ଟ୍ରାଫିକ ଯୋଗୁ ବେଙ୍ଗାଲୁରୁରେ ପ୍ରତିବର୍ଷ କ୍ଷତି ହେଉଛି ୨୦ ହଜାର କୋଟି…

ବେଙ୍ଗାଲୁରୁ,୭।୮ : କର୍ନାଟକର ରାଜଧାନୀ ବାଙ୍ଗାଲୋର ଏହାର ବୈଷୟିକ ଶିଳ୍ପ ଏବଂ ଭିଡ଼ ପାଇଁ ଜଣାଶୁଣା । ଏ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି। ରିପୋର୍ଟରେ କୁହାଯାଇଛି ସହରକୁ ପ୍ରତିବର୍ଷ ପ୍ରାୟ ୨୦ ହଜାର କୋଟି କ୍ଷତି ସହିବାକୁ ପଡୁଛି। ଏହାର କାରଣ ହେଉଛି ଏଠାରେ ଥିବା ଜାମ ଟ୍ରାଫିକ। ଯେଉଁ କାରଣରୁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଜାମରେ ଅଟକି ରହୁଛନ୍ତି। ଏପରି ପରିସ୍ଥିତିରେ ସମୟ କେବଳ ନଷ୍ଟ ହୁଏ ନାହିଁ, ଇନ୍ଧନ ମଧ୍ୟ ଖର୍ଚ୍ଚ ହୁଏ ।

ଟ୍ରାଫିକ ବିଶେଷଜ୍ଞ ଏମ.ଏନ ଶ୍ରୀହରି ଏବଂ ତାଙ୍କ ଦଳଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନରେ ସଡକ ଯୋଜନା, ଫ୍ଲାଏଓଭର, ଟ୍ରାଫିକ ପରିଚାଳନା ଏବଂ ଭିତ୍ତିଭୂମି ଅଭାବ ସହ ଜଡିତ ସମସ୍ୟାଗୁଡିକ ଉପରେ ଦୃଷ୍ଟି ଦିଆଯାଇଥିଲା। ଅଧ୍ୟୟନରେ କୁହାଯାଇଛି ସହରରେ ୬୦ଟି ଫ୍ଲାଏଓଭର ଥାଇ ମଧ୍ୟ ପଥଚାରୀଙ୍କ ପାଇଁ ରାସ୍ତାରେ ସ୍ଥାନ ଅଭାବ, ସିଗନାଲରେ ଯାନବାହନ ଚଳାଚଳ ବନ୍ଦ ହେବା, ଦ୍ରୁତ ଗତିରେ ଯାନବାହନ ଚଳାଚଳ କରିବା ଦ୍ୱାରା, ୧୯,୭୨୫ କୋଟି ଟଙ୍କା କ୍ଷତିଗ୍ରସ୍ତ ହୋଇଛି। ଅଯଥା ଇନ୍ଧନ ଏବଂ ସମୟର ଅପଚୟ ହେଉଛି।

ରିପୋର୍ଟରେ କୁହାଯାଇଛି ଆଇଟି କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି ଯୋଗୁ ଘର ଏବଂ ଶିକ୍ଷା ଭଳି ସମସ୍ତ ଆନୁଷଙ୍ଗିକ ସୁବିଧା ଏଠାରେ ବିକଶିତ ହୋଇଛି। ଏହା ସହିତ ଜନସଂଖ୍ୟାରେ ୧.୪୫ କୋଟି ବୃଦ୍ଧି ଘଟିଛି। କେବଳ ଏତିକି ନୁହେଁ କର୍ନାଟକର ରାଜଧାନୀରେ ପ୍ରାୟ ୧.୫ କୋଟି ଯାନ ବ୍ୟବହାର କରାଯାଉଛି।

ଏହା ସହିତ ସହରର ସମ୍ପ୍ରସାରଣ ଚଳିତ ବର୍ଷ ୮୮ ବର୍ଗ କିଲୋମିଟରରୁ ୯୮୬ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି ବୋଲି ରିପୋର୍ଟରେ କୁହାଯାଇଛି। ସହରର ସମ୍ପ୍ରସାରଣ ୧୧୦୦ ବର୍ଗ କିଲୋମିଟର ପର୍ଯ୍ୟନ୍ତ ହେବା ଉଚିତ ବୋଲି ଅନୁସନ୍ଧାନକାରୀଙ୍କ ଦ୍ୱାରା ପ୍ରସ୍ତାବ ଦିଆଯାଇଛି।

ଶ୍ରୀହରି ଏବଂ ତାଙ୍କ ଦଳ କହିଛନ୍ତି ସହରର ଜନସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଜନସଂଖ୍ୟା ବୃଦ୍ଧି ସହିତ ଏଠାରେ ରୋଜଗାର ମଧ୍ୟ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଜନସଂଖ୍ୟା ଏବଂ ରୋଜଗାରର ଆଶା କରାଯାଉଥିବା ଗତି ବିଦ୍ୟମାନ ଭିତ୍ତିଭୂମି ବିକାଶ ସହିତ ମେଳ ଖାଉ ନାହିଁ। ଏହି କାରଣରୁ ସହରକୁ ପ୍ରତିବର୍ଷ କୋଟି କୋଟି କ୍ଷତି ସହିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

ବାଂଲାଦେଶରେ ହାଦିଙ୍କ ପରେ ଏବେ ସିକଦରଙ୍କୁ ହତ୍ୟା, ମୁଣ୍ଡରେ ଗୁଳି ମାରି…

ନୂଆଦିଲ୍ଲୀ,୨୨।୧୨:  ବାଂଲାଦେଶରେ ନିର୍ବାଚନ ଘୋଷଣା ପରେ ରାଜନୈତିକ ହତ୍ୟାର ଘଟଣା ଜାରି ରହିଛି ।ଇକବାଲ ଫୋରମର ଓସମାନ ହାଦିଙ୍କ ପରେ ଅପରାଧୀମାନେ ଏବେ ଖୁଲନାରେ ମୋତାଲେବ...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

Moscow Bomb Blast: ଭ୍ଲାଦିମିର ପୁଟିନଙ୍କୁ ବଡ଼ ଝଟକା! ମସ୍କୋ କାର ବୋମା ବିସ୍ଫୋରଣରେ ରୁଷିଆ ଜେନେରାଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏକ ବଡ଼ ଝଟକା ଲାଗିଛି। ଭ୍ଲାଦିମିର ପୁଟିନଙ୍କ ସେନାର ଅପରେସନାଲ୍ ଟ୍ରେନିଂ ବିଭାଗର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫାନିଲ୍...

ବିନା ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ: ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ଅବହେଳିତ

ଭବାନୀପାଟଣା, ୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସର୍ବପୁରାତନ ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ମୁଖ୍ୟାଳୟ ଭବାନୀପାଟଣା ସହରରେ ଥାଇ ମଧ୍ୟ ଅବହେଳିତ ହୋଇପଡିଛି। ୪୫ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri