Posted inଖେଳ

ଲକ୍ଷ୍ନୌ ଆଗରେ ୨୧୮ର ଟାର୍ଗେଟ: ଋତୁରାଜ ଗାଏକ୍ୱାଡ୍‌ଙ୍କ ଦ୍ରୁତ ଅର୍ଦ୍ଧଶତକ

ଚେନ୍ନାଇ,୩।୪: ସ୍ଥାନୀୟ ଏମଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ସୋମବାର ଚେନ୍ନାଇ ସୁପରକିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚ ଅନୁଷ୍ଠିତ ହୋଇଛି। ଋତୁରାଜ ଗାଏକ୍ୱାଡଙ୍କ ଦ୍ରୁତ ଅର୍ଦ୍ଧଶତକ ଏବଂ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ଅବଦାନ ବଳରେ ଚେନ୍ନାଇ ୨୦ ଓଭରରେ ୨୧୭ ରନର ବୃହତ୍‌ ସ୍କୋର ଛିଡ଼ା କରିଛି। ଚଳିତ ସିଜନରେ ନିଜର ପ୍ରଥମ ମ୍ୟାଚରେ ଚେନ୍ନାଇ ହାରି ଯାଇଥିବା ବେଳେ ଲକ୍ଷ୍ନୌ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଥିଲା। ଟସ୍‌ ଜିତି ଲକ୍ଷ୍ନୌ ଅଧିନାୟକ ଲୋକେଶ ରାହୁଲ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଋତୁରାଜ ଗାଏକ୍ୱାଡ ଓ ଡେଭନ କନଓ୍ବେ ବିସ୍ଫୋରକ ବ୍ୟାଟିଂ କରି ଶତକୀୟ ଭାଗୀଦାରି ଗଢ଼ିବା ସହ ଚେନ୍ନାଇର ବଡ଼ ସ୍କୋର ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ଓପନିଂ ଯୋଡ଼ିରେ ଦୁହେଁ ୫୬ ବଲ୍‌ରୁ ୧୧୦ ରନ କରି ବିପକ୍ଷ ବୋଲରଙ୍କୁ ନାକେଦମ୍‌ କରିଥିଲେ। ୧୦ମ ଓଭରର ପ୍ରଥମ ବଲ୍‌ରେ ଗାଏକ୍ୱାଡ୍‌ଙ୍କୁ ଆଉଟ କରି ଲକ୍ଷ୍ନୌ ଦଳକୁ ପ୍ରଥମ ବ୍ରେକ୍‌ ଥ୍ରୁ ଦେଇଥିଲେ ରବି ବିଷ୍ଣୋଇ। ୩୧ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଋତୁରାଜ ୩ ଚୌକା ଓ ୪ ଛକା ସହାୟତାରେ ୫୭ ରନ କରିଥିଲେ। ତାଙ୍କ ଆଉଟରେ କନଓ୍ବେ ଏକାଗ୍ରତା ହରାଇଥିଲେ। ସେ ଅର୍ଦ୍ଧଶତକର ନିକଟତର ହୋଇଥିଲେ ହେଁ ୪୭ ରନ କରିଥିବା ବେଳେ ବିଷ୍ଣୋଇଙ୍କ ଦ୍ୱିତୀୟ ଶିକାର ବନିଥିଲେ। ୨୯ଟି ବଲ୍‌ର ସମ୍ମୁଖୀନ ହୋଇଥିବା କନ୍‌ଓ୍ବେ ନିଜ ଇନିଂସ ମଧ୍ୟରେ ୫ ଚୌକା ଓ ୨ ଛକା ମାରିଥିଲେ। ମଧ୍ୟଭାଗରେ ଶିବମ୍‌ ଦୁବେ, ମୋଇନ୍‌ ଅଲୀ ବଡ଼ ସ୍କୋର କରିପାରି ନ ଥିଲେ ମଧ୍ୟ ଦ୍ରୁତ ହାରରେ ରନ୍‌ ସଂଗ୍ରହ କରିଥିଲେ। ଦୁବେ ୧୬ ବଲ୍‌ରୁ ୨୭ ଓ ଅଲୀ ୧୩ ବଲ୍‌ରୁ ୧୯ ରନ ସ୍କୋର କରିଥିଲେ। ବେନ୍‌ ଷ୍ଟୋକ୍ସ ୮ ଓ ରବୀନ୍ଦ୍ର ଜାଡେଜା ୩ ରନ୍‌କରି ଆଉଟ ହୋଇ ଯାଇଥିଲେ ହେଁ ଅମ୍ବାତି ରାୟୁଡ଼ୁ ୨୭ (୧୪ବଲ, ୨ ଚୌକା, ୨ ଛକା) ରନରେ ଅପରାଜିତ ରହି ଚେନ୍ନାଇ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିଜ୍‌କୁ ଆସିବା ମାତ୍ରେ ଲଗାତର ୨ଟି ବଲ୍‌ରେ ଛକା ମାରିଥିଲେ। ତେବେ ସେ ତୃତୀୟ ବଲ୍‌ରେ ଆଉଟ ହୋଇଯାଇଥିଲେ। ଏଠାରେ ୧୨ରନ ସଂଗ୍ରହ କରି ଧୋନୀ ଆଇପିଏଲ୍‌ରେ ୫୦୦୦ ରନ ପୂରଣ କରିଥିଲେ। ୨୦ତମ ଓଭର ଆରମ୍ଭ ହେବା ପୂର୍ବରୁ ଲକ୍ଷ୍ନୌ ଦଳ ଆଭେଶ ଖାଁଙ୍କ ସ୍ଥାନରେ ଆୟୂଷ ବଦୋନୀଙ୍କୁ ଇମ୍ପାକ୍ଟ ସବ୍‌ଷ୍ଟିଚ୍ୟୁଟଭାବେ ଖେଳାଇଥିଲା। ଲକ୍ଷ୍ନୌ ବୋଲରଙ୍କ ମଧ୍ୟରେ ରବି ବିଷ୍ଣୋଇ ଓ ମାର୍କ ଉଡ୍‌ ୩ଟି ଲେଖାଏ ଏବଂ ଆଭେଶ ଖାଁ ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri