ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟ ଶୁକ୍ରବାର ଏକ ୧୩ ବର୍ଷ ବୟସ୍କା ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଚତୁର୍ଭୁଜ ପାତ୍ର (୨୫)ଙ୍କୁ ୨୦ ବର୍ଷ ଜେଲ ଓ ୨୫ ହଜାର ଟଙ୍କା ଫାଇନ ଦଣ୍ଡାଦେଶ କରିଛନ୍ତି। ଘଟଣାଟି ଦୈତାରୀ ଥାନା ଅଞ୍ଚଳରେ ୨୧ ଜାନୁୟାରୀ ୨୦୨୧ରେ ଘଟିଥିଲା। ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗ ପାଇ ପୋଲିସ ୩୧ ତାରିଖରେ କେସ୍‌ ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଆଜି ବିଚାରପତି ବିଜୟ କୁମାର ମିଶ୍ର ୧୫ ଜଣ ସାକ୍ଷୀ ଓ ପୋଲିସ ତଦନ୍ତ ରିପୋର୍ଟକୁ ଶୁଣି ଏଭଳି ଦଣ୍ଡାଦେଶ କରିଥିବା ସ୍ବତନ୍ତ୍ର ପିପି ଜ୍ଞାନେନ୍ଦ୍ର ନାଥ ଜେନା କହିଛନ୍ତି।