୨୦୨୩ରେ ଗାଡ଼ି ରପ୍ତାନି ୨୧% ହ୍ରାସ

ନୂଆଦିଲ୍ଲୀ,୧୫।୧ (ଅଭୟ ଦାଶ): ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ସହିତ ଭୂରାଜନୈତିକ ଘଟଣାବଳୀ ପାଇଁ ଘରୋଇ ବଜାରରୁ ଯାନ ରପ୍ତାନି ୨୦୨୩ରେ ହ୍ରାସ ପାଇଛି ବୋଲି ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅଟୋମୋବାଇଲ୍‌ ଉତ୍ପାଦକ (ଏସ୍‌ଆଇଏଏମ୍‌) ପକ୍ଷରୁ ଏକ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଏସ୍‌ଆଇଏଏମ୍‌ର ସୂଚନା ଅନୁଯାୟୀ ଗତ ବର୍ଷ (୨୦୨୩ବର୍ଷ) ଭାରତରୁ ଅଟୋମୋବାଇଲ ସିପମେଣ୍ଟ (ପରିବହନ) ପ୍ରାୟ ୨୧% ହ୍ରାସ ପାଇଥିଲାବେଳେ ୨୦୨୨ରେ ୫୨,୦୪,୯୬୬ ୟୁନିଟ୍‌ ତୁଳନାରେ ୨୦୨୩ରେ ମୋଟ ୪୨,୮୫,୮୦୯ ୟୁନିଟ୍‌ ଯାନ ରପ୍ତାନି ହୋଇଥିଲା। ସେହିଭଳି ୨୦୨୨ରେ ମୋଟ ୬,୪୪,୮୪୨ ୟୁନିଟ୍‌ ଯାତ୍ରୀବାହୀ ଯାନ ପରିବହନ କରାଯାଇଥିବାବେଳେ ୨୦୨୩ରେ ସେହି ସଂଖ୍ୟା ୫% ବୃଦ୍ଧି ପାଇ ୬,୭୭,୯୫୬ ୟୁନିଟ୍‌ରେ ପହଞ୍ଚତ୍ଛି, ଅବଶ୍ୟ ୨୦୨୩ରେ ବାଣିଜି୍ୟକ ଯାନ ଯଥା ଦୁଇ ଏବଂ ତିନି ଚକିଆ ଯାନ ଭଳି ଅନ୍ୟ ବିଭାଗଗୁଡ଼ିକ ମଧ୍ୟ ରପ୍ତାନିରେ ହ୍ରାସ ଘଟିଥଲା। ଅପରପକ୍ଷରେ ଦୁଇ ଚକିଆ ଯାନ ରପ୍ତାନି ୨୦% ହ୍ରାସ ପାଇ ୨୦୨୩ରେ ୩୨,୪୩,୬୭୩ ୟୁନିଟରେ ପହଞ୍ଚିଛି। ଏପରିକି ୨୦୨୨ରେ ଏହି ସଂଖ୍ୟା ୪୦,୫୩,୨୫୪ ୟୁନିଟ ଥିଲା। ସେହିପରି ଗତ ବର୍ଷ ବାଣିଜି୍ୟକ ଯାନବାହନ ପରିବହନ ୮୮,୩୦୫ ୟୁନିଟ୍‌ରୁ ୬୮,୪୭୩ ୟୁନିଟ୍‌କୁ ହ୍ରାସ ପାଇଥିଲାବେଳେ ଗତ ବର୍ଷ ତିନି ଚକିଆ ରପ୍ତାନି ୪,୧୭,୧୭୮ୟୁନିଟ୍‌ରୁ ୩୦% ହ୍ରାସ ପାଇ ୨,୯୧,୯୧୯ ୟୁନିଟ୍‌ରେ ପହଞ୍ଚତ୍ଛି।
ଏ ସମ୍ପର୍କରେ ଏସ୍‌ଆଇଏଏମ୍‌ର ମହାନିର୍ଦ୍ଦେଶକ ରାଜେଶ ମେନନ୍‌ କହିଛନ୍ତି, ୨୦୨୩ ରେ ଦକ୍ଷିଣ ଆଫ୍ରିକା ଏବଂ ଗଲ୍ଫ ଅଞ୍ଚଳ ଭଳି ପ୍ରମୁଖ ବଜାରରେ ଯାତ୍ରୀବାହୀ ଯାନ ରପ୍ତାନି ଯାନବାହନ ଚଳାଚଳ ଏବଂ ପେଣ୍ଟ ଅପ୍‌ ଚାହିଦା ଦ୍ୱାରା ପରିଚାଳିତ ହୋଇଥିଲାବେଳେ ୨୦୨୨ ତୁଳନାରେ ଏହି ବୃଦ୍ଧିକୁ ଏକ ସୁଗମ ଯୋଗାଣ ଶୃଙ୍ଖଳା ସହିତ ଦାୟୀ କରାଯାଇପାରେ ବୋଲି ସେ ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଡିସେମ୍ବର ମଧ୍ୟରେ ମାରୁତି ସୁଜୁକି ଇଣ୍ଡିଆ ଯାତ୍ରୀବାହୀ ଯାନ ବିଭାଗରେ ରପ୍ତାନିର ନେତୃତ୍ୱ ନେଇଥିଲା ଏବଂ ୨,୦୨,୭୮୬ ୟୁନିଟ୍‌ ଯାନ ରପ୍ତାନି କରିଥିଲା, ଯାହା ଏକ ବର୍ଷ ପୂର୍ବେ ୧,୯୨,୦୭୧ ୟୁନିଟ୍‌ ତୁଳନାରେ ୬% ବୃଦ୍ଧି ପାଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ହୁଣ୍ଡାଇ ମୋଟର ଇଣ୍ଡିଆ ୧,୧୯,୦୯୯ ୟୁନିଟ୍‌ ଯାନ ରପ୍ତାନି କରିଥିଲାବେଳେ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ କମ୍ପାନୀ ମୋଟ ୧,୨୯,୭୫୫ ୟୁନିଟ୍‌ ଯାନ ପଠାଇଛି। ସେହିପରି କିଆ ଇଣ୍ଡିଆ ୪୭,୭୯୨ ୟୁନିଟ୍‌ ଯାନ ରପ୍ତାନି କରିଥିଲାବେଳେ ଭଲସଓ୍ବାଗନ ୩୩,୮୭୨ ୟୁନିଟ୍‌, ନିସାନ୍‌ ୩୧,୬୭୮ ୟୁନିଟ୍‌ ଏବଂ ହୋଣ୍ଡା କାର୍‌ସ ୨୦,୨୬୨ ୟୁନିଟ୍‌ ୨୦୨୩-୨୪ ଆର୍ଥିକ ବର୍ଷର ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଯାନ ବିଦେଶକୁ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri