ରାଜ୍ୟରେ ୨୧୦୩ ହାତୀ, ଢେଙ୍କାନାଳରେ ସର୍ବାଧିକ

ଭୁବନେଶ୍ୱର,୨୯ା୧୧(ବନ୍ଦନା ସେଠୀ):ଓଡ଼ିଶା ଜଙ୍ଗଲରେ ଏବେ ୨୧୦୩ ହାତୀ ରହିଛନ୍ତି। ଗତ ୬ ମାସ ମଧ୍ୟରେ ରାଜ୍ୟରେ ୫ ହାତୀ ବଢ଼ିଥିବା ପ୍ରଥମ ଶୀତଦିନିଆ ହାତୀ ଗଣନା ରିପୋର୍ଟରୁ ଜଣାପଡ଼ିଛି। ତେବେ ଏହାକୁ ହାତୀ ବିଶେଷଜ୍ଞମାନେ ସନ୍ଦେହ ପ୍ରକଟ କରିବା ସହ ବଢ଼ିଚାଲିଥିବା ହାତୀମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ବନ ବିଭାଗ ପକ୍ଷରୁ ଗୁରୁବାର ପ୍ରକାଶ ପାଇଥିବା ରାଜ୍ୟର ପ୍ରଥମ ଶୀତଦିନିଆ ହାତୀ ଗଣନା ରିପୋର୍ଟରୁ ଏହା ଜଣାପଡିଛି। ଏଥିମଧ୍ୟରେ ୩୩୪ଟି ବୟସ୍କ ଦନ୍ତା ରହିଥିବାବେଳେ ୧୨ଟି ବୟସ୍କ ମାଖନା ହାତୀ, ୬୭୮ଟି ବୟସ୍କ ମାଈହାତୀ, ୧୮୬ଟି ଅପ୍ରାପ୍ତ ବୟସ୍କ ଦନ୍ତା, ୪ଟି ଅପ୍ରାପ୍ତ ବୟସ୍କ ମାଖନା, ୩୦୫ଟି ଅପ୍ରାପ୍ତ ମାଈହାତୀ, ୧୮୧ଟି କିଶୋର ଏବଂ ୪୦୩ଟି ଛୁଆ ହାତୀ ରହିଛନ୍ତି। ରାଜ୍ୟର ୨୮ ଜିଲାରେ ଥିବା ୪୮ଟି ବନଖଣ୍ଡରେ ଏହି ଗଣନା କରାଯାଇଥିଲା। ତେବେ ୧୩ଟି ବନଖଣ୍ଡରେ ଶୀତଦିନେ କୌଣସି ହାତୀ ନ ଥିବାବେଳେ ୫ଟି ବନଖଣ୍ଡରେ ସର୍ବାଧିକ ହାତୀ ଅଛନ୍ତି। ଢେଙ୍କାନାଳ ବନଖଣ୍ଡରେ ସର୍ବାଧିକ ୨୯୧ଟି ହାତୀ ରହିଛନ୍ତି। ଏହାପଛକୁ କେନ୍ଦୁଝର ବନଖଣ୍ଡରେ ୧୬୦, ଆଠଗଡ଼ ବନଖଣ୍ଡରେ ୧୨୪, ଦେବଗଡ଼ ବନଖଣ୍ଡରେ ୧୨୩ ଓ ଅନୁଗୋଳ ବନଖଣ୍ଡରେ ୧୧୭ଟି ହାତୀ ରହିଛନ୍ତି। ସର୍କଲ ଅନୁଯାୟୀ, ଅନୁଗୋଳ ସର୍କଲରେ ସର୍ବାଧିକ ୬୮୦ଟି ହାତୀ ରହିଥିବାବେଳେ ରାଉରକେଲାରେ ୪୬୨ଟି, ବାରିପଦାରେ ୩୮୪ଟି, ବ୍ରହ୍ମପୁରରେ ୧୭୨ଟି, ସମ୍ବଲପୁରରେ ୧୪୪ଟି, ଭବାନୀପାଟଣାରେ ୧୪୦ଟି, ଭୁବନେଶ୍ୱରରେ ୧୨୦ଟି ଏବଂ କୋରାପୁଟ ସର୍କଲରେ ମାତ୍ର ଗୋଟିଏ ହାତୀ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ଚଳିତବର୍ଷ ଖରାଦିନେ ଅର୍ଥାତ୍‌ ମେ’ ୨୨ରୁ ୨୪ ମଧ୍ୟରେ ହୋଇଥିବା ହାତୀ ଗଣନାରେ ରାଜ୍ୟରେ ୨୦୯୮ଟି ହାତୀ ରହିଥିବା ଜଣାପଡିଥିଲା। ସେହି ସମୟରେ ମଧ୍ୟ ଢେଙ୍କାନାଳରେ ସର୍ବାଧିକ ହାତୀ ରହିଥିବାବେଳେ ଏହା ପଛକୁ ଆଠଗଡ଼, ସାତକୋଶିଆ, କେନ୍ଦୁଝର ଏବଂ ବଣାଇ ବନଖଣ୍ଡ ରହିଥିଲା। ଶୀତଦିନେ ପଡୋଶୀ ରାଜ୍ୟଗୁଡିକରୁ ଓଡ଼ିଶାକୁ ହାତୀ ଆସୁଥିବାରୁ ପୁନର୍ବାର ଗଣନା କରାଯାଇଥିଲା। ଏହି ୬ମାସ ମଧ୍ୟରେ ରାଜ୍ୟରେ ଆଉ ୫ଟି ହାତୀ ବଢିଥିବା ଶୀତଦିନିଆ ଗଣନା ରିପୋର୍ଟରୁ ଜଣାପଡିଛି। ଗଣନା ସମୟରେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସହିତ ହାତୀମାନଙ୍କର ବୃହତ୍‌ ଆନ୍ତଃ ରାଜ୍ୟ ଗତିବିଧି ପରିଲକ୍ଷିତ ହୋଇଛି। ଫଳରେ ଢେଙ୍କାନାଳ, ଦେବଗଡ଼, ରାଉରକେଲା, କେନ୍ଦୁଝର, ସମ୍ବଲପୁର, ଆଠମଲ୍ଳିକ, ଉତ୍ତର ଘୁମୁସର, ଉତ୍ତର କଳାହାଣ୍ଡି, ବଲାଙ୍ଗୀର ଏବଂ ରାଇରଖୋଲ ଡିଭିଜନରେ ହାତୀମାନଙ୍କ ସଂଖ୍ୟା ପୂର୍ବାପେକ୍ଷା ବୃଦ୍ଧି ପାଇଥିବାବେଳେ ଶିମିଳିପାର ନର୍ଥ ଓ୍ବାଇଲ୍ଡ ଲାଇଫ୍‌, ସାତକୋଶିଆ ଓ୍ବାଇଲ୍ଡ ଲାଇଫ୍‌, ବାମରା ଓ୍ବାଇଲ୍ଡ ଲାଇଫ୍‌ ଏବଂ ରାୟଗଡ଼ା ଆଦି ଡିଭିଜନରେ ହାତୀଙ୍କ ସଂଖ୍ୟା କିଛି ମାତ୍ରାରେ କମିଛି। ଅପରପକ୍ଷେ ଚଳିତ ବର୍ଷ ଇତି ମଧ୍ୟରେ ୪୮ଟି ହାତୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ନଭେମ୍ବର ୧୪ରୁ ୧୬ ପର୍ଯ୍ୟନ୍ତ ରାଜ୍ୟର ୪୮ ବନଖଣ୍ଡରେ ଶୀତଦିନିଆ ହାତୀ ଗଣନା ହୋଇଥିଲା। ଏଥିପାଇଁ ବିଭିନ୍ନ ବନଖଣ୍ଡରେ ମୋଟ୍‌ ୨୦୩୨ ସେନ୍‌ସସ୍‌ ୟୁନିଟ୍‌ ନିୟୋଜିତ ହୋଇଥିବାବେଳେ ଜଙ୍ଗଲ ଭିତରେ ୧୩ଶହ ୭୬ ମଞ୍ଚା ତିଆରି ହୋଇଥିଲା। ସେନ୍‌ସସ୍‌ ୟୁନିଟ୍‌ରେ ଜଣେ ଲେଖାଏ ଫରେଷ୍ଟ ଗାର୍ଡ଼/ଫରେଷ୍ଟରଙ୍କ ସହିତ ଏଲିଫ୍ୟାଣ୍ଟ ସ୍କ୍ବାଡ୍‌ର ରହିଥିବାବେଳେ ୨୦୩୨ ସେନ୍‌ସସ୍‌ରେ ମୋଟ ୬ହଜାରରୁ ଅଧିକ ବନ କର୍ମଚାରୀ ସାମିଲ୍‌ ହୋଇଥିଲେ। ସେହିପରି ହାତୀ ଗଣନାରେ ରାତ୍ରିକାଳୀନ ଭିଜୁଆଲ ପାଇଁ ବନ ବିଭାଗ ୫୦ଟି ଡ୍ରୋନ୍‌ର ବ୍ୟବହାର କରିଥିଲା। ଡିଭିଜନ ଓ ସର୍କଲ ସ୍ତରରେ ଏସିଏଫ୍‌ ନୋଡାଲ ଅଧିକାରୀ ଗଣନା କାର୍ଯ୍ୟର ତଦାରଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri