ବଣ୍ଡା ଜନଜାତିଙ୍କ ମୁଣ୍ଡବ୍ୟଥାର କାରଣ ୨୦୦୦ ଟଙ୍କିଆ ନୋଟ୍‌

ମାଲକାନଗିରି,୨୬ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ଆଦିମ ଅଧିବାସୀ ତଥା ଘାଟି ଉପରର ବଣ୍ଡା ଜନଜାତିଙ୍କ ପାଇଁ ବର୍ତ୍ତମାନ ଅଡୁଆ ସାଜିଛି ୨୦୦୦ ଟଙ୍କିଆ ନୋଟ୍‌ । ବର୍ତ୍ତମାନ ଏହି ନୋଟ୍‌ ବଜାରରେ କେହି ନେଉ ନ ଥିବାରୁ ସମସ୍ୟାରେ ପଡ଼ିଛନ୍ତି ଲୋକେ। ଏବେ ହାଟକୁ ଆସି ହନ୍ତସନ୍ତ ହେଉଛନ୍ତି ଆଦିମ ଜନଜାତି ବଣ୍ଡାମାନେ। ଯାହା ରୋଜଗାର କରନ୍ତି ସେଥିରେ ତେଲଲୁଣର ସଂସାର ଚଳିଥାଏ। ବଣ୍ଡା ଲୋକେ ନିଜ ନିଜ ବାଡ଼ିରେ ଚାଷ କରିଥିବା ଶସ୍ୟ ଓ ପନିପରିବା ନେଇ ହାଟକୁ ଆସନ୍ତି, ପୁଣି ଏଠାରୁ ନିଜର ଆବଶ୍ୟକ ଜିନିଷପତ୍ର ନେଇ ଫେରନ୍ତି। କିନ୍ତୁ ଏବେ ୨ ହଜାର ଟଙ୍କିଆ ଅଚଳ ହେବାର ଖବର ପାଇବା ପରେ ଏମାନଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ଏମାନେ ନିଜର ସ୍ବଳ୍ପ ରୋଜଗାରରୁ ଯାହା କିଛି ସଞ୍ଚୟ କରିଛନ୍ତି, ସେଥିରେ ଅନେକ ବଣ୍ଡା ପରିବାରଙ୍କ ପାଖରେ କିଛି ୨୦୦୦ ଟଙ୍କିଆ ନୋଟ୍‌ ରହିଯାଇଛି। ବର୍ତ୍ତମାନ ଏହି ନୋଟ୍‌ ଅଚଳ ହେବାକୁ ଯାଉଥିବା ଖବର ପାଇବା ପରେ ଏହି ଲୋକଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ଜଣେ କି ୨ଜଣ ନୁହନ୍ତି, ଏକାଧିକ ବଣ୍ଡା ମହିଳା ହାତରେ ୨୦୦୦ଟଙ୍କିଆ ନୋଟ୍‌ ଧରି ମୁଣ୍ଡିଗୁଡ଼ା ହାଟକୁ ବଜାର କରିବାକୁ ଆସୁଥିବା ବେଳେ ହାଟରେ ଥିବା ବେପାରୀ ଏହି ନୋଟ୍‌ ନେବାକୁ ରାଜି ହେଉ ନାହାନ୍ତି। ଫଳରେ ଚିନ୍ତାରେ ପଡ଼ିଯାଇଛନ୍ତି ଏହି ଆଦିମ ଜନଜାତିର ଲୋକେ। ତେବେ ରିଜର୍ଭ ବ୍ୟାଙ୍କ ୨ହଜାର ଟଙ୍କିଆ ନୋଟ୍‌କୁ ବ୍ୟାଙ୍କରେ ଜମାକରିବାକୁ ନିଦ୍ଦେର୍ର୍ଶନାମା ଜାରି କରିଥିବା ବେଳେ ହାଟ ବଜାରରେ ବେପାର କରୁଥିବା ଛୋଟ ଛୋଟ ବ୍ୟବସାୟୀମାନେ ଆଉ ଗ୍ରାହକଙ୍କଠାରୁ ୨ ହଜାର ଟଙ୍କିଆ ନୋଟ୍‌ ନେଉନାହାନ୍ତି । ଏହି କାରଣରୁ ମହିଳାମାନେ ୨୦୦୦ ଟଙ୍କିଆ ଧରି ହାଟରେ ବୁଲୁଥିବା ଦେଖିବାକୁ ମିଳିଛି। ଅନେକ ବଣ୍ଡା ମହିଳା ତଥା ଏହି ଜନଜାତି ଲୋକ ଆଜି ସୁଦ୍ଧା ବ୍ୟାଙ୍କ ଦେଖିନାହାନ୍ତି। ତେଣୁ ବାଧ୍ୟହୋଇ ଅଦଳ ବଦଳ ପ୍ରଥାକୁ ଗ୍ରହଣକରି ବଣ୍ଡା ଲୋକେ ହାଟରୁ ବିଭିନ୍ନ ସଉଦା ନେଉଥିବା ଦେଖିବାକୁ ମିଳିଛି। ତେବେ ଏଭଳି ସ୍ଥଳେ ଆଦିମ ଜନଜାତିଙ୍କ ନିକଟରେ ତୁରନ୍ତ ବ୍ୟାଙ୍କ କର୍ମଚାରୀ ଓ ପ୍ରଶାସନ ପହଞ୍ଚି ଅଚଳ ହେବାକୁଥିବା ୨ ହଜାର ଟଙ୍କିଆ ନୋଟ୍‌ ବଦଳ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମତ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri