Posted inଖେଳ

ସମସ୍ତ ପ୍ରସାରଣ-ଡିଜିଟାଲ ରେକର୍ଡ ଭାଙ୍ଗିଲା ୨୦୨୩ ବିଶ୍ୱକପ

ନୂଆଦିଲ୍ଲୀ,୨୭।୧୨: ନଭେମ୍ବରରେ ଭାରତରେ ଶେଷ ହୋଇଥିବା ବିଶ୍ୱକପ ୨୦୨୩ ଆଜି ପର୍ଯ୍ୟନ୍ତ ସବୁଠାରୁ ଅଧିକ ଦେଖାଯାଇଥିବା ଆଇସିସି ଇଭେଣ୍ଟରେ ପରିଣତ ହୋଇଛି। ଏହି ବିଶ୍ୱକପ ପୂର୍ବ ଆଇସିସି ଇଭେଣ୍ଟର ପ୍ରସାରଣ ଏବଂ ଡିଜିଟାଲ ରେକର୍ଡକୁ ଭାଙ୍ଗି ଦେଇଛି। ଯେକୌଣସି ଆଇସିସି ଟୁର୍ନାମେଣ୍ଟରେ ପ୍ରଥମ ଥର ପାଇଁ ଏକ ଟ୍ରିଲିୟନ ଲାଇଭ ମିନିଟ୍‌ର ମାର୍କ ଅତିକ୍ରମ କରିଛି। ଏହାର ଅର୍ଥ ହେଉଛି ସମୁଦାୟ ଦର୍ଶକଙ୍କ ଦ୍ୱାରା ଦେଖାଯାଇଥିବା ଲାଇଭ ମିନିଟ ସଂଖ୍ୟା ଏକ ଲକ୍ଷ କୋଟି ମିନିଟ ଅତିକ୍ରମ କରିଛି।
୨୦୧୧ରେ ଭାରତରେ ଆୟୋଜିତ କ୍ରିକେଟ ବିଶ୍ୱକପ ତୁଳନାରେ ଏହା ୩୮% ଅଧିକ ଥିଲା। ଇଂଲଣ୍ଡରେ ଅନୁଷ୍ଠିତ ଶେଷ ବିଶ୍ୱକପ ୨୦୧୯ ତୁଳନାରେ ଏଥର ମଧ୍ୟ ୧୭% ଦର୍ଶକ ଅଧିକ ଥିଲେ। କେବଳ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ଫାଇନାଲ ମ୍ୟାଚ ମୋଟ ୮୭.୬ ବିଲିୟନ ଲାଇଭ ମିନିଟ ଦେଖାଯାଇଥିଲା। ୨୦୧୧ ବିଶ୍ୱକପ ଫାଇନାଲ ଅପେକ୍ଷା ଏହା ୪୬% ଅଧିକ ଥିଲା।
ଏଠାରେ ଭାରତୀୟ ଦର୍ଶକ ସର୍ବାଧିକ ଦେଖିଥିଲେ। କେବଳ ଡିଜନି + ହଟଷ୍ଟାରରେ ଭାରତୀୟମାନେ ୪୨୨ ବିଲିୟନ ମିନିଟ ବିତାଇଥିଲେ। ୨୦୧୧ ତୁଳନାରେ ଏହା ମଧ୍ୟ ୫୪% ଅଧିକ ଥିଲା। ୨୦୧୯ ତୁଳନାରେ ଏହା ୯% ଅଧିକ ମିନିଟ ମଧ୍ୟ ପାଇଛି।
ଡିଜନି + ହଟଷ୍ଟାର ଏହି ବିଶ୍ୱକପକୁ ମାଗଣାରେ ଟେଲିକଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲା। ଅର୍ଥାତ୍‌ ବିଶ୍ୱକପ ମ୍ୟାଚ ଦେଖିବା ପାଇଁ କୌଣସି ସବସ୍କ୍ରିପସନ ଚାର୍ଜ ନ ଥିଲା। ଏହି ବିଶ୍ୱକପ ଏତେ ସଂଖ୍ୟକ ଦର୍ଶକ ପାଇବାର ଏହା ମଧ୍ୟ ଏକ ବଡ଼ କାରଣ। କିଛି ମ୍ୟାଚରେ ଲାଇଭ ଦର୍ଶକଙ୍କ ନୂଆ ରେକର୍ଡ ମଧ୍ୟ କରାଯାଇଥିଲା।
ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ ଏକ ସମୟରେ ୫୯ ମିଲିୟନ ଦର୍ଶକ ପାଇଥିଲେ। ଭାରତ-ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲକୁ ଏକକାଳୀନ ୫୩ ନିୟୁତ ଦର୍ଶକ ମଧ୍ୟ ଦେଖିଥିଲେ। ଭାରତ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚରେ ୪୪ ନିୟୁତ ଦର୍ଶକ, ଭାରତ-ନ୍ୟୁଜିଲାଣ୍ଡ ଗ୍ରୁପ ମ୍ୟାଚରେ ୪୩ ମିଲିୟନ ଦର୍ଶକ ଏବଂ ଭାରତ-ପାକିସ୍ଥାନ ମ୍ୟାଚରେ ୩୫ ମିଲିୟନ ଦର୍ଶକ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri