୧୪୩ ବର୍ଷରେ ୨୦୨୩ ସବୁଠୁ ଉତ୍ତପ୍ତ

ନ୍ୟୁୟର୍କ,୧୯ା୯:ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ସାରା ବିଶ୍ୱରେ ଏବେ ଜଳବାୟୁ ପରିବର୍ତ୍ତନ ଘଟିବାରେ ଲାଗିଛି। ପରିଣାମ ସ୍ବରୂପ ଅନିୟମିତ ବର୍ଷା ହେଉଥିବାବେଳେ ସ୍ବାଭାବକ ଠାରୁ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଏହି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ପରିସ୍ଥିତି ଅଧିକ ଜଟିଳ ହେବ ବୋଲି ନାସା ପକ୍ଷରୁ କୁହାଯାଇଛି। ୧୮୮୦ ପରେ ୨୦୨୩ ହେଉଛି ସବୁଠୁ ଉତ୍ତପ୍ତ ବର୍ଷ। ପ୍ରାୟ ୧୪୩ ବର୍ଷ ପରେ ଚଳିତ ବର୍ଷ ଗ୍ରୀଷ୍ମଋତୁରେ ପ୍ରବଳ ଗରମ ଅନୁଭୁତ ହୋଇଥିଲା। ଏସିଆ, ୟୁରୋପ, ଉତ୍ତର ଆମେରିକା ସମେତ ସାରା ବିଶ୍ୱରେ ଚଳିତବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ହୋଇଥିଲା ବୋଲି ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେଶ୍‌ ଆଡମିନିଷ୍ଟ୍ରେଶନ(ନାସା) ପକ୍ଷରୁ କୁହାଯାଇଛି। ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ଚଳିତ ବର୍ଷ ଏଲ୍‌ନିନୋ ପ୍ରଭାବ ରହିଥିଲା। ଫଳରେ ସାରା ବିଶ୍ୱରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା। ନାସା ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତି ଅନୁସାରେ, ଚଳିତ ବର୍ଷ ଅଗଷ୍ଟ ମାସର ତାପମାତ୍ରା ସ୍ବାଭାବିକଠାରୁ ୧.୨ ଡିଗ୍ରୀ ଅଧିକ ଥିଲା। ଫଳରେ ଆମେରିକାର ଦକ୍ଷିଣ ଓ ଦକ୍ଷିଣପଶ୍ଚିମାଞ୍ଚଳରେ ରହୁଥିବା ୫୭ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ। ଜୁନ, ଜୁଲାଇ ଏବଂ ଅଗଷ୍ଟ ମାସର ତାପମାତ୍ରାକୁ ଯଦି ତୁଳନା କରାଯିବ, ତେବେ ଅନ୍ୟ ବର୍ଷଗୁଡ଼ିକ ଅପେକ୍ଷା ଚଳିତ ବର୍ଷ ଏହି ୩ ମାସରେ ତାପମାତ୍ରା ସ୍ବାଭାବିକ ଠାରୁ ୦.୨୩ ଡିଗ୍ରୀ ଅଧିକ ଥିଲା। ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ନେଇ ଗତମାସରେ ନାସା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବୈଜ୍ଞାନିକମାନେ ଏକଥା ଦର୍ଶାଇଥିଲେ ଯେ, ଗତ ୫ବର୍ଷର ଜୁଲାଇ ମାସ ଅପେକ୍ଷା ଚଳିତ ବର୍ଷ ଜୁଲାଇ ମାସରେ ଅଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା। ଆପଣଙ୍କ ଚତୁଃପାର୍ଶ୍ୱରେ କଣ ସବୁ ଘଟୁଛି ତାହା ଆପଣ ଦେଖୁଥାନ୍ତୁ ବୋଲି ବୈଠକରେ ଯୋଗଦେଇ ନାସାର ଅଧିକାରୀ ବିଲ୍‌ ନେଲ୍‌ସନ୍‌ କହିଥିଲେ। ଚଳିତବର୍ଷ ହାଓ୍ବାଇ ଜଙ୍ଗଲରେ ନିଆଁ ଲାଗିବା ଠାରୁ ଆରମ୍ଭ କରି ଫୋଇନିକ୍ସ ଓ ମିଆମି ଅଞ୍ଚଳର ଗ୍ରୀଷ୍ମ ପ୍ରବାହର ଉଦାହରଣ ଦେଇ ନେଲ୍‌ସନ୍‌ କହିଥିଲେ, ଜଙ୍ଗଲ ନିଆଁ ଯୋଗୁ ଆମେରିକା ସମେତ ସାରା ୟୁରୋପରେ ଅଧିକ ଗ୍ରୀଷ୍ମ ପ୍ରବାହ ହୋଇଥିଲା। ଜଳବାୟୁ ପରିବର୍ତ୍ତନର ସବୁଠୁ ଅଧିକ ପ୍ରଭାବ ଫେବୃୟାରୀରୁ ଏପ୍ରିଲ ପର୍ଯ୍ୟନ୍ତ ପଡ଼ିଥିଲା। ଏହାପରେ ତାପମାତ୍ରା କ୍ରମାଗତଭାବେ ବୃୃଦ୍ଧି ପାଇ ଜୁଲାଇ ମାସ ବେଳକୁ ପରିସ୍ଥିତି ଅଣାୟତ୍ତ ହେବା ସହ ହାଓ୍ବାଇ ଓ କାନାଡ଼ାରେ ଜଙ୍ଗଲ ନିଆଁ ବ୍ୟାପିଥିଲା। ସେହିପରି ଜଳବାୟୁ ପରିବର୍ତ୍ତନ କାରଣରୁ ଗ୍ରୀସ୍‌ ଏବଂ ଇଟାଲୀରେ ମାତ୍ରାଧିକ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ଉପୁଜିଥିଲା ବୋଲି ବୈଜ୍ଞାନିକମାନେ କହିଛନ୍ତି।
ସୂଚନାଯୋଗ୍ୟ ଏଲ୍‌ନିନୋ ପ୍ରଭାବରୁ ଅଧିକ ଗରମ ଅନୁଭୂତ ହୋଇଥାଏ। ଏହା ପ୍ରତି ୨ରୁ ୭ ବର୍ଷ ମଧ୍ୟରେ ବାରମ୍ବାର ଆସିଥାଏ। ତେବେ ପ୍ରଶାନ୍ତ ମହାସାଗର ଉପର ଦେଇ ବହୁଥିବା ପବନର ଗତିପଥ ଉପରେ ଏହା ନିର୍ଭର କରିଥାଏ ବୋଲି କୁହାଯାଉଛି। ନାସାର ଆକଳନ ଅନୁସାରେ ଏଲ୍‌ନିନୋର ପ୍ରଭାବ ଆସନ୍ତା ବର୍ଷ ଏପ୍ରିଲ ପର୍ଯ୍ୟନ୍ତ ରହିପାରେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri