Posted inଜାତୀୟ

୧୨୨ ବର୍ଷ ମଧ୍ୟରେ ୨୦୨୨ ଡିସେମ୍ବରରେ ସର୍ବାଧିକ ତାତି…

ନୂଆଦିଲ୍ଲୀ,୫।୧ : ଗତ ୨୦୨୨ ଡିସେମ୍ବର ୧୨୨ ବର୍ଷ ମଧ୍ୟରେ ଭାରତରେ ସବୁଠାରୁ ଉତ୍ତପ୍ତ ଥିଲା । ଡିସେମ୍ବରରେ ଦେଶର ତିନୋଟି ସର୍ବୋଚ୍ଚ ତାପମାତ୍ରା, ସର୍ବନିମ୍ନ ତାପମାତ୍ରା ଏବଂ ହାରାହାରି ତାପମାତ୍ରାରେ ଅତ୍ୟଧିକ ବୃଦ୍ଧି ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଡିସେମ୍ବରରେ ଉତ୍ତାପର ଏପରି ବୃଦ୍ଧି ଅସ୍ବାଭାବିକ ଏବଂ ପାଗରେ ଏଭଳି ପରିବର୍ତ୍ତନ ହେବାର ଧାରା ଭୟାନକ ହୋଇପାରେ।

ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଡିସେମ୍ବରରେ ହାରାହାରି ସର୍ବାଧିକ ତାପମାତ୍ରା ୨୭.୩୨ ଡିଗ୍ରୀ ସେଲସିୟସ, ହାରାହାରି ସର୍ବନିମ୍ନ ତାପମାତ୍ରା ୧୫.୬୫ ଡିଗ୍ରୀ ସେଲସିୟସ ଏବଂ ସମଗ୍ର ମାସ ପାଇଁ ହାରାହାରି ତାପମାତ୍ରା ୨୧.୪୯ ଡିଗ୍ରୀ ସେଲସିୟସ ଥିଲା, ଯାହା ସ୍ବାଭାବିକଠାରୁ ତାପମାତ୍ରା ବହୁତ ଅଧିକ। ରେକର୍ଡ ଅନୁଯାୟୀ, ଏହି ସମୟ ମଧ୍ୟରେ ହାରାହାରି ସର୍ବାଧିକ ତାପମାତ୍ରା ୨୬.୫୩ ଡିଗ୍ରୀ, ସର୍ବନିମ୍ନ ୧୪.୪୪ ଡିଗ୍ରୀ ଏବଂ ମାସର ହାରାହାରି ତାପମାତ୍ରା ୨୦.୪୯ ଡିଗ୍ରୀରେ ସ୍ଥିର ହୋଇଥାଏ। ଡିସେମ୍ବରରେ ହାରାହାରି ସର୍ବାଧିକ ତାପମାତ୍ରା ୦.୭୯ ଓ ସର୍ବନିମ୍ନ ତାପମାତ୍ରା ୧.୨୧ ଏବଂ ହାରାହାରି ତାପମାତ୍ରା ୧.୦୦ ଡିଗ୍ରୀ ସେଲସିୟସରୁ ଅଧିକ ଥିଲା। ଡିସେମ୍ବର ମାସରେ ଭାରତରେ ହାରାହାରି ସର୍ବାଧିକ ତାପମାତ୍ରା ୨୦୧୬ ଠାରୁ ସର୍ବାଧିକ ଥିଲା। ସେହି ସମୟରେ, ହାରାହାରି ସର୍ବନିମ୍ନ ତାପମାତ୍ରା ୨୦୦୮ ପରେ ରେକର୍ଡ ସ୍ତରରେ ପହଞ୍ଚିଥିଲା।

ଜଳବାୟୁ ବିଶେଷଜ୍ଞ ଏବଂ ପାଣିପାଗ ବିଜ୍ଞାନୀମାନଙ୍କ ଅନୁସାରେ ଡିସେମ୍ବରରେ ତାପମାତ୍ରା ବୃଦ୍ଧି ହେବାର କାରଣ ହେଉଛି ଜଳବାୟୁ ପରିବର୍ତ୍ତନ, ଯାହା ଆଗାମୀ ସମୟରେ ଏକ ବଡ ସମସ୍ୟା ସୃଷ୍ଟି କରିପାରେ।
ଡିସେମ୍ବର ମାସରେ ପୂର୍ବ, ଉତ୍ତର ପୂର୍ବ ଏବଂ ମଧ୍ୟ ଭାରତରେ ସର୍ବାଧିକ ତାପମାତ୍ରାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ପୂର୍ବ ଏବଂ ଉତ୍ତର ପୂର୍ବ ଭାରତ ଉପରେ ହାରାହାରି ସର୍ବାଧିକ ତାପମାତ୍ରା ୨୫.୮୫ ଡିଗ୍ରୀ ସେଲସିୟସ ଥିଲା, ଯାହାକି ୧୨୨ ବର୍ଷ ମଧ୍ୟରେ ସର୍ବାଧିକ। ଡିସେମ୍ବରରେ ହାରାହାରି ସର୍ବନିମ୍ନ ତାପମାତ୍ରା ୧୨.୩୭ ଡିଗ୍ରୀ ସେଲସିୟସ ଇତିହାସରେ ତୃତୀୟ ସର୍ବାଧିକ ତାପମାତ୍ରା ଥିଲା। ଏହାପୂର୍ବରୁ କେବଳ ୨୦୦୮ରେ ଏହା ୧୨.୭୦ ଏବଂ ୧୯୫୮ରେ ୧୨.୪୭ ଡିଗ୍ରୀ ସେଲସିୟସ ଥିଲା। ଡିସେମ୍ବର ମାସର ହାରାହାରି ତାପମାତ୍ରା ମଧ୍ୟ ଏହି ସମୟରେ ୧୯.୧୧ ଡିଗ୍ରୀ ଥିଲା।

ଏଥି ସହିତ, କେନ୍ଦ୍ରୀୟ ଭାରତର ହାରାହାରି ସର୍ବାଧିକ ତାପମାତ୍ରା ଇତିହାସର ଷଷ୍ଠ ସର୍ବୋଚ୍ଚ ସ୍ତରରେ ରହିଛି। ଏହା ୨୯.୪୯ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି, ୧୯୬୭ରେ ଏହା ୧୬.୫୦ ଡିଗ୍ରୀ ପରେ ଡିସେମ୍ବର ମାସର ହାରାହାରି ସର୍ବନିମ୍ନ ତାପମାତ୍ରା ୨୦୨୨ ରେ ୧୫.୮୮ ଡିଗ୍ରୀ ଦ୍ୱିତୀୟ ସର୍ବୋଚ୍ଚ ସ୍ତର ଥିଲା। ଏହି ସମୟରେ ରେକର୍ଡ ହୋଇଥିବା ହାରାହାରି ତାପମାତ୍ରା ୨୨.୬୯ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri