ଘରକୁ ଫେରିଲେ ଜଳୁଥିବା ଜାହାଜରୁ ଉଦ୍ଧାର ହୋଇଥିବା ଭାରତୀୟ ଚାଳକ ଦଳର ୨୦ ଆହତ ସଦସ୍ୟ, ଫେରୁଛି ନାବିକଙ୍କ ମୃତ ଦେହ

ଲଣ୍ଡନ,୪।୮: ନେଦରଲ୍ୟାଣ୍ଡ ଉପକୂଳରୁ ପ୍ରାୟ ୩,୮୦୦ କାର ନେଇ ଯାଉଥିବା ଏକ ମାଲବାହୀ ଜାହାଜରେ ବ୍ୟାପକ ଅଗ୍ନିକାଣ୍ଡ ପରେ ଉଦ୍ଧାର ହୋଇଥିବା ୨୦ଜଣ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ ଭାବେ ଘରକୁ ଫେରିଥିବାବେଳେ ଏହି ଘଟଣାରେ ମୃତ୍ୟୁ ହୋଇଥିବା ଜଣେ ନାବିକଙ୍କ ମୃତଦେହ ଫେରାଇ ଆଣାଯାଇଛି। ଭାରତୀୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଜୁଲାଇ ୨୫ରେ ଜର୍ମାନରୁ ଇଜିପ୍ଟ ଅଭିମୁଖେ ପାନାମା ପଞ୍ଜିକୃତ ଜାହାଜରେ ଫ୍ରେମାଣ୍ଟ ହାଇୱେରେ ନିଆଁ ଲାଗିଯିବା ପରେ ଜଣେ ଭାରତୀୟ କ୍ରୁ ସଦସ୍ୟଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଥିଲେ। ନିଆଁ ଲାଗିବା ସମୟରେ ଅନେକ ସଦସ୍ୟ ପାଣିକୁ ଡେଇଁ ପଡିବାକୁ ବାଧ୍ୟ ହୋଇଥିଲେ। ଏହି ଜାହାଜଟି ସମ୍ପୂର୍ଣ୍ଣ ଭାବରେ ଭାରତୀୟ କ୍ରୁ ସଦସ୍ୟମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା।

ହେଗରେ ଥିବା ଭାରତୀୟ ଦୂତାବାସ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସ (ଟୁଇଟର) ରେ କହିଛି ଯେ ଗତ ସପ୍ତାହରେ ଫ୍ରେମାଣ୍ଟ ହାଇୱେ ଜାହାଜରୁ ଉଦ୍ଧାର ହୋଇଥିବା ୨୦ ଜଣ ଭାରତୀୟ କର୍ମଚାରୀ ନିରାପଦରେ ଭାରତ ଫେରିଛନ୍ତି। ଏହି କଠିନ ସମୟରେ ସେମାନଙ୍କର ସମର୍ଥନ ଏବଂ ସାହାଯ୍ୟ ପାଇଁ ଡଚ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ, ତଥା ଆମର ନାବିକମାନଙ୍କୁ ଧୈର୍ଯ୍ୟ ଏବଂ ସାହସ ପାଇଁ ଧନ୍ୟବାଦ। ଏଥିରେ କୁହାଯାଇଛି, ଦୁର୍ଭାଗ୍ୟବଶତଃ ଦେହାନ୍ତ ହୋଇଥିବା ଜଣେ କ୍ରୁ ସଦସ୍ୟଙ୍କ ମୃତଦେହକୁ ଫେରାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ଇରାନର ଭୟଙ୍କର ଚେତାବନୀ: ଯଦି ବନ୍ଦରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୁଏ, ତା’ହେଲେ…

ଓ୍ବାଶିଂଟନ୍‌,୧୩।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏକ ନୂତନ ଏବଂ ଗମ୍ଭୀର ମୋଡ଼ ନେଇଛି। ଆମେରିକା ଇରାନର ଉପସାଗରୀୟ ବନ୍ଦରଗୁଡ଼ିକର ନୌସେନା ଅବରୋଧ ଘୋଷଣା…

ବିଶ୍ୱଯୁଦ୍ଧ ଆରମ୍ଭ! ନେତାନ୍ୟାହୁଙ୍କ ବଡ଼ ଘୋଷଣା: ଶେଷ ହୋଇପାରେ…ସାରା ବିଶ୍ୱରେ ଭୟଙ୍କର ବାତାବରଣ

ଓ୍ବାଶିଂଟନ୍‌,୧୩।୪: ଇରାନ ଏବଂ ଆମେରିକା ମଧ୍ୟରେ ଇସଲାମାବାଦ ଆଲୋଚନା ବିଫଳ ହେବା ପରେ, ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ଧମକ ଦେଇଛନ୍ତି। ଆମେରିକା ନୌସେନା…

ପଞ୍ଚଭୂତରେ ବିଲୀନ ହେଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ, ପୁଅ ଦେଲେ ମୁଖାଗ୍ନି

ମୁମ୍ବାଇ,୧୩।୪: ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ସିନେମା ଏବଂ ସଙ୍ଗୀତ ଜଗତ ଜଣେ କିମ୍ବଦନ୍ତୀ ଗାୟିକାଙ୍କୁ ହରାଇଛି । ଆଶା ଭୋସଲେ ଦଶନ୍ଧି ଧରି ଚଳଚ୍ଚିତ୍ର…

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

ପ୍ରଥମେ ୫୦% ଟାରିଫ୍‌ ଧମକ, ଆଉ ଏବେ… ଇରାନ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ନୂଆ ରଣନୀତି

ଓ୍ବାଶିଂଟନ୍‌,୧୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବର୍ତ୍ତମାନ ବୃଦ୍ଧି ପାଉଥିବାବେଳେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନ୍ୟ ଏକ କ୍ଷେତ୍ରରେ ଚାଇନା ସହିତ ଏକ ନୂତନ…

ବେପରୁଆ ଗାଡ଼ି ଚାଳନା; ଭାରସାମ୍ୟ ହରାଇ ଲିମ୍ବ ଗଛରେ ପିଟିହେଲା ହାଇଓ୍ବା, ତାପରେ….

ବଲାଙ୍ଗୀର,୧୩ା୪( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନ୍ ପାଲି ରାସ୍ତାରେ ହାଇଓ୍ବା ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସି ଖୁଜେନ…

ସୋସିଆଲ ମିଡିଆରେ ବିବାଦୀୟ ଫଟୋ ପୋଷ୍ଟ କଲେ ଟ୍ରମ୍ପ, ଯୀଶୁ ଖ୍ରୀଷ୍ଟଙ୍କ ରୂପରେ ଆସିଲେ ନଜର

ଓ୍ବାଶିଂଟନ,୧୩ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟାଥୋଲିକ ଚର୍ଚ୍ଚ ପ୍ରତି ତାଙ୍କର ସମାଲୋଚନାକୁ ଏକ ନୂତନ ସ୍ତରକୁ ନେଇଯାଇଛନ୍ତି । ପୋପ୍ ଲିଓଙ୍କୁ ସମାଲୋଚନା କରିବାର କିଛି…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri