Posted inଖେଳ

ପ୍ୟାରିସ ଅଲିମ୍ପିକ୍ସକୁ ଆଉ ୨୧ ଦିନ: ଆସିଲା ଆଥ୍‌ଲେଟ ତାଲିକା, ଜାଣନ୍ତୁ କାହାକୁ ମିଳିଛି ସ୍ଥାନ…

ନୂଆଦିଲ୍ଲୀ, ୫।୭: ଚଳିତ ମାସ ୨୬ ତାରିଖରୁ ପ୍ୟାରିସରେ ଆରମ୍ଭ ହେବାକୁ ଯାଉଥିବା ଅଲିମ୍ପିକ୍ସ। ଭାରତର ୨୮ ଜଣିଆ ଆଥ୍‌ଲେଟିକ୍ସ ପ୍ରତିନିଧି ଦଳ ଏଥିରେ ଅଂଶଗ୍ରହଣ କରିବ। ଡିଫେଣ୍ଡିଂ ଚାମ୍ପିୟନ ଜାଭେଲିନ୍‌ ତାରକା ନୀରଜ ଚୋପ୍ରା ଏହି ଦଳର ନେତୃତ୍ୱ ନେବେ। ଟୋକିଓ ଗେମ୍ସ ଗୋଲ୍ଡ ମେଡାଲିଷ୍ଟ ତଥା ବର୍ତ୍ତମାନର ବିଶ୍ୱ ଚାମ୍ପିୟନ ୨୬ ବର୍ଷୀୟ ନୀରଜ ଚଳିତ ସପ୍ତାହ ଶେଷରେ ହେବାକୁ ଥିବା ଡାଇମଣ୍ଡ ଲିଗ୍‌ରେ ଭାଗ ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ପ୍ୟାରିସ ଗେମ୍ସ ପାଇଁ ପ୍ରସ୍ତୁତିକୁ ସେ ଗୁରୁତ୍ୱ ଦେଉଛନ୍ତି।

ଭାରତୀୟ ଦଳରେ ୧୧ ମହିଳା ଓ ୧୭ ପୁରୁଷ ଆଥ୍‌ଲେଟ ସାମିଲ। ନୀରଜଙ୍କ ବ୍ୟତୀତ ଏହି ତାଲିକାରେ ସାମିଲଥିବା ପ୍ରତିଷ୍ଠିତ ଆଥ୍‌ଲେଟଙ୍କ ମଧ୍ୟରେ ଅବିନାଶ ସାବ୍‌ଲେ, ତାଜିନ୍ଦରପାଲ ସିଂ ତୁର୍‌, ସ୍ପ୍ରିଣ୍ଟ ହର୍ଡଲର ଜ୍ୟୋତି ୟାରାଜି ଅନ୍ୟତମ। ଓଡ଼ିଶାର ପ୍ରତିଭାସମ୍ପନ୍ନ ଜାଭେଲିନ୍‌ ଥ୍ରୋୟର କିଶୋର କୁମାର ଜେନା ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି।

୪x୪୦୦ ପୁରୁଷ ରିଲେ ଦଳରେ ମହମ୍ମଦ ଆନାସ, ମହମ୍ମଦ ଅଜମଲ, ଅମୋଜ ଜ୍ୟାକବ ଓ ରାଜେଶ ରମେଶ ସ୍ଥାନ ପାଇଛନ୍ତି। ଗତ ବିଶ୍ୱ ଚାମ୍ପିୟନଶିପ୍‌ରେ ହିଟ୍‌ ଅବସରରେ ଭାରତୀୟ ଦଳ ଆମେରିକାକୁ ପଛରେ ପକାଇ ଅନେକଙ୍କୁ ବିସ୍ମିତ କରିଥିଲା। ଅଲିମ୍ପିକ୍ସର ଟ୍ରାକ୍‌ ଆଣ୍ଡ ଫିଲ୍ଡ ପ୍ରତିଯୋଗିତା ଷ୍ଟେଡ୍‌ ଡି ଫ୍ରାନ୍ସରେ ଅଗଷ୍ଟ ୧ରୁ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅଲିମ୍ପିକ୍ସ ପ୍ରୋଗ୍ରାମରୁ ପୁରୁଷ ୫୦ କିଲୋମିଟର ରେସ୍‌ ଓ୍ବାକ୍‌କୁ ବାଦ୍‌ ଦିଆଯାଇଛି। ଏହା ସ୍ଥାନରେ ମାରାଥନ ରେସ୍‌ ଓ୍ବାକ୍‌ ମିକ୍ସଡ-ରିଲେ ଇଭେଣ୍ଟକୁ ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ ସାମିଲ କରିଛି।

ଭାରତୀୟ ଆଥ୍‌ଲେଟିକ୍ସ ଦଳ
ପୁରୁଷ: ଅବିନାଶ ସାବ୍‌ଲେ (୩୦୦୦ ମିଟର ଷ୍ଟିପଲଚେଜ୍‌), ନୀରଜ ଚୋପ୍ରା, କିଶୋର କୁମାର ଜେନା (ଜାଭେଲିନ୍‌ ଥ୍ରୋ), ତାଜିନ୍ଦରପାଲ୍‌ ସିଂ ତୁର୍‌ (ଶଟ୍‌ ପୁଟ୍‌), ପ୍ରବୀଣ ଚିଥ୍ରାଭେଲ, ଅବୁଲା ଅବୁବାକର(ଟ୍ରିପଲ ଜମ୍ପ), ଆକାଶଦୀପ ସିଂ, ବିକାଶ ସିଂ, ପରବଜିତ ସିଂ ବିସ୍ତ (୨୦ କିଲୋମିଟର ରେସ୍‌ ଓ୍ବାକ୍‌), ମହମ୍ମଦ ଆନାସ, ମହମ୍ମଦ ଆଜମଲ, ଅମୋଜ ଜ୍ୟାକବ, ସନ୍ତୋଷ ତାମିଲାରସନ, ରାଜେଶ ରମେଶ(୪x୪୦୦ ମିଟର ରିଲେ), ମିଜୋ ଚାକୋ କୁରିଆନ(୪x୪୦୦ ମିଟର ରିଲେ), ସୂରଜ ପନଓ୍ବାର(ରେସ୍‌ ଓ୍ବାକ୍‌ ମିକ୍ସଡ ମାରାଥନ), ସର୍ବେଶ ଅନିଲ କୁଶାରେ (ହାଇ ଜମ୍ପ)।

ମହିଳା: କିରନ ପାହାଲ (୪୦୦ ମିଟର), ପାରୁଲ ଚୌଧାରୀ (୩୦୦୦ ମିଟର ଷ୍ଟିପଲଚେଜ୍‌ ଓ ୫,୦୦୦ ମିଟର), ଜ୍ୟୋତି ଆରାଜି (୧୦୦ ମିଟର ହର୍ଡଲ୍ସ), ଅନୁ ରାଣୀ (ଜାଭେଲିନ୍‌ ଥ୍ରୋ), ଆଭା ଖଟୁଆ (ଶଟ୍‌ ପୁଟ୍‌), ଜ୍ୟୋଥିକା ଶ୍ରୀ ଦଣ୍ଡି, ଶୁଭା ଭେଙ୍କଟେଶ୍‌, ଭିଥ୍ୟା ରାମରାଜ, ପୁଭମ୍ମା ଏମ୍‌.ଆର. (୪x୪୦୦ ମିଟର ରିଲେ), ପ୍ରାଚୀ (୪x୪୦୦ ମିଟର ରିଲେ), ପ୍ରିୟଙ୍କା ଗୋସ୍ବାମୀ (୨୦ କିଲୋମିଟର ରେସ୍‌ ଓ୍ବାକ୍‌/ରେସ୍‌ ଓ୍ବାକ୍‌ ମିକ୍ସଡ ମାରାଥନ)।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ମଡେଲର ସ୍ଥିତି

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାୟ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୁଜରାଟରେ ଶାସନ କରିଆସୁଛି। ବାସ୍ତବରେ ଗୁଜରାଟ ଏକ ଦୁଇ-ଦଳୀୟ ରାଜ୍ୟ। କିନ୍ତୁ ବାବ୍ରୀ…

ଖାମେନେଇଙ୍କୁ ହତ୍ୟା କରିପାରେ ଆମେରିକା

ଓ୍ବାଶିଂଟନ୍‌,୨୨।୨: ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟାତୋଲ୍ଲା ଅଲୀ ଖାମେନେଇ ଏବଂ ତାଙ୍କ ପୁଅ ମୋଜତାବାଙ୍କୁ ହତ୍ୟା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଜନା ଚଳାଇଛନ୍ତି। ଇରାନର…

ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ବୈଠକ, ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ନଳକୂପ ମରାମତି ନହେଲେ….

ଭଞ୍ଜନଗର,୨୨।୨(ବାବୁଲା ପ୍ରଧାନ): ଫେବୃଆରୀ ମାସରୁ ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେଲାଣି । ଏହାକୁ ଦେଖିଲେ ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବା ନେଇ ଆଶା…

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri