୨୦୧୩.୫ ହେକ୍ଟର ହେବ ଜଳସେଚିତ

ଆଠମଲ୍ଲିକ, ୩୦ା୯ (ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ମାନଜୋର ମଧ୍ୟମ ଜଳସେଚନ ବିଭାଗ ପକ୍ଷରୁ ଭୂତଳ ପାଇପ ଲାଇନ ଜଳସେଚନ କାର୍ଯ୍ୟର ଭୂମିପୂଜା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଥିବା ଜଣାଯାଇଛି। ଏହା ପାଇପ୍‌ ଦ୍ୱାରା ପୁରୁଣାମାଣତ୍ରୀଠାରୁ ତଳମୁଣ୍ଡ ପର୍ଯ୍ୟନ୍ତ ଚାଷ ଜମିକୁ ପାଣି ମାଡିବାର ବ୍ୟବସ୍ଥା ଥିବାରୁ ଚାଷୀ ମହଲରେ ସନ୍ତୋଷ ପ୍ରକାଶ ପାଇଛି। ଏଥିପାଇଁ ସମୁଦାୟ ୫୧.୭୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଭୂତଳ ପାଇପ ଲାଇନ କାର୍ଯ୍ୟ ଯୋଗୁ ମୋଟ୍‌ ୨୦୧୩.୫ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ। ସେଥିରୁ ପୁରୁଣାମାଣତ୍ରୀ ପଞ୍ଚାୟତ ଗୋପାଳପୁର ଗ୍ରାମର ୫୯.୮୭ ହେକ୍ଟର, ଜିରାଡ଼ର ୭୫.୯୧, କଇରିଘଣ୍ଟିର ୫୪.୨୭, କୁସୁପୁରର ୫୮.୯, ମହେନ୍ଦ୍ରପୁରର ୫୭.୯୮, ମାଳିପଦରର ୨୦୬.୬୨, ଓଡ଼ସିଙ୍ଗାର ୨୩୧.୨୮ ହେକ୍ଟର, ଆଠମଲ୍ଲିକ ଏନଏସି କଇଁତ୍ରାଗଡ଼ର ୧୪୯.୯୧, ହରିଡ଼ାନାଳୀର ୯୭.୪୩, ମାଣିକପଥରର ୧୪୪.୧୯୭, ପଡିଆନିଶୁଳର ୬୪.୭୮୧, ପାଚେରୀବନ୍ଧର ୭୪.୨୨୧, ଟାଙ୍ଗିଆନିଶାର ୭୦.୧୬୭, ବଜ୍ରକୋଟ ୩୦.୨୮, ପୁଲେଶ୍ୱରର ୨୭.୪୮୬, ଲିପ୍ତିଙ୍ଗାର ୨୪.୭୩୩, ତିମିରବେଡାର ୧୦.୨୫୧, ବରଗାଁର ୮୭.୮୯, ଖଣ୍ଡହତାର ୧୪.୩୬୩, ପଦ୍ମପୋଖରୀର ୭୯.୪୧୬ ଓ ନଅଗାଁ ପଞ୍ଚାୟତ ହରିଡ଼ାକୋଠାର ୨୫.୬୧୧, ଲିପିଲୋଇର ୧୧୯.୧୬୮, ନଅଗାଁର ୯୧.୩୮୮, ସାତବନ୍ଧଲୀର ୨୪.୩୧୩, ଅନ୍ତରସିଙ୍ଗାର ୩୫.୨୯୪, କୃତାର୍ଥପୁରର ୩.୪୩୫, ହରିହରପୁରର ୯.୭୪୯ ଓ ବ୍ରହ୍ମାନନ୍ଦପୁରର ୨୬.୪୩୧ ହେକ୍ଟର ଚାଷଜମି ଜଳସେଚିତ ହେବ ବୋଲି ଜଣାଯାଇଛି। ଏହି ଭୂମିପୂଜା ଉତ୍ସବରେ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଆଶାକୁମାରୀ ସାହୁ, ଉପାଧ୍ୟକ୍ଷ ଗଦାଧର ସ୍ବାଇଁ, କାଉନସିଲର ଇବ୍ରାହିମ ଖାନ, ମଞ୍ଜରୀ ଦନ୍ତା, ସିଲି ମୁଣ୍ଡା, ପ୍ରୀତି ନାଏକ, ନିର୍ବାହୀଯନ୍ତ୍ରୀ ସୁବ୍ରତ ନାୟକ, ସରପଞ୍ଚ ମମତା ପାତ୍ର, ସମିତିସଭ୍ୟା ବନିତା ସାହୁ, ସରପଞ୍ଚ ସ୍ନିଗ୍ଧା ଦେହୁରୀ, ସମିତିସଭ୍ୟା ପ୍ରତିମା ଦେହୁରୀ ଓ ଠିକାସଂସ୍ଥାର କର୍ମଚାରୀମାନେ ଉପସ୍ଥିତ ଥିଲେ।