Posted inଖେଳ

ଭାରତରେ ହେବନାହିଁ ୨୦୨୩ ବିଶ୍ୱକପ୍‌? ଆଇସିସି-ବିସିସିଆଇ ମଧ୍ୟରେ ବିବାଦ ବଢ଼ିଲା…

ନୂଆଦିଲ୍ଲୀ,୧୭।୧୨: ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ ଭାରତରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏବେ ଭାରତର ହୋଷ୍ଟିକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। କାରଣ ଭାରତରେ ବିଶ୍ୱକପ୍‌ ଆୟୋଜନ ପାଇଁ ଟିକସ ଛାଡ଼ ଚାହୁଁଛି ଆଇସିସି। ଏଥିଲାଗି ବିସିସିଆଇକୁ ଭାରତ ସରକାରଙ୍କ ସହ କଥା ହେବାକୁ ପଡ଼ିବ। ମାତ୍ର ଏଭଳି ଆୟୋଜନ ଲାଗି ସରକାର ଟିକସ ଛାଡ଼ କରୁ ନ ଥିବାରୁ ଚର୍ଚ୍ଚା ଜୋର ଧରିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ବିଶ୍ୱକପ ୨୦୨୩ ଆୟୋଜନ ପାଇଁ ଟିକସ ଛାଡ କରିବାକୁ ଆଇସିସି ବିସିସିଆଇକୁ କହିଛି। ଏଥିପାଇଁ ବିସିସିଆଇକୁ ଭାରତ ସରକାରଙ୍କୁ ଅନୁରୋଧ କରିବାକୁ ପଡିବ। କିନ୍ତୁ ଏହା ଅତ୍ୟନ୍ତ କଷ୍ଟସାଧ୍ୟ ହେବ, କାରଣ ପୂର୍ବରୁ ବିସିସିଆଇ ଟି -୨୦ ବିଶ୍ୱକପ ୨୦୧୬ ପାଇଁ ମଧ୍ୟ ଟିକସ ଛାଡ ପାଇପାରି ନ ଥିଲା। ଏହି ପରିସ୍ଥିତିରେ ତାଙ୍କୁ ଆଇସିସିକୁ ୧୯୦ କୋଟି ଟଙ୍କା ଦେବାକୁ ପଡିଥିଲା, ଯାହାକି ବୋର୍ଡ ପାଇଁ ଏକ ବଡ କ୍ଷତି ଥିଲା । ଏବେ ସମାନ ପରିସ୍ଥିତି ପୁଣି ଥରେ ସାମ୍ନାକୁ ଆସିଛି।

ଆଇସିସିର ନିୟମ ଅନୁଯାୟୀ, ବିଶ୍ୱକପ ଆୟୋଜନ କରୁଥିବା ଦେଶକୁ ତାଙ୍କ ସରକାରଙ୍କ ସହ କଥାବାର୍ତ୍ତା କରିବାକୁ ପଡିବ ଏବଂ ଟିକସ ଛାଡ କରିବାକୁ ପଡିଥାଏ। ଟି -୨୦ ବିଶ୍ୱକପ ୨୦୧୬ ରେ ମଧ୍ୟ ବିସିସିଆଇକୁ ସମାନ ସମସ୍ୟାର ସାମ୍ନା କରିବାକୁ ପଡିଥିଲା ଏବଂ ବର୍ତ୍ତମାନ ପୁଣି ଥରେ ଏହା ଏକ ଗୁରୁତର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଯଦି ବିସିସିଆଇ ଭାରତ ସରକାରଙ୍କଠାରୁ ଟିକସ ଛାଡ କରିବାରେ ଅସମର୍ଥ ହୁଏ ତେବେ ଆଇସିସିକୁ ପ୍ରାୟ ୯୦୦ କୋଟି ଟଙ୍କା ଦେବାକୁ ପଡିବ। ଯଦି ଏହା ନ ହୁଏ ତେବେ ବିଶ୍ୱକପ ଆୟୋଜନ ମଧ୍ୟ ଭାରତରୁ ବାହାରି ଯାଇପାରେ। ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତକୌଣସି ଆଧିକାରିକ ବୟାନ ସାମ୍ନାକୁ ଆସି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri