୨୧ରୁ ସର୍ବଭାରତୀୟ ଅନୁଗୋଳ କ୍ରିକେଟ୍‌ କପ୍‌

ଅନୁଗୋଳ ଅଫିସ,୨୦ା୧୨: ଅନୁଗୋଳ ଜିଲା କ୍ରିକେଟ୍‌ ସଂଘ (ଏଡିସିଏ) ଚଳିତବର୍ଷ ରୌପ୍ୟ ଜୟନ୍ତୀ ପାଳନ କରିବ। ଏ ନେଇ ଆସନ୍ତା ବୁଧବାରଠାରୁ ସ୍ଥାନୀୟ କଦମ ପଡ଼ିଆରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯିବ। ଏହି ଟୁର୍ନାମେଣ୍ଟରେ ରାଜ୍ୟ ଓ ରାଜ୍ୟ ବାହାରର ୮ଟି ଦଳ ଅଂଶ ଗ୍ରହଣ କରିବେ ବୋଲି ଏଡିସିଏ ପକ୍ଷରୁ ସଭାପତି ତଥା ଓସିଏ ଆପେକ୍ସ କାଉନସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ କଦମ ପଡ଼ିଆରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ବିଶ୍ୱକପ୍‌ ବିଜେତା ଭାରତୀୟ ଦଳର ପୂର୍ବତନ ଓପନର ଗୌତ୍ତମ ଗମ୍ଭୀର ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ସୂଚନା ଅନୁଯାୟୀ, ଅନୁଗୋଳ କଦମ ପଡ଼ିଆରେ ସର୍ବଭାରତୀୟ ଅନୁଗୋଳ କ୍ରିକେଟ୍‌ କପ୍‌ ଆସନ୍ତା ବୁଧବାର ଠାରୁ ଆରମ୍ଭ ହେବ। ଏହି ଟୁର୍ନାମେଣ୍ଟରେ ସମସ୍ତ ମ୍ୟାଚ୍‌ ଗୁଡ଼ିକ ଟି-୨୦ ଫର୍ମାଟ୍‌ରେ ଆୟୋଜନ କରାଯିବ। ଓଡ଼ିଶା ପୋଷ୍ଟାଲ, ସୋଲର କ୍ରିକେଟ୍‌ କ୍ଲବ, ୟୁନିୟନ୍‌ ସ୍ପୋର୍ଟିଂ, ଜାମସେଦ୍‌ପୁର ଇଲେଭେନ୍‌, ଅନୁଗୋଳ କ୍ରିକେଟ୍‌ କ୍ଲବ, କଲିକତା ରେଲୱେ, ରାଇଜିଂ ଷ୍ଟୁଡେଣ୍ଟ, ଏନ୍‌ସିଏ ଭିଲାଇ ଦଳ ଏଥିରେ ଅଂଶ ଗ୍ରହଣ କରିବେ। ଅନୁଗୋଳ ଜିଲା କ୍ରିକେଟ୍‌ ସଂଘର ରୌପ୍ୟ ଜୟନ୍ତୀ ଓ ଅନୁଗୋଳ ଜିଲାର ୩୦ ବର୍ଷ ପୂର୍ତ୍ତି ଅବସରରେ ଟୁର୍ନାମେଣ୍ଟକୁ ସ୍ମରଣୀୟ କରିବାକୁ ଆୟୋଜକଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଏଥିସହ ଜିଲାର ବହୁ ବରିଷ୍ଠ ଖେଳାଳିଙ୍କ ସହ ରାଜ୍ୟ ସ୍ତରରେ ପ୍ରତିନିଧିତ୍ୱ କରିଥିବା ପ୍ରତିଭାବାନ ଖେଳାଳିଙ୍କୁ ଏହି ଅବସରରେ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଜିଲାରେ କିଭଳି ପ୍ରତାଭା ବାହାରିବେ ଓ ରାଜ୍ୟ ତଥା ଦେଶ ପାଇଁ ଖେଳିବେ ସେ ନେଇ ଏବେଠାରୁ ଖସଡ଼ା ପ୍ରସ୍ତୁତ କରାଯାଇଥିବା ସଭାପତି କହିଥିଲେ। ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଘ ସମ୍ପାଦକ ସାଗରନାଥ ମିଶ୍ର ବରିଷ୍ଠ ସଦସ୍ୟ ଓ ଖେଳାଳିଙ୍କ ଜିଲା ସଂଘ ପ୍ରତି ରହିଥିବା ଅବଦାନ ବିଷୟରେ ସୂଚନା ଦେଇଥିଲେ। ବରିଷ୍ଠ ସଦସ୍ୟ ସେକ୍‌ ରଫିକ୍‌ ଅନୁଗୋଳ ଜିଲାରେ କ୍ରିକେଟ୍‌ ଖେଳକୁ ଆଗକୁ ନେବା ପାଇଁ ପଞ୍ଚାୟତ ସ୍ତରରେ ପ୍ରତିଭାବାନ ଖେଳାଳି ଖୋଜିବା ଉପରେ ଗୁରୁତ୍ୱ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଖେଳାଳି ତଥା ସଦସ୍ୟ ମାୟାଧର ମିଶ୍ର, ବରିଷ୍ଠ ସଦସ୍ୟ ଶିବ ରାଉତ, ଉପସଭାପତି ପ୍ରଭାତ କୁମାର ସିହ୍ନା, ଉପସଭାପତି ଅରୁଣ କୁମାର ପୁଷ୍ପାଳକ, ଯୁଗ୍ମ ସମ୍ପାଦକ ଗଙ୍ଗାଧର ପଟ୍ଟନାୟକ, ସଦସ୍ୟ ବୀରେନ ସାମଲ ଓ ଜଗଦୀଶ ସିଂହ, ଦୀପକ ସାହୁ, ଜୟକୃଷ୍ଣ ରାଉତ ଓ ଉତ୍‌ାନପାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri