ହସ୍ତାନ୍ତର ହେଲା ଜବତ ୨୦ ମୋବାଇଲ

ସୋହେଲା,୧୭।୨(ଡି.ଏନ.ଏ.): ଦୁର୍ଗାପୁଜା ସମୟରେ ଚୋରି ହୋଇଥିବା ୨୦ଟି ମୋବାଇଲ ଫୋନକୁ ସୋହେଲା ପୋଲିସ ଜବତ କରି ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି। ଜବତ ମୋବାଇଲଗୁଡିକର ଆନୁମାନିକ ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ। ଗୁରୁବାର ସୋହେଲା ଥାନା ପରିସରରେ ଏକ ଖବରଦାତା ସମ୍ମିଳନୀରେ ଆଇଆଇସି ହରିବନ୍ଧୁ ଗଡତିଆ ଏ ନେଇ ସୂଚନା ଦେଇଛନ୍ତି। ବରଗଡ଼ ପୋଲିସ ସାଇବର ସେଲ୍‌ ସହଯୋଗରେ ଆଇଆଇସି ହରିବନ୍ଧୁ ଗଡତିଆ, ଏସ୍‌ଆଇ ସୁଶୀଳା ଟିଗା, ଏଏସ୍‌ଆଇ ଏସ୍‌. ଏନ୍‌. ପଧାନ, ହାବିଲଦାର ଅନିରୁଦ୍ଧ ମିଶ୍ର, ବିଜୟ ନାହାକଙ୍କୁ ନେଇ ଗଠିତ ଏକ ଟିମ୍‌ ତଦନ୍ତ କରି ମୋବାଇଲଗୁଡିକୁ ଜବତ କରିଥିଲେ। ଆଗାମୀ ଦିନରେ ଆହୁରି ଚୋରି ମୋବାଇଲ ଫୋନ ଜବତ କରାଯିବାକୁ ଉଦ୍ୟମ ଜାରି ରହିଛି ବୋଲି ଥାନାଧିକାରୀ ଗଡତିଆ ଜଣାଇଛନ୍ତି ।