Posted inଖେଳ

ଚେନ୍ନାଇ ଆଗରେ ୨୦୩ ରନ୍‌ର ବିଜୟ ଟାର୍ଗେଟ୍‌

ଜୟପୁର,୨୭।୪: ଜୟପୁରର ସାଓ୍ବାଇ ମାନ୍‌ସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ର ୩୭ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମ୍‌ସନ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଯଶସ୍ବୀ ଜୟସ୍ବାଲଙ୍କ ୭୭ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୨୦୨ ରନ୍‌ କରିଛି। ଫଳରେ ଚେନ୍ନାଇ ସୁପର କିଙ୍ଗ୍ସ ଆଗରେ ୨୦୩ ରନ୍‌ର ବିଶାଳ ଟର୍ଗେଟ୍‌ ରଖିଛି ରାଜସ୍ଥାନ।

ରାଜସ୍ଥାନର ଦୁଇ ଓପ୍‌ନର ଯଶସ୍ବୀ ଜୟସ୍ବାଲ ଏବଂ ଯୋଶ୍‌ ବଟ୍‌ଲର ଦଳକୁ ଭଲ ଷ୍ଟାର୍ଟ ଦେଇଥିଲେ। ଦଳୀୟ ସ୍କୋର ୮୬ ରନ୍‌ରେ ଯୋଶ୍‌ ବଟ୍‌ଲର ୨୧ ବଲ୍‌ରେ ୨୬ ରନ୍‌ କରି ଆଉଟ୍‌ ହୋଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିଲେ ଅଧିନାୟକ ସଞ୍ଜୁ ସାମ୍‌ସନ। ଅଧିନାୟକ ସଞ୍ଜୁ ୧୭ ରନ୍‌ କରି ବିଫଳ ହୋଇଥିବା ବେଳେ ଦଳକୁ ଆଗକୁ ନେଇଥିଲେ ଜୟସ୍ବାଲ। ଜୟସ୍ବାଲ ୪୩ ବଲ୍‌ରେ ୮ ଚୌକା ଏବଂ ୪ ଛକା ସହାୟତାରେ ୭୭ ରନ୍‌ର ବିସ୍ଫୋରକ ଇନିଂସ୍‌ ଖେଳିଥିଲେ। ସେହିପରି ସିମ୍‌ରନ୍‌ ହେଟ୍‌ମେୟର ୮ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ହେଲେ ଶେଷବେଳକୁ ଧ୍ରୁବ ଜୁରେଲ ୧୫ ବଲ୍‌ରେ(୩ ଚୌକା ଏବଂ ୨ ଛକା) ୩୭ ରନ୍‌ର ଦମ୍‌ଦାର ଇନିଂସ୍‌ ଖେଳିଥିଲେ। ସେହିପରି ଦେବଦତ୍ତ ପାଦିକଲ ୧୩ ବଲ୍‌ରେ ମହତ୍ତ୍ୱପୂର୍ଣ୍ଣ ୨୭ ରନ୍‌ କରିଥିଲେ। ଫଳରେ ରାଜସ୍ଥାନ ୨୦୩ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଚେନ୍ନାଇର ତୁଷାର ଦେଶ୍‌ପାଣ୍ଡେ ସର୍ବାଧିକ ୨ ଉଇକେଟ ନେଇଥିବା ବେଳେ ମହେଶ ତକ୍ସାନା ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଷ୍ଟାଡିୟମରେ ପ୍ରେମିକାଙ୍କୁ ପ୍ରପୋଜ କରୁଥିଲେ ପ୍ରେମିକ: ରିଙ୍ଗ୍‌ ପିନ୍ଧାଇବା ସମୟରେ ଘଟିଗଲା ଏମିତି କିଛି…ଦେଖନ୍ତୁ Video

ମୁମ୍ବାଇ,୩୦।୩: ଆଇପିଏଲ୍‌ ୨୦୨୬ ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିଲା। ମୁମ୍ବାଇ ଏବଂ…

ଆଜି ରାଜସ୍ଥାନ-ଚେନ୍ନାଇ ମହାମୁକାବିଲା, ବର୍ଷା ବିଗାଡ଼ି ପାରେ ମ୍ୟାଚ୍‌

ଗୌହାଟି,୩୦।୩: ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ସୋମବାର IPL 2026ରେ ସେମାନଙ୍କ ଅଭିଯାନ ଆରମ୍ଭ କରିବେ। ଏହି ମୁକାବିଲା ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ…

ପଛରେ ପଡ଼ିଗଲେ କୋହଲି: ରୋହିତ ଭାଙ୍ଗିଦେଲେ ୫ ବଡ଼ ରେକର୍ଡ

ମୁମ୍ବାଇ,୩୦।୩: ରୋହିତ ଶର୍ମା ଚମତ୍କାର ଢଙ୍ଗରେ IPL 2026 ଆରମ୍ଭ କରିଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୭୮ ରନର ଏକ ଧମାକାଦାର…

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

ଗର୍ଲଫ୍ରେଣ୍ଡ୍‌ଙ୍କୁ ମହଙ୍ଗା ଗାଡ଼ି ଉପହାର ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ଦାମ ଜାଣିଲେ ଉଡିଯିବ ହୋଶ୍‌

ମୁମ୍ବାଇ,୩୦।୩: କିଛି ଦିନ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଫେରାରି (Ferrari 12Cilindri) କିଣିଛନ୍ତି। ଏହାର ମୂଲ୍ୟ ୧୨ କୋଟି ବୋଲି ଜଣାପଡ଼ିଛି। ଏବେ ତାଙ୍କ କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri