୧୪୩ ବର୍ଷରେ ୨୦୨୩ ସବୁଠୁ ଉତ୍ତପ୍ତ

ନ୍ୟୁୟର୍କ,୧୯ା୯:ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ସାରା ବିଶ୍ୱରେ ଏବେ ଜଳବାୟୁ ପରିବର୍ତ୍ତନ ଘଟିବାରେ ଲାଗିଛି। ପରିଣାମ ସ୍ବରୂପ ଅନିୟମିତ ବର୍ଷା ହେଉଥିବାବେଳେ ସ୍ବାଭାବକ ଠାରୁ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଏହି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ପରିସ୍ଥିତି ଅଧିକ ଜଟିଳ ହେବ ବୋଲି ନାସା ପକ୍ଷରୁ କୁହାଯାଇଛି। ୧୮୮୦ ପରେ ୨୦୨୩ ହେଉଛି ସବୁଠୁ ଉତ୍ତପ୍ତ ବର୍ଷ। ପ୍ରାୟ ୧୪୩ ବର୍ଷ ପରେ ଚଳିତ ବର୍ଷ ଗ୍ରୀଷ୍ମଋତୁରେ ପ୍ରବଳ ଗରମ ଅନୁଭୁତ ହୋଇଥିଲା। ଏସିଆ, ୟୁରୋପ, ଉତ୍ତର ଆମେରିକା ସମେତ ସାରା ବିଶ୍ୱରେ ଚଳିତବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ହୋଇଥିଲା ବୋଲି ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେଶ୍‌ ଆଡମିନିଷ୍ଟ୍ରେଶନ(ନାସା) ପକ୍ଷରୁ କୁହାଯାଇଛି। ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ଚଳିତ ବର୍ଷ ଏଲ୍‌ନିନୋ ପ୍ରଭାବ ରହିଥିଲା। ଫଳରେ ସାରା ବିଶ୍ୱରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା। ନାସା ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତି ଅନୁସାରେ, ଚଳିତ ବର୍ଷ ଅଗଷ୍ଟ ମାସର ତାପମାତ୍ରା ସ୍ବାଭାବିକଠାରୁ ୧.୨ ଡିଗ୍ରୀ ଅଧିକ ଥିଲା। ଫଳରେ ଆମେରିକାର ଦକ୍ଷିଣ ଓ ଦକ୍ଷିଣପଶ୍ଚିମାଞ୍ଚଳରେ ରହୁଥିବା ୫୭ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ। ଜୁନ, ଜୁଲାଇ ଏବଂ ଅଗଷ୍ଟ ମାସର ତାପମାତ୍ରାକୁ ଯଦି ତୁଳନା କରାଯିବ, ତେବେ ଅନ୍ୟ ବର୍ଷଗୁଡ଼ିକ ଅପେକ୍ଷା ଚଳିତ ବର୍ଷ ଏହି ୩ ମାସରେ ତାପମାତ୍ରା ସ୍ବାଭାବିକ ଠାରୁ ୦.୨୩ ଡିଗ୍ରୀ ଅଧିକ ଥିଲା। ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ନେଇ ଗତମାସରେ ନାସା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବୈଜ୍ଞାନିକମାନେ ଏକଥା ଦର୍ଶାଇଥିଲେ ଯେ, ଗତ ୫ବର୍ଷର ଜୁଲାଇ ମାସ ଅପେକ୍ଷା ଚଳିତ ବର୍ଷ ଜୁଲାଇ ମାସରେ ଅଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା। ଆପଣଙ୍କ ଚତୁଃପାର୍ଶ୍ୱରେ କଣ ସବୁ ଘଟୁଛି ତାହା ଆପଣ ଦେଖୁଥାନ୍ତୁ ବୋଲି ବୈଠକରେ ଯୋଗଦେଇ ନାସାର ଅଧିକାରୀ ବିଲ୍‌ ନେଲ୍‌ସନ୍‌ କହିଥିଲେ। ଚଳିତବର୍ଷ ହାଓ୍ବାଇ ଜଙ୍ଗଲରେ ନିଆଁ ଲାଗିବା ଠାରୁ ଆରମ୍ଭ କରି ଫୋଇନିକ୍ସ ଓ ମିଆମି ଅଞ୍ଚଳର ଗ୍ରୀଷ୍ମ ପ୍ରବାହର ଉଦାହରଣ ଦେଇ ନେଲ୍‌ସନ୍‌ କହିଥିଲେ, ଜଙ୍ଗଲ ନିଆଁ ଯୋଗୁ ଆମେରିକା ସମେତ ସାରା ୟୁରୋପରେ ଅଧିକ ଗ୍ରୀଷ୍ମ ପ୍ରବାହ ହୋଇଥିଲା। ଜଳବାୟୁ ପରିବର୍ତ୍ତନର ସବୁଠୁ ଅଧିକ ପ୍ରଭାବ ଫେବୃୟାରୀରୁ ଏପ୍ରିଲ ପର୍ଯ୍ୟନ୍ତ ପଡ଼ିଥିଲା। ଏହାପରେ ତାପମାତ୍ରା କ୍ରମାଗତଭାବେ ବୃୃଦ୍ଧି ପାଇ ଜୁଲାଇ ମାସ ବେଳକୁ ପରିସ୍ଥିତି ଅଣାୟତ୍ତ ହେବା ସହ ହାଓ୍ବାଇ ଓ କାନାଡ଼ାରେ ଜଙ୍ଗଲ ନିଆଁ ବ୍ୟାପିଥିଲା। ସେହିପରି ଜଳବାୟୁ ପରିବର୍ତ୍ତନ କାରଣରୁ ଗ୍ରୀସ୍‌ ଏବଂ ଇଟାଲୀରେ ମାତ୍ରାଧିକ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ଉପୁଜିଥିଲା ବୋଲି ବୈଜ୍ଞାନିକମାନେ କହିଛନ୍ତି।
ସୂଚନାଯୋଗ୍ୟ ଏଲ୍‌ନିନୋ ପ୍ରଭାବରୁ ଅଧିକ ଗରମ ଅନୁଭୂତ ହୋଇଥାଏ। ଏହା ପ୍ରତି ୨ରୁ ୭ ବର୍ଷ ମଧ୍ୟରେ ବାରମ୍ବାର ଆସିଥାଏ। ତେବେ ପ୍ରଶାନ୍ତ ମହାସାଗର ଉପର ଦେଇ ବହୁଥିବା ପବନର ଗତିପଥ ଉପରେ ଏହା ନିର୍ଭର କରିଥାଏ ବୋଲି କୁହାଯାଉଛି। ନାସାର ଆକଳନ ଅନୁସାରେ ଏଲ୍‌ନିନୋର ପ୍ରଭାବ ଆସନ୍ତା ବର୍ଷ ଏପ୍ରିଲ ପର୍ଯ୍ୟନ୍ତ ରହିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri