୟ ଟୁର୍ନାମେଣ୍ଟ ଆୟୋଜନ କରାଯିବ। ଆମେରିକା, ଅଷ୍ଟ୍ରେଲିଆ ଓ ୟୁକେରେ ସମାନ ଢଙ୍ଗରେ ଟୁର୍ନାମେଣ୍ଟ ଖେଳାଯାଏ। ବିଦେଶରେ ସଫଳ ଏହି ମଡେଲର ଫାଇଦା ତୃଣମୂଳ ସ୍ତରରୁ କ୍ରୀଡାବିତ୍‌ଙ୍କୁ ମଧ୍ୟ ମିଳିବ ବୋଲି ଓଡ଼ିଶା ନାଭାଲ ଟାଟା ହକି ହାଇପରଫର୍ମାନ୍ସ ସେଣ୍ଟର ପ୍ରକଳ୍ପ ନିର୍ଦ୍ଦେଶକ ରାଜୀବ ସେଠ କହିଛନ୍ତି। ଏହା ସହିତ ତୃଣମୂଳ ସ୍ତରରୁ କୋଚ୍‌ମାନଙ୍କ ପାଇଁ ମଧ୍ୟ ଏହା ଏକ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଏହି ଇଭେଣ୍ଟରେ ସମସ୍ତ ସ୍କୁଲ, କମ୍ୟୁନିଟି ଓ ଜିଲାଗୁଡିକୁ ସାମିଲ ହେବାକୁ ଆହ୍ବାନ ଦିଆଯାଇଛି। ସ୍ଥାନୀୟ ପ୍ରତିଭାମାନଙ୍କୁ ଆଗକୁ ବଢିବାର ସୁଯୋଗ ଦେବାପାଇଁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଥିବା ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri