‘୨୦୨୨ ହାତୀଙ୍କ ପାଇଁ ଖରାପ ବର୍ଷ’

ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ୍‌,୧୪ା୧୨: ଶିମିଳିପାଳରେ ଦନ୍ତା ହାତୀକୁ ହତ୍ୟା କରି ଦାନ୍ତ କାଟି ମୃତଦେହକୁ ପୋଡ଼ି ପ୍ରମାଣ ନଷ୍ଟ କରିବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ବନ ବିଭାଗର ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଥିବାବେଳେ ମଙ୍ଗଳବାର ଓଡ଼ିଶା ହାଇକୋର୍ଟ ଘଟଣାକୁ ଗୁରୁତ୍ୱର ସହ ନେଇ ଶୁଣାଣି କରିଛନ୍ତି। ରାଜ୍ୟରେ ହାତୀ ମୃତ୍ୟୁ ରୋକିବା ପାଇଁ ଗଠିତ ଜେଟିଏଫ୍‌ (ଜଏଣ୍ଟ ଟାସ୍କ ଫୋର୍ସ) ମୁଖ୍ୟ ତଥା ସିସିଏଫ୍‌ (ଓ୍ବାଇଲ୍ଡଲାଇଫ୍‌) ମନୋଜ ଭି. ନାୟାରଙ୍କୁ ହାଇକୋର୍ଟ ଭର୍ତ୍ସନା କରିଛନ୍ତି। ଘଟଣାରେ ୩ ବନ କର୍ମଚାରୀଙ୍କୁ ନିଲମ୍ବନ କରି ବନ ବିଭାଗ ନିଜ ଦାୟିତ୍ୱ ସାରି ଦେଇଥିବା ବେଳେ ସେମାନଙ୍କ ବିରୋଧରେ କାହିଁକି ମାମଲା ରୁଜୁ ହୋଇ ନାହିଁ ବୋଲି ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ମୁରାହରି ଶ୍ରୀ ରମଣଙ୍କ ମିଳିତ ଖଣ୍ଡପୀଠ ପଚାରିଛନ୍ତି।
ଶିମିଳିପାଳ ହାତୀମୃତ୍ୟୁ ସଂକ୍ରାନ୍ତରେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ ମିଶ୍ର ସୋମବାର ହାଇକୋର୍ଟଙ୍କୁ ଅବଗତ କରାଇଥିଲେ। ହାଇକୋର୍ଟ ତ୍ୱରିତ ପଦକ୍ଷେପ ନେଇ ମଙ୍ଗଳବାର ମାମଲାର ଶୁଣାଣି କରିବା ସହ ଜେଟିଏଫ୍‌ ମୁଖ୍ୟ ନାୟାର ଭର୍ଚ୍ୟୁଆଲରେ ହାଜର ହୋଇ ପକ୍ଷ ରଖିଥିଲେ। ଗତ ୭ ତାରିଖରେ ହାତୀମୃତ୍ୟୁ ହୋଇଥିବା ବେଳେ ୯ ତାରିଖ ଯାଏ କିପରି ପିସିସିଏଫ୍‌ ଓ ଜେଟିଏଫ୍‌ ସଦସ୍ୟମାନେ ଜାଣିପାରିଲେ ନାହିଁ ବୋଲି ହାଇକୋର୍ଟ ପ୍ରଶ୍ନ କରିଥିଲେ। ତେବେ ଜେଟିଏଫ୍‌ ମୁଖ୍ୟ ନାୟାର ଉତ୍ତର ରଖି ମାନବ ସମ୍ବଳ ଓ ଟେକ୍ନୋଲୋଜିର ଅଭାବ ଆଦି ସମ୍ପର୍କରେ ଦର୍ଶାଇଥିଲେ। ଏନେଇ ବ୍ୟବସ୍ଥା କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ଜଣାଇ ଭିତ୍ତିଭୂମି ସୁଦୃଢ଼ କରିବାକୁ ହାଇକୋର୍ଟ କହିବା ସହ ହାତୀମୃତ୍ୟୁ ରୋକିବା ସୁନିଶ୍ଚିତ ହେବା ଦରକାର ବୋଲି ନିର୍ଦ୍ଦେଶ ଦେଇଥିଲେ। ହାତୀ ମୃତ୍ୟୁ ଜଣାଯିବା ପରେ ବନ କର୍ମଚାରୀମାନେ ପ୍ରମାଣ ନଷ୍ଟ ପାଇଁ ଉକ୍ତ ହାତୀକୁ ପୋଡ଼ି ଦେଇ ଅବଶେଷାଂଶକୁ ନଈପାଣିରେ ଭସାଇ ଦେଇଥିବା ଜେଟିଏଫ୍‌ ମୁଖ୍ୟ ନାୟାର ହାଇକୋର୍ଟଙ୍କ ନିକଟରେ ସ୍ବୀକାର କରିଛନ୍ତି।
ସୂଚନାଥାଉ କି, ହାତୀମୃତ୍ୟୁ ନେଇ ମାମଲା ହାଇକୋର୍ଟରେ ଚାଲିଥିବାବେଳେ ଆଗାମୀ ଶୁଣାଣି ଜାନୁୟାରୀ ୧୮ କୁ ନିର୍ଦ୍ଧାରିତ ଥିଲା। କିନ୍ତୁ ଶିମିଳିପାଳ ଘଟଣାକୁ ନେଇ ହାଇକୋର୍ଟ ମଙ୍ଗଳବାର ଶୁଣାଣି କରିଛନ୍ତି। ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ହାତୀଙ୍କ ସୁରକ୍ଷା କରିଡର ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି ତଥା ସେମାନଙ୍କୁ ଶିକାରୀଙ୍କ କବଳରୁ ବଞ୍ଚାଇବା ପାଇଁ କ’ଣ ପଦକ୍ଷେପ ନିଆଯାଉଛି, ସେ ନେଇ ଜଣାଇବାକୁ ବନ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ୩ ନିଲମ୍ବିତ ବନ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ବନ ବିଭାଗ କହିଛି।
ଅପରପକ୍ଷେ ହାଇକୋର୍ଟରେ ବନ ବିଭାଗକୁ କଡ଼ା ଭାଷାରେ ଭର୍ତ୍ସନା କରାଯିବା ଘଟଣା ସୁଦୂରପ୍ରସାରୀ ପ୍ରଭାବ ପକେଇବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। କାରଣ ଆଗରୁ ଅନେକ ଘଟଣାରେ ବନ ବିଭାଗ ଚାଲାକି କରି ଅଭିଯୁକ୍ତ କର୍ମଚାରୀଙ୍କ ବିରୋଧରେ ପ୍ରମାଣ ନଷ୍ଟ କରିବା ଭଳି ଆଇପିସିର ଧାରା ୨୦୧ ଭଳି ସଙ୍ଗିନ ଦଫା ଲଗେଇ ନାହିଁ। ଖାଲି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେଇ ବନ ବିଭାଗ ମାମଲାକୁ ଚାପି ଦେଇଛି। ଫଳରେ ମାମଲା ସବୁ କୋର୍ଟରେ ଦୁର୍ବଳ ହୋଇଯାଉଛି। ସରକାରୀ କର୍ମଚାରୀ ହୋଇ କର୍ତ୍ତବ୍ୟରେ ଅବହେଳା କରିବା ମଧ୍ୟ ଏକ ଗୁରୁତର ଅପରାଧ। ହେଲେ ତା’ ପାଇଁ ମଧ୍ୟ ଆବଶ୍ୟକ ଦଫା ବନ ବିଭାଗ ଲଗେଇ ନାହିଁ। ଫଳରେ ଆଠଗଡ଼ରେ ଜଣେ ଫରେଷ୍ଟର ଥିବା ବେଳେ ହାତୀକୁ ପେଟ୍ରୋଲ ଢାଳି ପୋଡ଼ିବା ବେଳେ ଧରାପଡ଼ି ଗିରଫ ହେଲେ ଏବଂ ନିଲମ୍ବିତ ହେଲେ ସତ। କିନ୍ତୁ ପୁଣି ପଦୋନ୍ନତି ପାଇ ସେହି ଡିଭିଜନରେ ରେଞ୍ଜର ହୋଇପାରିଲେ। ଜୁନ ମାସରେ ଆଉଥରେ ହାତୀ ମୃତଦେହକୁ ଲୁଚେଇବା ଅପରାଧରେ ସମ୍ପୃକ୍ତ ହେବାରୁ ପୁଣି ନିଲମ୍ବନରେ ଅଛନ୍ତି।
ସେପଟେ ହାଇକୋର୍ଟଙ୍କ ଆଦେଶ ପରେ ଏବର୍ଷର କିଛି ଚର୍ଚ୍ଚିତ ମାମଲାରେ ନୂଆ ମୋଡ଼ ନେବାର ସମ୍ଭାବନା ଦେଖା ଦେଇଛି। ନରସିଂହପୁର ୱେଷ୍ଟ ରେଞ୍ଜର ବାରାଶିଙ୍ଘା ବିଟ୍‌ରେ ହାତୀକୁ ଜେସିବି ଲଗେଇ ମାଟି ଖୋଳି ପୋତିବା ଅପରାଧରେ ତତ୍କାଳୀନ ରେଞ୍ଜର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ କେବଳ ନିଲମ୍ବନ କରାଯାଇଥିଲା। ଯଦି ହାଇକୋର୍ଟଙ୍କ ଆଦେଶ ଠିକରେ କାର୍ଯ୍ୟକାରୀ ହୁଏ, ତେବେ ସେହି ତିନି ଜଣ ମଧ୍ୟ ଗିରଫ ହେବେ। କାରଣ ସେମାନେ ସମସ୍ତେ ସରକାରୀ କର୍ମଚାରୀ ହୋଇ ମଧ୍ୟ ଏକ ଅପରାଧକୁ ଲୁଚାଇବାକୁ ଯାଇ ପ୍ରମାଣ ମଧ୍ୟ ନଷ୍ଟ କରିଥିଲେ। ସେହିପରି ସମ୍ବଲପୁର ଡିଭିଜନରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଯାଇ ଦୁଇ ଦୁଇଟି ହାତୀ କଙ୍କାଳ ପୋଡ଼ା ଘଟଣାର ପର୍ଦ୍ଦାଫାଶ କରିଥିଲା। କିନ୍ତୁ ୬ମାସ ବିତିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ହାଇକୋର୍ଟ ରାୟ ସମ୍ବଲପୁର ଘଟଣାରେ ମାମଲା ରୁଜୁ କରିବା ପାଇଁ ମଧ୍ୟ ବାଟ ଖୋଲିଦେଇଛି ବୋଲି କୁହାଯାଉଛି। ତେବେ ସ୍ଥାନୀୟ ଡିଏଫ୍‌ଓମାନଙ୍କୁ ତଦନ୍ତ ପ୍ରକ୍ରିୟାରୁ ବାଦ ଦେଇ ଏକ ନିରପେକ୍ଷ ତଦନ୍ତକାରୀ ସଂସ୍ଥା ଦ୍ବାରା ତଦନ୍ତ କରେଇବା ପାଇଁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଦାବି କରୁଛନ୍ତି। ଏ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ବଜିତ ମହାନ୍ତି କହିଛନ୍ତି, ନରସିଂହପୁର ମାମଲାରେ ଯେପରି କେବଳ ନିଲମ୍ବନ କରାଗଲା, ସେମିତି ବେଖାତିର ଭାବରେ ସମ୍ବଲପୁରରେ ଆଦୌ କିଛି କାର୍ଯ୍ୟାନୁଷ୍ଠାନ ହିଁ ନିଆଗଲା ନାହିଁ। ଖାଲି ନିଲମ୍ବନ କଲେ କିଛି ଲାଭ ହେବ ନାହିଁ। କାରଣ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କେମିତି ହୁଏ ତାହା ସମସ୍ତଙ୍କୁ ଜଣା। କିଛି ଦିନ ଗଲେ ପୁଣି ସେମାନେ ନିଜ ସ୍ଥାନରେ ଅବସ୍ଥାପିତ ହେବା ସହ ପଦୋନ୍ନତି ମଧ୍ୟ ପାଇବେ। ଯେ ପର୍ଯ୍ୟନ୍ତ ବନ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରା ନ ଯିବ ସେ ପର୍ଯ୍ୟନ୍ତ ସେମାନଙ୍କର ଭୟ ରହିବ ନାହିଁ ଏବଂ ଏଭଳି ହାତୀ ମୃତ୍ୟୁ ଲୁଚେଇବା ଘଟଣା କମିବ ନହିଁ। ସେହିଭଳି ଶିମିଳିପାଳ ଘଟଣାରେ ନିଲମ୍ବିତ ଫରେଷ୍ଟର ଗୋଟିଏ ଅଞ୍ଚଳରେ ଦୀର୍ଘ ୧୧ ବର୍ଷ ଧରି ରେଞ୍ଜର ଚାର୍ଜରେ ରହିବା, ତାହା ପ୍ରମାଣ କରିଛି କି ତାଙ୍କର ଉଚ୍ଚ ଅଧିକାରୀମାନଙ୍କ ସହିତ ମଧୁର ସମ୍ପର୍କ ଥିଲା। ଏ ସମ୍ପର୍କରେ ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ହାଇକୋର୍ଟଙ୍କ ରାୟ ସାରା ରାଜ୍ୟ ପାଇଁ ପ୍ରଯୁଜ୍ୟ। ଆଠଗଡ଼ ଡିଭିଜନରେ ଅଳ୍ପ କିଛି କାର୍ଯ୍ୟାନୁଷ୍ଠାନ ନେଇଥିଲେ। ହେଲେ ସମ୍ବଲପୁର ଡିଏଫ୍‌ଓ କିଛି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ସମ୍ବଲପୁର ଘଟଣା ଏବଂ ଶିମିଳିପାଳ ଘଟଣା ସମାନ ହୋଇଥିବାରୁ ସମ୍ବଲପୁର ମାମଲାକୁ ସ୍ବତନ୍ତ୍ର ଭାବରେ ପରିଚାଳନା କରାଯାଉ ଏବଂ ସମ୍ବଲପୁର ଡିଏଫ୍‌ଓଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri