ଜଙ୍ଗଲରେ ଚଢାଉ, ୨୨ କୋଟି ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲେ ଅବକାରୀ, ପୋଲିସ

ଦିଗପହଣ୍ଡି,୧୬। ୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଏସ.ଗୋପାଳପୁର ପଞ୍ଚାୟତ ଗୋଠବଣିଆ ଜଙ୍ଗଲରେ ବେଆଇନ ଭାବେ ରୋପଣ କରାଯାଇଥିବା ଗଞ୍ଜେଇ ଗଛଗୁଡ଼ିକୁ ସୋମବାର ଅବକାରୀ ଏବଂ ପୋଲିସ ଟିମ ଚଢ଼ାଉ କରି ନଷ୍ଟ କରିଦେଇଛନ୍ତି। ଏଥିସହ ସେଗୁଡିକୁ ଜାଳି ଦିଆଯାଇଥିବା ଜଣାପଡିଛି। ଗୋଇନ୍ଦା ସୂଚନାକୁ ଭିତ୍ତିକରି ଅବକାରୀ ଆୟୁକ୍ତ ନରସିଂହ ଭୋଳ ଏବଂ ଅବକାରୀ ଭାରପ୍ରାପ୍ତ ଅଧିକ୍ଷକ ପ୍ରବୀନ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଭୋର ସମୟରେ ଚଢାଉ କରାଯାଇଥିଲା। ଚିକିଟି ଅବକାରୀ ଉପଅଧିକ୍ଷକ କୁଳମଣି କୁଁଅର,ବ୍ରହ୍ମପୁର ଅବକାରୀ ଉପ ଅଧିକ୍ଷକ ସ୍ନେହଲତା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦିଗପହଣ୍ଡି ଅବକାରୀ ଥାନା ଓଆଇସି ଅନୀତା ପ୍ରଧାନଙ୍କ ନେତୃତ୍ୱରେ ପ୍ରାୟ ୨୨ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛଗୁଡ଼ିକୁ କାଟି ସାନଖେମୁଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ରାମଚନ୍ଦ୍ର ପଟ୍ଟନାୟକଙ୍କ ଉପସ୍ଥିତିରେ ଜାଳି ଦିଆଯାଇଥିଲା। ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା, ବ୍ରହ୍ମପୁର ଅବକାରୀ ଉପ ନିରୀକ୍ଷକ ସଙ୍ଗୀତା ମହାପାତ୍ର,ସସ୍ମିତା ମଲ୍ଲିକ,ବିଶ୍ବମ୍ବର ବିଶ୍ବାଳ,ବି.ମନୋଜ କୁମାର, ଏଏସଆଇ ଏନ. ତ୍ରିପତି,ସନ୍ତୋଷ ପାଢ଼ୀ,ଭୁବୁନି ବେହେରା,କନେଷ୍ଟବଳ ଆଲଫଲତା ସାହୁ, ନୀର ବେହେରା, ସୂର୍ଯ୍ୟନାରାୟଣ ଜେନା, ମନୋରଞ୍ଜନ ମହାପାତ୍ର ଏବଂ ବଳରାମ ସାହୁଙ୍କ ସମେତ ପୋଲିସ ଏପିଆର ଫୋର୍ସ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

କଲେଜକୁ ଯାଉଥିଲେ ଛାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ବାଇକ, ଘଟଣାସ୍ଥଳରେ…

ବଲାଙ୍ଗୀର, ୭।୩( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭିଆଇପି ରାସ୍ତା ଭାଗିରଥି ଛକରୁ ସର୍କିଟ ହାଉସ ରାସ୍ତାରେ ଏକ ସ୍ପିଡ ବାଇକର ଧକ୍କାରେ ଜଣେ ଆୟୁର୍ବେଦିକ କଲେଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri